ସମ୍ବଲପୁର: ପୁଣି ଅଲୋଡ଼ା ଶିଶୁକନ୍ୟା । ସମ୍ବଲପୁର ଜିଲ୍ଲା ରେଢାଖୋଲର ଏକ ଢାବା ପଛ ପଟରୁ ଏକ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି । ଶିଶୁକନ୍ୟାକୁ ରେଢ଼ାଖୋଲ ସରକାରୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ଆଜି(ସୋମବାର) ସକାଳୁ ଢାବା ମାଲିକ ଢାବାକୁ ଆସିଲା ବେଳକୁ ଏକ ଶିଶୁର କାନ୍ଦ ଶୁଣି କିଏ କାନ୍ଦୁଛି ବୋଲି ଖୋଜିଥିଲେ । ଆଉ ଖୋଜିବାପରେ ସେ ତାଙ୍କ ଢାବା ପଛପଟୁ ଏକ ପେଟିରେ ଥିବା ନବଜାତ ଶିଶୁକନ୍ୟା ଥିବାର ଦେଖିବାକୁ ପାଇଥିଲେ । ତୁରନ୍ତ ଆଖପାଖ ଲୋକଙ୍କୁ ପଚାରିଥିଲେ । ହେଲେ କେହି ଏସମ୍ପର୍କରେ ଜାଣିନଥିବା କହିବାରୁ ଶିଶୁଟିକୁ ତୁରନ୍ତ ରେଢାଖୋଲ ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ବର୍ତ୍ତମାନ ଶିଶୁଟିର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି । ତେବେ ରେଢାଖୋଲ ପୋଲିସ ଏନେଇ ପଚରା ଉଚରା ଜାରି ରଖିଛି ।
ସମ୍ବଲପୁରରୁ ବାଦଶାହା ଯୁସ୍ମନ ରଣା, ଇଟିିଭି ଭାରତ