ETV Bharat / state

ତୃଟିପୂର୍ଣ୍ଣ ଚାଷୀ ନିଷ୍ପତ୍ତି ବିରୋଧରେ FCI ଅଫିସ ଘେରିଲା ବିଜେଡି - sambalpur district news

ସମ୍ବଲପୁର ବିଜେଡିର ଧାରଣ ସହ FCI ଅଫିସ କାର୍ଯ୍ୟାଳୟ ଘେରାଉ । କେନ୍ଦ୍ର ସରକାର ତୃଟିପୂର୍ଣ୍ଣ କୃଷି ନୀତି ଆଣିଥିବା ଅଭିଯୋଗ । ଅଧିକ ପଢନ୍ତୁ...

କେନ୍ଦ୍ର ସରକାରଙ୍କ ତୃଟିପୂର୍ଣ୍ଣ ଚାଷୀ ନିଷ୍ପତ୍ତି ବିରୋଧରେ FCI ଅଫିସ ଘେରିଲା ବିଜେଡି

author img

By

Published : Jul 20, 2021, 8:48 PM IST

ସମ୍ବଲପୁର: ସମ୍ବଲପୁରରେ ବିଜେଡିର ଗଣଧାରଣା। କ୍ଷେତରାଜପୁର ସ୍ଥିତ FCI ଅଫିସ ସମ୍ମୁଖରେ ଆଜି ଜିଲ୍ଲା ବିଜେଡି ପକ୍ଷରୁ ଦିଆଯାଇଛି ଗଣଧାରଣା ଦିଆଯାଇଛି । କେନ୍ଦ୍ର ସରକାରଙ୍କ ତ୍ରୁଟିପୂର୍ଣ କୃଷିନୀତି,ଚାଷୀଙ୍କ ବକେୟା ଟଙ୍କା ପ୍ରଦାନ ଦାବି ତଥା FCI ର ଚାଉଳ ଉଠାଣରେ ଅବହେଳା ପ୍ରସଙ୍ଗକୁ ନେଇ ଧାରଣା ଦେଇଛି ଦଳ ।

କେନ୍ଦ୍ର ସରକାରଙ୍କ ତୃଟିପୂର୍ଣ୍ଣ ଚାଷୀ ନିଷ୍ପତ୍ତି ବିରୋଧରେ FCI ଅଫିସ ଘେରିଲା ବିଜେଡି

ଆଜିର ଏହି ଗଣ ଧାରଣାରେ ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ କହିଛନ୍ତି, ଯଦି କେନ୍ଦ୍ର ସରକାର ଏମିତି କୃଷକ ବିରୋଧୀ ନୀତି ନଛାଡୁଛନ୍ତି ତେବେ ଓଡ଼ିଶାର ଚାଷୀ ଏହାର ଜବାବ ଦେବେ । ଅନ୍ୟପଟେ ପୂର୍ବତନ ବିଧାୟିକା ରାସେଶ୍ବରୀ ପାଣିଗ୍ରାହୀ କହିଛନ୍ତି ଯେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପଖେଇ ଆସୁଥିବାବେଳେ ବିଜେପି ବିଭିନ୍ନ ଉପାୟ ଅବଲମ୍ବନ କରି ରାଜ୍ୟ ସରକାରଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଛି କିନ୍ତୁ ଓଡିଶା ସରକାର କୃଷକ ବିରୋଧୀ ନୁହନ୍ତି ।

ଏହି ଗଣ ଧାରଣାରେ ସମ୍ବଲପୁର ଜିଲ୍ଲାର ବିଜେଡି ରାଜ୍ୟ ପର୍ଯ୍ୟବେକ୍ଷକ ଇଂ ନାଲିନିକାନ୍ତ ପ୍ରଧାନ, ରେଢ଼ାଖୋଲ ବିଧାୟକ ଇଂ ରୋହିତ ପୂଜାରୀ,ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ସିଦ୍ଧାର୍ଥ ଦାସ, ସମ୍ବଲପୁର ପୂର୍ବତନ ବିଧାୟିକା ଡ଼ା ରାସେଶ୍ବରୀ ପାଣିଗ୍ରାହୀ, ବିଜେଡି ନେତା ସଞ୍ଜୟ ବାବୁ ପ୍ରମୁଖ ଙ୍କ ସହ ବହୁ ବିଜେଡ଼ି କାର୍ଯ୍ୟକର୍ତା ଉପସ୍ଥିତ ରହିଥିଲେ।ଆଗାମୀ ଦିନରେ କେନ୍ଦ୍ର ସରକାର ନିଜର କୃଷି ନୀତିରେ ପରିବର୍ତ୍ତନ ନକଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ବିଜେଡି ପକ୍ଷରୁ ଚେତାବନୀ ଦିଆଯାଇଛି।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.