ସମ୍ବଲପୁର: ଆଗକୁ ବ୍ରଜରାଜନଗର ଉପନିର୍ବାଚନ ପାଇଁ ରାଜନୈତିକ ମହୋଲ ସରଗରମ ହେଉଥିବା ବେଳେ ସମ୍ବଲପୁରରେ ବିଜେପିର ଫାୟାର ବ୍ରାଣ୍ଡ ନେତା ଜୟ ନାରାୟଣ ମିଶ୍ରଙ୍କ ବିଜେଡି ଉପରେ ସିଧା ନିଶାନା । ସେ କହିଲେ, ବିଜେଡି ଦଳ ରାଜ୍ୟକୁ ପାଣ୍ଡିଆନଙ୍କୁ ଲିଜରେ ଦେଇଦେଇଛନ୍ତି । ଏହିଭଳି କଥା କହି ଏବେ ଚର୍ଚ୍ଚାରେ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ।
ଜୟ ନାରାୟଣ ମିଶ୍ର କହିଛନ୍ତି, ‘‘ଅର୍ଥବଳ, ବହୁବଳ ଓ ସରକାରୀ କଳ ଆଧାରରେ ବିଜେଡିର ସତ୍ତା ବଞ୍ଚିରହିଛି । ତେବେ ସାଧରଣ ଜନତାର ବଳରେ ବିଜେପି ବଳିୟାନ । ବିଜେଡି ଡ୍ରିଙ୍କ୍ସ ଓ ଡ୍ରଗ୍ସ ଉପରେ ବିଶ୍ବାସ କରେ, ହେଲେ ବିଜେପି ଡେଡିକେସନ, ଡିସିପ୍ଲିନ ଓ ଡିଟରମିନେସନ ଉପରେ ବିଶ୍ବାସ କରେ । ବର୍ତ୍ତମାନ ଓଡ଼ିଶାରେ ଦରିଦ୍ରତା ବଢି ଚାଲିଥିବା ବେଳେ ସରକାରୀ ଶିକ୍ଷା ଓ ସ୍ବାସ୍ଥ୍ୟ ବ୍ୟବସ୍ଥା ପୁରାପୁରି ଭୁଶୁଡି ଯାଇଛି। ଏହା ଏକ ସରକାର ନୁହେଁ ବରଂ ସମ୍ପୂର୍ଣ୍ଣ ସରକାରୀ ବ୍ୟବସ୍ଥାକୁ ପାଣ୍ଡିଆନଙ୍କୁ ଲିଜରେ ଦିଆଯାଇଛି ।’’
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ