ETV Bharat / state

ମୌଳିକ ସୁବିଧା ପାଇଁ NH 53 ଅବରୋଧ, 2 ଘଣ୍ଟା ଗାଡି ଚଳାଚଳ ଠପ - ସମ୍ବଲପୁର ରାଜରାସ୍ତା ଅବରୋଧ

ମୌଳିକ ସମସ୍ୟାର ସମାଧାନ ପାଇଁ ସମ୍ବଲପୁର ମହାନଗର ଅନ୍ତର୍ଗତ ବରେଇପାଳି ଅଞ୍ଚଳବାସୀ ଆଜି(ଶୁକ୍ରବାର) ବରେଇପାଲି ଛକ ଠାରେ ମୁମ୍ବାଇ କୋଲକାତା 53 ନମ୍ବର ରାଜପଥକୁ 2 ଘଣ୍ଟା ଅବରୋଧ କରିଛନ୍ତି । ଅଧିକ ପଢନ୍ତୁ

ମୌଳିକ ସମସ୍ୟାର ସମାଧାନ ପାଇଁ ରାଜରାସ୍ତା ଅବରୋଧ କଲେ ବରେଇପାଲି ଅଞ୍ଚଳବାସୀ

author img

By

Published : Feb 4, 2022, 10:44 PM IST

ସମ୍ବଲପୁର: ମୌଳିକ ସମସ୍ୟାର ସମାଧାନ ପାଇଁ ସମ୍ବଲପୁର ମହାନଗର ଅନ୍ତର୍ଗତ ବରେଇପାଳି ଅଞ୍ଚଳବାସୀ ଆଜି(ଶୁକ୍ରବାର) ବରେଇପାଲି ଛକ ଠାରେ ମୁମ୍ବାଇ କୋଲକାତା 53 ନମ୍ବର ରାଜପଥକୁ 2 ଘଣ୍ଟା ଅବରୋଧ କରିଛନ୍ତି । ବରେଇପାଲି ଅଞ୍ଚଳରେ ଦୀର୍ଘ ଦିନରୁ ଲାଗିରହିଥିବା ପାନୀୟ ଜଳ ଯୋଗାଣ ଅବ୍ୟବସ୍ଥା, ଡ୍ରେନେଜ ସମସ୍ୟା, ଷ୍ଟ୍ରିଟ ଲାଇଟ ସମସ୍ୟା ତଥା ଧୋବିଜୋର ନାଳରେ ଜବରଦଖଲ ଯୋଗୁଁ ଉପୁଜୁଥିବା ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ଲୋକେ ଏହି ଅବରୋଧ କରିଥିଲେ ।

ମୌଳିକ ସମସ୍ୟାର ସମାଧାନ ପାଇଁ ରାଜରାସ୍ତା ଅବରୋଧ କଲେ ବରେଇପାଲି ଅଞ୍ଚଳବାସୀ

ଫଳରେ ରାସ୍ତା ଜାମ ହୋଇଯିବା ସହ ଉଭୟ ପଟେ ଶହଶହ ଗାଡି ଅଟକି ଯାଇଥିଲା । ଏଭଳି ସ୍ଥିତିରେ ଘଟଣା ସ୍ଥଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତହସିଲଦାର ପହଞ୍ଚିବା ସହ ସ୍ଥାନୀୟ ଲୋକଙ୍କ ଆଲୋଚନା କରିଥିଲେ । ଏହାପରେ NHAI ପ୍ରୋଜେକ୍ଟ ଡ଼ାଇରେକ୍ଟର ମଧ୍ୟ ପହଞ୍ଚି ରାଜରାସ୍ତା ସମ୍ବନ୍ଧୀୟ ସମସ୍ୟାର ସମାଧାନ କରିବାର ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା ।
ତେବେ ଯଥାଶୀଘ୍ର ଏହି ସମସ୍ୟାର ସମାଧାନ ନକଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ସ୍ଥାନୀୟ ଲୋକ କହିଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.