ସମ୍ବଲପୁର : ରାଜ୍ୟ ସରକାର ଉପରେ ବର୍ଷିଲା ବିଜେପି କୃଷକ ମୋର୍ଚ୍ଚା । କୃଷକ ସମସ୍ୟା ଓ ଧାନ କ୍ରୟ ସମସ୍ୟା ନେଇ ବିଜେଡି ଶସ୍ତା ରାଜନୀତି କରୁଛି l ସେହିପରି ସୋହେଲା ସମାବେଶରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ୧୦୦ ଟଙ୍କା ବୋନସ କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଛି ବିଜେପି l
ଗତ DLPC ବୈଠକରେ ଧାନ ସଂଗ୍ରହ ସମସ୍ୟା ନେଇ ରେଙ୍ଗାଲି ବିଧାୟକ ନାଉରୀ ନାଏକ ପ୍ରଶ୍ନ କରିଥିଲେ । ଧାନ କ୍ରୟ ସମୟରେ କଟନି ଛଟନି, ମିଲର ମନମାନି, ସୂତଲି ଖର୍ଚ୍ଚ ଟଙ୍କା ଆଦି ନେଇ ପ୍ରଶ୍ନ ଉଠାଇଥିଲେ ରେଙ୍ଗାଲି ବିଧାୟକ । ହେଲେ ବୈଠକରେ ଉପସ୍ଥିତ ଥିବା ରେଢାଖୋଲ ବିଧାୟକ ରୋହିତ ପୂଜାରୀ ଏଭଳି କୌଣସି ସମସ୍ୟା ନଥିବା କହି ପ୍ରସଙ୍ଗକୁ ଏଡାଇ ଦେଇଥିଲେ । ନାଁ ନନେଇ ସେ କେନ୍ଦ୍ର ସରକାର ଉପରେ ସବୁ ଦୋଷ ଲଦିଥିଲେ । ଏନେଇ ଗତକାଲି ସମ୍ବଲପୁର କଚେରୀ ରାସ୍ତା ସ୍ଥିତ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ଉପସଭାପତି ଚନ୍ଦ୍ରଶେଖର ପଣ୍ଡା ପ୍ରତିକ୍ରିୟା ରଖିଛନ୍ତି l