ETV Bharat / state

ନ୍ୟାୟ ପାଇଁ ଏସପିଙ୍କ ଦ୍ବାରସ୍ଥ ହେଲେ ନିର୍ଯାତିତ ପରିବାର - sambalpur news

ବୁର୍ଲା ଭୀମସାରରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ମରଣାନ୍ତକ ଆକ୍ରମଣ ଓ କଙ୍ଗାରୁ କୋର୍ଟ ଘଟଣା । ଘଟଣାର 20 ଦିନ ପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିନଥିବାରୁ ନ୍ୟାୟ ପାଇଁ ଏସପିଙ୍କ ଦ୍ବାରସ୍ଥ ହେଲେ ନିର୍ଯ୍ୟାତିତ ପରିବାର ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ସମ୍ବଲପୁର
author img

By

Published : Nov 8, 2019, 7:04 PM IST

ସମ୍ବଲପୁର: ବୁର୍ଲା ଭୀମସାରରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ମରଣାନ୍ତକ ଆକ୍ରମଣ ଓ କଙ୍ଗାରୁ କୋର୍ଟ ଘଟଣାକୁ ବିତିଯାଇଛି 20 ଦିନ । ହେଲେ ଆଜି ଯାଏଁ କଙ୍ଗାରୁ କୋର୍ଟ କରିଥିବା ଡାକ୍ତରୀ ଛାତ୍ରଙ୍କୁ ଗିରଫ କରିନାହିଁ ପୋଲିସ । ବରଂ ଘଟଣାରେ ନିର୍ଯ୍ୟାତନାର ଶିକାର ହୋଇଥିବା 2 ଯୁବକ 10 ଦିନ ଧରି ଜେଲ ଦଣ୍ଡ ଭୋଗିଛନ୍ତି । ଉଭୟ ଜେଲରୁ ମୁକ୍ତ ହେବା ପରେ ନ୍ୟାୟ ପାଇଁ ପରିବାର ସହ ଶୁକ୍ରବାର ସମ୍ବଲପୁର ଏସପିଙ୍କୁ ଭେଟିଛନ୍ତି । ଏହା ସହ ଏକ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଲିଖିତ ଦାବିପତ୍ର ଦେଇଛନ୍ତି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ସମ୍ବଲପୁର

ସୂଚନାନୁସାରେ, ଗତ ଅକ୍ଟୋବର 20 ତାରିଖରେ ସମ୍ବଲପୁର ବୁର୍ଲା ଭୀମସାର ମେଡିକାଲର ସ୍ନାୟୁଶଲ୍ୟ ବିଭାଗର ସହକାରୀ ପ୍ରଫେସର ସୂର୍ଯ୍ୟକାନ୍ତ ପାଟଯୋଶୀ ଅସ୍ତ୍ରୋପଚାର ଗୃହରେ ଅସ୍ତ୍ରୋପଚାର ପାଇଁ ପ୍ରସ୍ତୁତ ହେଉଥିଲେ ।

ସେ ସମୟରେ ଝାରସୁଗୁଡା ଅଞ୍ଚଳର ଜଣେ ପକ୍ଷାଘାତ ରୋଗୀଙ୍କ ପୁଅ ମୁକେଶ ବେହେରା ଏବଂ ସମ୍ପର୍କୀୟ ପୁତୁରା ଝସକେତନ ରାଉଳ ଡାକ୍ତରଙ୍କୁ ଭେଟି ଘରୋଇ ନର୍ସିଂହୋମକୁ ଡିସଚାର୍ଜ କରିବା ପାଇଁ ଅନୁରୋଧ କରିଥିଲେ । ତେବେ ଡାକ୍ତର ଜଣକ ଅସ୍ତ୍ରୋପଚାର କରୁଥିବା କହି ବାହାରେ ଅପେକ୍ଷା କରିବାକୁ କହିଥିଲେ । ଏହା ପରେ ଉଭୟ ଯୁବକ ଡାକ୍ତରଙ୍କୁ ଠେଲାପେଲା କରିବା ସହିତ ଆକ୍ରମଣ କରିଥିଲେ । ଡାକ୍ତର ଚିତ୍କାର କରି ପିଜି ଡାକ୍ତରୀ ଛାତ୍ରଙ୍କୁ ଡାକିବା ପରେ ପିଜି ଛାତ୍ର ସେହି ଯୁବକ ଦୁଇ ଜଣଙ୍କୁ କାବୁ କରି ମାଡ ମାରିବା ସହ ଏକ କକ୍ଷରେ ଅଟକ ରଖିଥିଲେ ।

ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଡାକ୍ତରୀ ଛାତ୍ରଙ୍କ ଆକ୍ରୋଶର ଶିକାର ହୋଇଥିବା ଯୁବକଙ୍କୁ ଉଦ୍ଧାର କରି ମେଡିକାଲ ଫାଣ୍ଡିକୁ ଆଣିଥିଲେ । ପରେ ପ୍ରାୟ 200ଜଣ ଡାକ୍ତରୀ ଛାତ୍ର ଆସି ଫାଣ୍ଡିକୁ ଘେରାଉ କରିବା ସହିତ ପୋଲିସ ହେପାଜତରୁ 2 ଯୁବକଙ୍କୁ ବାହାରକୁ ଆଣିଥିଲେ । ଏଥିସହିତ ପୋଲିସ ଉପସ୍ଥିତିରେ କଙ୍ଗାରୁ କୋର୍ଟ କରି ଡାକ୍ତରୀ ଛାତ୍ରମାନେ ଝସକେତନଙ୍କୁ କ୍ଷମା ମାଗିବାକୁ କହିବା ସହ କାନ ଧରି ବସ ଉଠ କରାଇଥିଲେ । ଯାହାର ଏକ ଭିଡିଓ ଭାଇରାଲ ହୋଇଥିଲା ।

ତେବେ ନିର୍ଯାତନାର ଶିକାର ହୋଇଥିବା 2 ଯୁବକଙ୍କୁ ପୋଲିସ ଡାକ୍ତରଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ଧାରା 307 ଲଗାଇ ଜେଲ ପଠାଇଦେଇଥିଲା ପୋଲିସ । ହେଲେ ଆଜି ଯାଏଁ କଙ୍ଗାରୁ କୋର୍ଟ କରି ନିର୍ଯ୍ୟାତନା ଦେଇଥିବା ଅଭିଯୁକ୍ତଙ୍କୁ ଗିରଫ କରାଯାଇନାହିଁ । ଏନେଇ ପୀଡିତଙ୍କ ପରିବାର ସମ୍ବଲପୁର ଏସପିଙ୍କୁ ଭେଟି ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।

ନିର୍ଯ୍ୟାତନା ଶିକାର ହୋଇଥିବା 2 ଯୁବକ ବର୍ତ୍ତମାନ କଲେଜ ଛାତ୍ର ହୋଇଥିବା ବେଳେ ସେମାନେ ଦଳିତ ହୋଇଥିବାରୁ ତାଙ୍କୁ ନ୍ୟାୟ ମିଳୁନଥିବା ଅଭିଯୋଗ କରଛନ୍ତି । ଏହା ସହିତ ନିର୍ଯାତନା ଦେଇଥିବା ଲୋକଙ୍କ ବିରୁଦ୍ଧରେ ଆଟ୍ରୋସିଟି ଆକ୍ଟ କାହିଁକି ଲଗାଯାଇନାହିଁ ବୋଲି ପ୍ରଶ୍ନ କରିଛନ୍ତି । ଅନ୍ୟପଟେ ସମ୍ବଲପୁର ପୋଲିସ ଘଟଣାର ତଦନ୍ତ ଚାଲୁଛି ବୋଲି ଚିରାଚରିତ ଢଙ୍ଗରେ ପ୍ରତିକ୍ରିୟା ଦେଇଛନ୍ତି । ଯଦି ଆଗାମୀ ଦିନରେ କଙ୍ଗାରୁ କୋର୍ଟରେ ନିର୍ଯ୍ୟାତିତ ଯୁବକଙ୍କୁ ନ୍ୟାୟ ନମିଳେ ତେବେ ଆସନ୍ତା 20 ତାରିଖରେ ପଶ୍ଚିମ ଓଡିଶା ଦଳିତ ସୁରକ୍ଷା ସମିତି ତରଫରୁ ବୁର୍ଲାରେ ଏକ ପ୍ରତିବାଦ ଶୋଭାଯାତ୍ରା କରାଯିବ ବୋଲି କୁହାଯାଇଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Intro:ସମ୍ବଲପୁର ବୁର୍ଲା ଭୀମସାର ମେଡିକାଲ ପରିସର ରେ ହୋଇଥିବା ଡ଼ାକ୍ତରଙ୍କ କାଙ୍ଗାରୁ କୋର୍ଟ ରେ ରୋଗୀ ସମ୍ପର୍କୀୟ ନିର୍ଯ୍ୟାତନା ଘଟଣାକୁ 20 ଦିନ ବିତିଯାଇଛି।ତେବେ ନିର୍ଯ୍ୟାତନା ଦେଇଥିବା ଅଭିଯୁକ୍ତ ମାନଙ୍କୁ ପୋଲିସ ଆଜି ପର୍ଯ୍ୟନ୍ତ ଗିରଫ କରିନଥିବା ବେଳେ ଓଲଟା ନିର୍ଯ୍ୟାତନାର ଶୀକାର ହୋଇଥିବା 2 ଦଳିତ ଯୁବକ 10 ଦିନ ଜେଲ ରେ ରହି ବେଳ ରେ ବାହାରିବା ପରେ ଆଜି ସମ୍ବଲପୁର ଏସପି ଙ୍କୁ ଭେଟି ନ୍ୟାୟ ଭିକ୍ଷା କରିଛନ୍ତି।

Body:ଗତ ଅକ୍ଟୋବର 20 ତାରିଖରେ ସମ୍ବଲପୁର ବୁର୍ଲା ଭୀମସାର ମେଡିକାଲ ପରିସର ରେ ପୋଲିସ ର ଉପସ୍ଥିତ ରେ ଡାକ୍ତରୀ ଛାତ୍ରମାନେ 2 ରୋଗୀ ଙ୍କ ସମ୍ପର୍କୀୟ ଙ୍କୁ ମାଡ଼ ମାରିଥିଲେ। ଏହା ପରେ ଝଡକେଟନ ରାଉତ ନାମକ ରୋଗୀଙ୍କ ସମ୍ପର୍କୀୟା ଯୁବକଙ୍କୁ ପୋଲିସ ର ହିପାଜାତ ରୁ ବାହାରକୁ ଆଣି ଫାଣ୍ଡି ସମ୍ମୁଖରେ ପୋଲିସ ର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତ ରେ କାଙ୍ଗାରୁ କୋର୍ଟ କରି ଡ଼ାକ୍ତରୀ ଛାତ୍ର ମାନେ ନିର୍ଯ୍ୟାତନା ଦେଇଥିଲେ।ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।ତେବେ ନିର୍ଯ୍ୟାତନା ର ଶିକାର ହୋଇଥିବା 2 ଦଳିତ ଛାତ୍ର ଙ୍କୁ ପୋଲିସ ଡାକ୍ତରଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ଧାରା 307 ଲଗାଇ ଜେଲ
ପଠାଇ ଦେଇଥିଲା। ଅନ୍ୟ ପଟେ ଦଳିତ ଛାତ୍ର ଙ୍କୁ ନିର୍ଯ୍ୟାତନା ଦେଇଥିବା ଅଭିଯୁକ୍ତ ଙ୍କୁ ପୋଲିସ ଆଜି ପର୍ଯ୍ୟନ୍ତ ଗିରଫ କରିନଥିବାରୁ ଆଜି ପୀଡିତ ଙ୍କ ପରିବାର ଲୋକେ ସମ୍ବଲପୁର ଏସ ପି ଙ୍କୁ ଭେଟି ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ଏଥିପାଇଁ ସେମାନେ ଏସପି ଙ୍କୁ ଏକ ଲିଖିତ ଦାବିପତ୍ର ଦେଇଛନ୍ତି।

ବାଇଟ-1-ଝସକେଟନ ରାଉତ, କାଙ୍ଗାରୁ କୋର୍ଟ ରେ ନିର୍ଯ୍ୟତିତ ଯୁବକ।
ବାଇଟ-2-ମୁକେଶ ବେହେରା। ନିର୍ଯ୍ୟାତିତ ଯୁବକ।

ନିର୍ଯ୍ୟାତନା ଶିକାର ହୋଇଥିବା 2 ଯୁବକ ବର୍ତ୍ତମାନ କଲେଜ ଛାତ୍ର ହୋଇଥିବା ବେଳେ ସେମାନେ ଦଳିତ ହୋଇଥିବାରୁ ତାଙ୍କୁ ନ୍ୟାୟ ମିଳୁନି ବୋଲି କହିଛନ୍ତି।ନଚେତ ନିର୍ଯ୍ୟାତନା ଦେଇଥିବା ଲୋକଙ୍କ ବିରୁଦ୍ଧରେ ଆଟ୍ରୋସିଟି ଆକ୍ଟ କାହିଁକି ଲଗାଯାଇନି ବୋଲି ସେମାନେ ପ୍ରଶ୍ନ କରିଛନ୍ତି।ଅନ୍ୟପଟେ ସମ୍ବଲପୁର ତଦନ୍ତ ଚାଲୁଚି ବୋଲି ଚିରା ଚରିତ ପ୍ରତିକ୍ରିୟା ଦେଇଛନ୍ତି।

ବାଇଟ-3-କନବର ବିଶାଳ ସିଂ, ଏସ ପି, ସମ୍ବଲପୁର।

Conclusion:ଦଳିତ ଯୁବକ ମାନଙ୍କୁ ନ୍ୟାୟ ନ ମିଳିଲେ ଆସନ୍ତା 20 ତାରିଖ ରେ ପଶ୍ଚିମ ଓଡିଶା ଦଳିତ ସୁରକ୍ଷା ସମିତି ତରଫରୁ ବୁର୍ଲାରେ ଏକ ପ୍ରତିବାଦ ଶୋଭାଯାତ୍ର କରାଯିବ ବୋଲି କୁହାଯାଇଛି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.