ETV Bharat / state

ଜବରଦଖଲ ଉଚ୍ଛେଦ ରୋକିବାକୁ ଦାବି କଲା ବିଜେଡି ପ୍ରତିନିଧି ଦଳ

author img

By ETV Bharat Odisha Team

Published : Oct 16, 2023, 6:33 PM IST

ବୁର୍ଲାରେ ଜବରଦଖଲ ଉଚ୍ଛେଦକୁ ରୋକିବା ପାଇଁ ଦାବି । ଏନେଇ ଜିଲ୍ଲାପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିବା ସହ ଆଲୋଚନା କରିଛନ୍ତି ବିଜେଡି ପ୍ରତିନିଧି ଦଳ । ଅଧିକ ପଢନ୍ତୁ

bjd gave a meomorandom to collector
bjd gave a meomorandom to collector
bjd gave a meomorandom to collector

ସମ୍ବଲପୁର: ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ବୁର୍ଲାରେ ଗତ କିଛି ଦିନ ହେଲା ଜବରଦଖଲ ଉଚ୍ଛେଦ କରାଯାଉଛି । ମୁଖ୍ୟତଃ ବୁର୍ଲାର ଗୋପବନ୍ଧୁ ଛକରୁ ପେଟ୍ରୋଲ ପମ୍ପ ଛକ ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତୀକରଣ କରାଯାଉଥିବା ବେଳେ ଏହି ପରିପ୍ରେକ୍ଷୀରେ ଅନେକ ସ୍ଥାନ ଜବରଦଖଲ ଉଚ୍ଛେଦ କରାଯାଉଛି l ହେଲେ ଏହାକୁ ବନ୍ଦ କରିବାକୁ ଦାବି କରିଛି ବିଜେଡି । ଏନେଇ ଆଜି ଜିଲ୍ଲା ବିଜେଡି ସଭାପତି ଇଂ ରୋହିତ ପୂଜାରୀଙ୍କ ନେତୃତ୍ୱରେ ବିଜେଡିର ଏକ ପ୍ରତିନିଧି ଦଳ ସମ୍ବଲପୁର ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।

ମୁଖ୍ୟତଃ ବର୍ତ୍ତମାନ ପାର୍ବଣ ଋତୁ ଚାଲିଥିବା ବେଳେ ବୁର୍ଲା ସହରରେ ଜବରଦଖଲ ଉଚ୍ଛେଦ ଯୋଗୁଁ ଲୋକେ ଭୟଭୀତ ହୋଇ ରହିଛନ୍ତି l ଗୋପବନ୍ଧୁ ଛକରୁ ପେଟ୍ରୋଲ ପମ୍ପ ଛକ ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତୀକରଣ ପାଇଁ ବର୍ତ୍ତମାନ ସୁଦ୍ଧା ଅନେକ ଦୋକାନ ଓ ଲୋକଙ୍କ ଘର ଭଙ୍ଗା ଯାଇଛି l ପ୍ରାୟ 90% ଉଚ୍ଛେଦ କାର୍ଯ୍ୟ ସରି ସାରିଛି l ହେଲେ ଜିଲ୍ଲା ପ୍ରଶାସନ ପୁଣି ଉଚ୍ଛେଦ କରିବାକୁ ଉଦ୍ୟମ କରୁଥିବା ବେଳେ ଏହାକୁ ବନ୍ଦ କରିବାକୁ ଦାବି କରିଛି ବିଜେଡି ପ୍ରତିନିଧି ଦଳ l ଏହା ସହ ଲୋକଙ୍କୁ ଉଚ୍ଛେଦ କରିବା ପୂର୍ବରୁ ସେମାନଙ୍କୁ କ୍ଷତିପୂରଣ ଦେଇ ଥଇଥାନ କରାଯାଉ ବୋଲି ଦାବି କରିଛି ବିଜେଡି l

ଏହା ମଧ୍ୟ ପଢନ୍ତୁ- କୁଚିଣ୍ଡାରେ ଜବରଦଖଲ ଉଚ୍ଛେଦ, ଜବରଦଖଲକାରୀ-ପୋଲିସ ମୁହାଁମୁହିଁ

ନେଇ ବିଜେଡି ପ୍ରତିନିଧି ଦଳ କହିଛି ଯେ, ବିକାଶ ସହ ବିଜେଡି ରହିଛି । ତେଣୁ ବିକାଶ ପାଇଁ ବିସ୍ଥାପନ ହେଲେ ଲୋକଙ୍କୁ ପ୍ରଥମେ ଥଇଥାନ କରାଯାଉ l ଏହା ସହ ବୁର୍ଲା ସହରରେ ରହୁଥିବା 75% ଲୋକ ସରକାରୀ କର୍ମଚାରୀ ହୋଇଥିବା ବେଳେ ଏଠିକାର ଅଧିକାଂଶ ଜମି ସରକାରୀ ଅଟେ l ତେଣୁ ଏହି ସରକାରୀ କର୍ମଚାରୀଙ୍କ ସେବା ପାଇଁ ବହୁତ ଲୋକ ଆସି ଏଠି ରହୁଛନ୍ତି l ଅନ୍ୟପଟେ ହୀରାକୁଦ ଡ୍ୟାମ ନିର୍ମାଣ ସମୟରେ ଦେଶର ବିଭିନ୍ନ ସ୍ଥାନର ଲୋକ ଏଠାକୁ ଆସି 70 ବର୍ଷ ହେଲା ଏଠି ରହିଛନ୍ତି l ତେଣୁ ଏହି ଲୋକଙ୍କୁ ପଟ୍ଟା ପ୍ରଦାନ କରାଯାଉ ବୋଲି ବିଜେଡି ପ୍ରତିନିଧି ଦଳ ଦାବି କରିଛି l ତେବେ ଉଚ୍ଛେଦ କାର୍ଯ୍ୟ ବନ୍ଦ ନ କଲେ ଏନେଇ ବିଜେଡି ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଭେଟିବ ବୋଲି ରେଢ଼ାଖୋଲ ବିଧାୟକ ଇଂ ରୋହିତ ପୂଜାରୀ କହିଛନ୍ତି l

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.