ETV Bharat / state

ଅମ୍ବାଭୋନ ଥାନା ଭଙ୍ଗାରୁଜା ଘଟଣା, ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା ବିଜେପି

author img

By ETV Bharat Odisha Team

Published : Nov 8, 2023, 7:04 AM IST

ଅମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣା । ରାଜ୍ୟ ସରକାରଙ୍କୁ ଦାୟୀ କଲା ବିଜେପି । ସମ୍ପୂର୍ଣ୍ଣ ରୂପେ ବିଫଳ ହୋଇଥିବା କହିଛନ୍ତି ବିଜେପି ନେତା ସମୀର ମହାନ୍ତି । ଅଧିକ ପଢ଼ନ୍ତୁ

Ambavona Police station violence incident

ସମ୍ବଲପୁର: ବରଗଡ଼ ଜିଲ୍ଲା ଅମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣା । ଏନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଜେପିର ପୂର୍ବତନ ସଭାପତି ତଥା ବରିଷ୍ଠ ବିଜେପି ନେତା ସମୀର ମହାନ୍ତି । ବିଜେଡି ବିଧାୟକ ସୁଶାନ୍ତ ସିଂ ଏହି ଘଟଣାକୁ ପୋଲିସର ବିଫଳତା ବୋଲି ସ୍ୱୀକାର କରିଛନ୍ତି । ଏହା ରାଜ୍ୟରେ କିଭଳି ଶାସନ ଚାଲିଛି ତାହା ଦର୍ଶାଉଛି ବୋଲି କହିଛନ୍ତି ସମୀର ମହାନ୍ତି । ଅନ୍ୟପଟେ ଏହି ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବକ୍ତବ୍ୟ ଦର୍ଶାଉଛି ଯେ, ରାଜ୍ୟ ସରକାର କିଭଳି କାମ କରୁଛନ୍ତି । ରାଜ୍ୟ ସରକାର ସମ୍ପୂର୍ଣ୍ଣ ରୂପେ ବିଫଳ ହୋଇଥିବା କହିଛନ୍ତି ସମୀର ମହାନ୍ତି ।

ସୂଚନା ଅନୁସାରେ, ଗତ 5 ତାରିଖ(ରବିବାର) ଅପରାହ୍ନ ପ୍ରାୟ 5ଟା ସମୟରେ ବରଗଡ଼ ଜିଲ୍ଲା ଅମ୍ବାଭୋନା ଥାନାରେ ଘମାଘୋଟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଶହଶହ ଲୋକ ଅତର୍କିତ ଭାବେ ଅମ୍ବାଭୋନା ଥାନା ଭିତରକୁ ପଶିଥିଲେ ଏବଂ ଥାନା ଭିତରେ ଥିବା ଚୌକି, ଟେବୁଲ, କମ୍ପ୍ୟୁଟର, ସିସିଟିଭି ଆଦି ଫୋପାଡ଼ିବା ସହ ଭଙ୍ଗାରୁଜା କରିଥିଲେ । କେବଳ ସେତିକି ନୁହେଁ, ଉତ୍ତ୍ୟକ୍ତ ଲୋକେ ଥାନାର ଝରକାର କାଚ ମଧ୍ୟ ଭାଙ୍ଗି ଦେଇଥିଲେ । ପ୍ରାୟ ୧୫ ମିନିଟ୍ ଧରି ଖୁଲମଖୁଲା ଏହି ଆତଙ୍କରାଜ ଚାଲିଥିଲା । ସେପଟେ ପୋଲିସ ଏହାକୁ ଅଟକାଇବା ବଦଳରେ ନିରବ ଦ୍ରଷ୍ଟା ପାଲଟିଥିଲା । ହାତଗଣତି ପୋଲିସ ଏହି ସଂଘବଦ୍ଧ ଆକ୍ରମଣକୁ ଅଟକାଇବା ପାଇଁ ସାହସ କରିନ ଥିଲେ । ମନଇଚ୍ଛା ଭଙ୍ଗାରୁଜା ସାରିବା ପରେ ଉତ୍ତ୍ୟକ୍ତ ଲୋକେ ଗାଡ଼ିରେ ପଳାଇଥିଲେ । ଥାନା ଭିତରେ ପଶି ବ୍ୟାପକ ଭଙ୍ଗାରୁଜା, ହଙ୍ଗାମା କଲାବେଳେ ସିସିଟିଭିରେ କଏଦ୍ ହୋଇଥିଲା ଦୃଶ୍ୟ । ତେବେ ଏସବୁ ଘଟଣା ବରଗଡ଼ ପୋଲିସର ପାରିବା ପଣିଆକୁ ପଦାରେ ପକାଇଛି।

ଏହା ମଧ୍ୟ ପଢ଼ନ୍ତୁ....ପିକ୍‌ନିକ୍‌ ପାଇଁ ଯାଇଥିବା ପର୍ଯ୍ୟଟକଙ୍କୁ ପୋଲିସର ନାଲି ଆଖି, ଥାନା ଭିତରେ ପଶି ଭଙ୍ଗାରୁଜା କଲେ ଉତ୍ତ୍ୟକ୍ତ ଲୋକେ

ମିଳିଥିବା ସୂଚନା ଅନୁଯାୟୀ, ଗତ 5 ତାରିଖ ଦିନ ଅମ୍ବଭୋନା ଅଞ୍ଚଳକୁ ଆଖପାଖ ଗ୍ରାମରୁ ବହୁ ଯୁବକ ବଣ ଭୋଜି ପାଇଁ ତାମଦେଇ ପିକ୍‌ନିକ୍‌ ସ୍ଥଳକୁ ଆସିଥିଲେ । ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ସମର୍ଥକମାନେ ମଧ୍ୟ ବଣ ଭୋଜି ପାଇଁ ଆସିଥିଲେ । ଏହି ସମୟରେ ଆମ୍ବାଭୋନା ପୋଲିସ ଅଧିକାରୀ ତାଙ୍କ ଅନ୍ୟ କର୍ମଚାରୀଙ୍କୁ ନେଇ ପିକ୍‌ନିକ୍‌ ସ୍ଥାନରେ ପହଞ୍ଚିଥିଲେ ଏବଂ ନିଶାଦ୍ରବ୍ୟ ଗଚ୍ଛିତ ଥିବା ସନ୍ଦେହରେ ସର୍ଚ୍ଚ କରିବା ଆରମ୍ଭ କରିଥିଲେ । ପୋଲିସ ଅଧିକାରୀ ଜଣକ ୟୁନିଫର୍ମରେ ନଥିବା ବେଳେ ନିଜର ସର୍ଭିସ ବନ୍ଧୁକ ଦେଖାଇ ସେଠାରେ ଉପସ୍ଥିତ ସମସ୍ତଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରିବା ସହିତ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ଯୁବକମାନେ ଥାନାରେ ପଶି ଏଭଳି ତୁମୁଳ କାଣ୍ଡ ଘଟାଇଥିଲେ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.