ETV Bharat / state

ଚୋର କରିଥିଲା ଚୋରି ଅଭିଯୋଗ - ଚୋରି ଅଭିଯୋଗ

ରେଙ୍ଗାଲି ପୋଲିସ ଏକ ଅଭିନବ ଚୋରି ଘଟଣାର ପର୍ଦ୍ଦାଫାଶ କରି ଚୋରକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ରେଙ୍ଗାଲି ପିପୁଲ ଫୋରମ ବ୍ୟାଙ୍କର ଆସିଷ୍ଟାଣ୍ଟ ବ୍ୟାଙ୍କ ମ୍ୟାନେଜର । ସେ ନିଜେ ଚୋରି କରି ବ୍ୟାଙ୍କରେ ଚୋରି ହୋଇଥିବା ନେଇ ଅଭିଯୋଗ କରିଥିଲେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର
author img

By

Published : Jun 11, 2019, 9:17 PM IST

ସମ୍ବଲପୁର: ନିଜେ ଟଙ୍କା ହଡପ କରି ଥାନାରେ ଚୋରି ମାମଲା ଦାଏର କରି ଫସିଗଲେ ବ୍ୟାଙ୍କ ମ୍ୟାନେଜର ବାବୁ । ରେଙ୍ଗାଲି ପିପୁଲ ଫୋରମ ବ୍ୟାଙ୍କର ଆସିଷ୍ଟାଣ୍ଟ ବ୍ୟାଙ୍କ ମ୍ୟାନେଜର ଆକାଶ ଆଲୁଙ୍କୁ ଗିରଫ କରିଛି ପୋଲିସ । ସେ ୫ ଲକ୍ଷ ୫୨ ହଜାର ୪୯୦ ଟଙ୍କା ନିଜେ ଅଭିନବ ଉପାୟରେ ଚୋରି କରି ରେଙ୍ଗାଲି ଥାନାରେ ଅଭିଯୋଗ କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ତଦନ୍ତ ପରେ ଅଭିଯୋଗକାରୀ ହିଁ ଅଭିଯୁକ୍ତ ବୋଲି ଜାଣିବାକୁ ପାଇଲା ପରେ ଆକାଶଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଅଭିଯୁକ୍ତ ଜଣକ ବାଇକରେ ଟଙ୍କା ନେଇ ଯାଉଥିବା ବେଳେ ଆଖିରେ ଲଙ୍କା ଗୁଣ୍ତ ଦେଇ 2 ଜଣ ଲୁଟେରା ତାଙ୍କ ଠାରୁ ଟଙ୍କା ଲୁଟ କରିଥିବା ନେଇ ଥାନାରେ ଅଭିଯୋଗ କରିଥିଲେ ।
ହେଲେ ତଦନ୍ତ ପରେ ସେ ହିଁ ଅଭିଯୁକ୍ତ ଜଣାପଡିବା ପରେ ପୋଲିସ ତାଙ୍କୁ ଗିରଫ କରିଛି । ସେ ମଧ୍ୟ ନିଜ ଦୋଷ ସ୍ବୀକାର କରିଛନ୍ତି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Intro:Body:

gggggggss

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.