ETV Bharat / state

5 ଟଙ୍କା ପାଇଁ କୋର୍ଟରେ ଦଣ୍ଡିତ ହେଲା ବଜାର ଇଣ୍ଡିଆ, ଗଣିଲା 7000 ଫାଇନ

କ୍ୟାରିବ୍ୟାଗ୍ ବାବଦରେ ଜଣେ ଗ୍ରାହକଙ୍କ ଠାରୁ 5 ଟଙ୍କା ନେବା ମଲକୁ ପଡିଲା ମହଙ୍ଗା । 7 ହଜାର ଟଙ୍କାର କ୍ଷତିପୂରଣ ଦେବାକୁ ବଜାର ଇଣ୍ଡିଆକୁ ନିର୍ଦ୍ଦେଶ ଦେଲେ ଖାଉଟି ଅଦାଲତ । ଅଧିକ ପଢନ୍ତୁ...

author img

By

Published : Jul 2, 2021, 11:00 PM IST

5 ଟଙ୍କା ପାଇଁ କୋର୍ଟରେ ଦଣ୍ଡିତ ହେଲା ବଜାର ଇଣ୍ଡିଆ, ଗଣିଲା 7000 ଫାଇନ
5 ଟଙ୍କା ପାଇଁ କୋର୍ଟରେ ଦଣ୍ଡିତ ହେଲା ବଜାର ଇଣ୍ଡିଆ, ଗଣିଲା 7000 ଫାଇନ

ସମ୍ବଲପୁର: 5 ଟଙ୍କା ପାଇଁ ହଜାର ହଜାର ଟଙ୍କା ଗଣିଲା ବଜାର ଇଣ୍ଡିଆ । କ୍ୟାରି ବ୍ୟାଗ୍ ବାବଦରେ ଜଣେ ଗ୍ରାହକଙ୍କ ଠାରୁ 5 ଟଙ୍କା ନେଇଥିବା ଅଭିଯୋଗରେ ସମ୍ବଲପୁର ସହରସ୍ଥିତ ବଜାର ଇଣ୍ଡିଆକୁ 7 ହଜାର ଟଙ୍କା ଫାଇନ ଗଣିବାକୁ ପଡିଛି । ମାମଲାର ଶୁଣାଣି କରି ମଲକୁ ଏଭଳି ଦଣ୍ଡିତ କରିଛନ୍ତି ଖାଉଟି ଅଦାଲତ । ଆବେଦନକାରୀ ଗ୍ରାହକ ଗୋପାଳ ଲାଲଙ୍କ ପକ୍ଷରୁ ଏନେଇ ସୂଚନା ମିଳିଛି ।

ସୂଚନାଯୋଗ୍ୟ, 2019 ମସିହାରେ ଗୋପାଲ ଲାଲ ଏହି ସପିଙ୍ଗ ମଲକୁ ଯାଇ କିଛି ସାମଗ୍ରୀ କିଣିଥିଲେ । ତେବେ ବିଲ୍ ଦେଲା ସମୟରେ ମଲ କର୍ମଚାରୀ ତାଙ୍କୁ କୌଣସି ପ୍ରକାର କ୍ୟାରି ବ୍ୟାଗ ଦେଇନଥିଲେ । ହେଲେ ଗ୍ରାହକ ଗୋପାଳ ବ୍ୟାଗ ଦେବା ପାଇଁ କହିବାରୁ ଏଥିପାଇଁ ୫ ଟଙ୍କା ଅଧିକ ଲାଗିବ ବୋଲି କର୍ମଚାରୀମାନେ କହିଥିଲେ । ଏନେଇ ଗୋପାଳ ଏବଂ ମଲ କର୍ମଚାରୀଙ୍କ ମଧ୍ୟରେ କିଛି ସମୟ ବଚସା ମଧ୍ୟ ହୋଇଥିଲା । ଶେଷରେ ଗୋପାଳ ୫ ଟଙ୍କା ଦେଇ କ୍ୟାରିବ୍ୟାଗ ଆଣିବା ସହ ରସିଦ ମଧ୍ୟ ନେଇଥିଲେ । ଯାହାକୁ ନେଇ ପରବର୍ତ୍ତୀ ସମୟରେ ଖାଉଟି ଅଦାଲତରେ ଏନେଇ ମାମଲା ଦାୟର କରିଥିଲେ ।

ଗୋପାଳ 2019 ମସିହାରେ ଖାଉଟି ଅଦାଲତରେ କେସ କରିଥିଲେ । ଶୁକ୍ରବାର ଏହି ମାମଲା ଶୁଣାଣି କରି ଆବେଦନକାରୀଙ୍କ ସପକ୍ଷରେ ରାୟ ଦେଇଛନ୍ତି ଅଦାଲତ । ବଜାର ଇଣ୍ଡିଆ ଉପରେ ଦଣ୍ଡବିଧାନ ପୂର୍ବକ ଅଭିଯୋଗକାରୀଙ୍କୁ 7 ହଜାର ଟଙ୍କାର କ୍ଷତିପୂରଣ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଗୋଟିଏ ମାସ ମଧ୍ୟରେ କ୍ଷତିପୂରଣ ନ ଦେଲେ କ୍ଷତିପୂରଣ ରାଶି ସହ ୯ ପ୍ରତିଶତ ସୁଧ ଦେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି ଖାଉଟି ଅଦାଲତ ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.