ETV Bharat / state

ଆଜି ୧୨ ଘଣ୍ଟିଆ କୁଚିଣ୍ଡା ବନ୍ଦ, ସ୍ମାର୍ଟ ସ୍ବାସ୍ଥ୍ୟକାର୍ଡ ବାଣ୍ଟିବାକୁ ଆସି ମନ୍ତ୍ରୀ ହଟହଟା

author img

By

Published : Nov 3, 2021, 10:20 AM IST

ବିଜେପି କର୍ମୀ ଓ କଂଗ୍ରେସ କର୍ମୀଙ୍କୁ ବିଜେଡିର ମାଡ ପ୍ରତିବାଦରେ ଆଜି ୧୨ ଘଣ୍ଟିଆ କୁଚିଣ୍ଡା ବନ୍ଦ ଡାକରା । ଅଞ୍ଚଳରେ ସ୍ମାର୍ଟ ସ୍ବାସ୍ଥ୍ୟକାର୍ଡ ବାଣ୍ଟିବାକୁ ଆସି ହଟହଟା ହେଲେ ମନ୍ତ୍ରୀ ଟୁକୁନି ସାହୁ । ଅଧିକ ପଢନ୍ତୁ...

କୁଚିଣ୍ଡା ବନ୍ଦ
ଆଜି ୧୨ ଘଣ୍ଟିଆ କୁଚିଣ୍ଡା ବନ୍ଦ, ସ୍ମାର୍ଟ ସ୍ବାସ୍ଥ୍ୟକାର୍ଡ ବାଣ୍ଟିବାକୁ ଆସି ମନ୍ତ୍ରୀ ହଟହଟା

ସମ୍ବଲପୁର: ଆଜି କୁଚିଣ୍ଡା ବନ୍ଦ । ବିଜେପି ଓ କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ କୁଚିଣ୍ଡା ବନ୍ଦ ଡାକରା ଦିଆଯାଇଛି । ଗତକାଲି(ମଙ୍ଗଳବାର) ମୁଖ୍ୟମନ୍ତ୍ରୀଙ୍କ କୁଚିଣ୍ଡା ଗସ୍ତ ବେଳେ ବିଜେପି କର୍ମୀ ଓ କଂଗ୍ରେସ କର୍ମୀ ପ୍ରତିବାଦ କରିବା ସମୟରେ ବିଜେଡି କର୍ମୀ ସେମାନଙ୍କୁ ଆକ୍ରମଣ କରିଥିଲେ । ଏହାର ପ୍ରତିବାଦରେ ଆଜି ଦୁଇ ବିରୋଧି ଦଳ ପୃଥକ ପୃଥକ ଭାବେ ୧୨ ଘଣ୍ଟିଆ କୁଚିଣ୍ଡା ବନ୍ଦ ଡାକରା ଦେଇଛନ୍ତି । ଆଜି ସକାଳ ୬ଟା ରୁ ସନ୍ଧ୍ୟା ୬ ଟା ଯାଏଁ ଏହି ବନ୍ଦ ପାଳନ କରାଯିବ ।

ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିବାବେଳେ କୁଚିଣ୍ଡାରେ ସ୍ମାର୍ଟ ସ୍ବାସ୍ଥ୍ୟକାର୍ଡ ବଣ୍ଟନ କରିବାକୁ ପହଞ୍ଚିଥିଲେ ମନ୍ତ୍ରୀ ଟୁକୁନି ସାହୁ । ଯାହାକୁ ବିଜେପି ଓ କଂଗ୍ରେସ ପକ୍ଷରୁ ଦୃଢ ବିରୋଧ କରାଯିବା ସହ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ମନ୍ତ୍ରୀଙ୍କୁ ଅଟକ ରଖିଛନ୍ତି ଦୁଇ ଦଳର ଶତାଧିକ କର୍ମୀ ।

ବିଜେପି ସାଧାରଣ ସମ୍ପାଦକ ରବିନାରାୟଣ ନାଏକଙ୍କ ସମେତ ଶତାଧିକ କର୍ମୀ ଓ କଂଗ୍ରେସ ପକ୍ଷରୁ ଟ୍ରାଫିକ ଛକଠାରେ ବନ୍ଦ ପାଳନ କରାଯାଇଛି । କଂଗ୍ରେସର ପୂର୍ବତନ ବିଧାୟକ ରାଜେନ୍ଦ୍ର ଛତ୍ରୀଆଙ୍କ ନେତୃତ୍ବରେ ଦଳୀୟ କର୍ମୀମାନେ ରାସ୍ତା ଅବରୋଧ କରିଛନ୍ତି । କୁଚିଣ୍ଡାରେ ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ଦେଖାଯାଇଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.