ସମ୍ବଲପୁର: ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ଆଜି ବିଜେଡି ତାର ସାଂସଦ ପ୍ରାର୍ଥୀ ଭାବେ ନଳିନୀକାନ୍ତ ପ୍ରଧାନଙ୍କ ନାଁ ଘୋଷଣା କରିଛି ।
ଏହି ଘୋଷଣା ହେବା ପରେ ସେ ଜିଲ୍ଲାର ବିକାଶ, ପାନୀୟଜଳ, ଜଳସେଚନ, ପରି ସମସ୍ୟାକୁ ପ୍ରମୁଖ ନିର୍ବାଚନୀ ମୁଦ୍ଦା ଭାବେ ଗ୍ରହଣ କରିବେ ବୋଲି କହିଛନ୍ତି। ସମ୍ବଲପୁର ଲୋକ ସଭାର 7ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ଉନ୍ନତି ପ୍ରତି ସେ ତତ୍ପର ରହିବେ ବୋଲି କହିଛନ୍ତି।
ସମ୍ବଲପୁରରୁ ବାଦସାହ ଜୁସମନ ରଣା, ଇଟିଭି ଭାରତ