ETV Bharat / state

ସମ୍ବଲପୁରରେ ଧାନକିଣା ସମସ୍ୟା ନେଇ ବିଜେପିର ରାସ୍ତା ଅବରୋଧ - ସମ୍ବଲପୁରରେ ରାସ୍ତାରୋକ

ସମ୍ବଲପୁରରେ ଧାନକ୍ରୟ ସମସ୍ୟାକୁ ନେଇ ବିଜେପିର ରାସ୍ତା ଅବରୋଧ । ଜିଲ୍ଲାରେ ଅଟକି ରହିଛି ଶହ ଶହ ଗାଡି ମୋଟର । ଅଧିକ ପଢନ୍ତୁ...

ସମ୍ବଲପୁରରେ ଧାନକ୍ରୟ ସମସ୍ୟା ନେଇ ବିଜେପିର ରାସ୍ତା ଅବରୋଧ

author img

By

Published : Jan 6, 2021, 5:30 PM IST

Updated : Jan 6, 2021, 6:14 PM IST

ସମ୍ବଲପୁର: ଜିଲ୍ଲାର କୁଚିଣ୍ଡା ଉପଖଣ୍ଡର ବିଭିନ୍ନ ମଣ୍ଡିରେ ଧାନ କ୍ରୟଜନିତ ସମସ୍ୟା ଲାଗି ରହିବାରୁ ପ୍ରତିବାଦରେ ବିଜେପି ପକ୍ଷରୁ ଆନ୍ଦୋଳନ କରାଯାଇଛି । ଆଜି(ବୁଧବାର) ବିଜେପି ସମ୍ବଲପୁର ରାଜରାସ୍ତା ଅବରୋଧ କରିଛି । ଏଥିସହ ମିଲର୍ସଙ୍କ ଟାର୍ଗେଟ ନଥିବାରୁ ଧାନମଣ୍ଡି ଉଠୁନଥିବା ଅଭିଯୋଗ କରିଛି ବିଜେପି ।

ମୁଖ୍ୟତଃ ଜମନକିରା ବ୍ଲକକୁ ଧାନକ୍ରୟରେ ଟାର୍ଗେଟ ଦେବା, ଲ୍ୟାପ୍ସ ହୋଇଥିବା ଟୋକନକୁ ପୁନଃ କାର୍ଯ୍ୟକ୍ଷମ କରାଇବା ତଥା ଧାନବିକ୍ରିରୁ ବଞ୍ଚିତ ଚାଷୀଙ୍କୁ ସୁଯୋଗ ଦେବା ଆଦି ଦାବିରେ ଜମନକିରା ଠାରେ ମୁମ୍ବାଇ-କୋଲକାତା ରାଜରାସ୍ତା ଅବରୋଧ କରାଯାଇଛି । ତେବେ ମିଲର୍ସଙ୍କ ଟାର୍ଗେଟ ନଥିବାରୁ ମଣ୍ଡିରୁ ଧାନ ଉଠୁନଥିବା ଅଭିଯୋଗ କରିଛି ବିଜେପି । ଫଳରେ ଅନେକ ଚାଷୀଙ୍କ ଟୋକନ ଲ୍ୟାପ୍ସ ହୋଇଗଲାଣି । ଏହାକୁ ନେଇ ସମ୍ବଲପୁର ଜିଲ୍ଲା ବିଜେପି ପକ୍ଷରୁ ବିଗତ ଦିନରେ ଜିଲ୍ଲାପାଳ ଅଫିସ ଘେରାଉ କରାଯାଇଥିଲା । କିଛିଦିନ ପୂର୍ବରୁ ଏନେଇ ଆରଡିସିଙ୍କୁ ଦାବିପତ୍ର ଦେବା ସହିତ ଚାଷୀଙ୍କ ଧାନବିକ୍ରି ପାଇଁ ଟାର୍ଗେଟ ନଆସିଲେ ରାସ୍ତା ଅବରୋଧ ପାଇଁ ଚେତାବନୀ ମଧ୍ୟ ଦିଆଯାଇଥିଲା ।

ସମ୍ବଲପୁରରେ ଧାନକିଣା ସମସ୍ୟା ନେଇ ବିଜେପିର ରାସ୍ତା ଅବରୋଧ

ଏନେଇ କୌଣସି ସମାଧାନ ନହେବାରୁ ଭାରତୀୟ ଜନତା ପାର୍ଟି ପକ୍ଷରୁ ୫୩ ନଂ ଜାତୀୟ ରାଜପଥ ଷଣ୍ଢପଥର ଠାରେ ରାସ୍ତା ଅବରୋଧ କରାଯାଇ ଥିବାବେଳେ ୪୯ ନଂ ଜାତୀୟ ରାଜପଥର ସଇଡା, କୁଚିଣ୍ଡା-ବଣାଇଁ ରାସ୍ତାର ଟାଇଁସର, କୁଚିଣ୍ଡା-ଜମନକିରା ରାସ୍ତାର ବକ୍ସମା ଓ କୁଚିଣ୍ଡା-ଲଇଡା ରାସ୍ତାର ସାତକମା ଠାରେ ରାସ୍ତା ଅବରୋଧ କରାଯାଇଛି । ଫଳରେ କୁଚିଣ୍ଡାରୁ ସମ୍ବଲପୁର, ଝାରସୁଗୁଡା, ବାମରା, ଜମନକିରା, ଦେବଗଡ଼ ଆଦି ସମସ୍ତ ମୁଖ୍ୟରାସ୍ତା ବନ୍ଦ ରହିଥିବାରୁ ଶହ ଶହ ଯାନବାହାନ ଅଟକି ରହିଛି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Last Updated : Jan 6, 2021, 6:14 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.