ETV Bharat / state

କୋରୋନା ଭିତରେ ଖୋଲିଲା ସ୍କୁଲ, କମୁଛି ଉପସ୍ଥାନ - due to the corona epidemic

ଏବେ କୋରୋନା ଗାଇଡଲାଇନ ଅନୁସାରେ ସମସ୍ତ କ୍ଲାସରୁମରେ ଚାଲିଛି ପାଠପଢା । ହେଲେ ମହାମାରୀ ଭୟ ଯୋଗୁଁ ସରକାରୀ ସ୍କୁଲ ଗୁଡିକରେ କମୁଛି ଉପସ୍ଥାନ ସଂଖ୍ୟା । ଅଦିକ ପଢନ୍ତୁ...

କୋରୋନା ଭିତରେ ଖୋଲିଲା ସ୍କୁଲ
କୋରୋନା ଭିତରେ ଖୋଲିଲା ସ୍କୁଲ
author img

By

Published : Mar 20, 2021, 8:09 PM IST

ସମ୍ବଲପୁର: କୋଭିଡ ମହାମାରୀ ଯୋଗୁଁ ପାଖାପାଖି ଗୋଟିଏ ବର୍ଷ ପାଇଁ ସବୁ ସ୍କୁଲ ବନ୍ଦ ହୋଇଗଲା। ଆଉ ଚଳିତବର୍ଷ ଜାନୁଆରୀ 8 ତାରିଖରେ 10ମ ଶ୍ରେଣୀ ପାଇଁ ସ୍କୁଲ ଖୋଲିଲା। ପରବର୍ତ୍ତୀ ସମୟରେ ଫେବ୍ରୁଆରୀ 8 ରେ ମଧ୍ୟ 9ମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିଲା। ହେଲେ କୋଭିଡ ଭୟରେ ସ୍କୁଲ ଗୁଡିକରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଏପର୍ଯ୍ୟନ୍ତ ସ୍ବଭାବିକ ହୋଇପାରିନି।

କୋରୋନା ଭିତରେ ଖୋଲିଲା ସ୍କୁଲ, କମୁଛି ଉପସ୍ଥାନ

ଗତବର୍ଷ ସାରା ବିଶ୍ବ ଦେଖିଥିଲା କୋଭିଡର କରାଳ ରୂପ। ଚଳିତବର୍ଷରେ ନୂଆ ଆଶା ଆଣିଥିଲା କୋଭିଡ ପ୍ରତିଷେଧକ ଟୀକା। ଆଉ ଏହି କୋଭିଡ କଟକଣା ଭିତରେ 9ମ ଓ 10ମ ଶ୍ରେଣୀ ପାଇଁ ସ୍କୁଲ ମଧ୍ୟ ଖୋଲିଥିଲା।ତେବେ ଅବିଭାବକ ମାନଙ୍କ ସହ ଛାତ୍ରଛାତ୍ରୀ ମାନଙ୍କ ମନ ଭିତରୁ କୋଭିଡ ଭୟ ଲିଭିନି। ଆଉ ଏହାର ପ୍ରଭାବ ସ୍କୁଲର ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଉପରେ ପଡୁଥିବା ଦେଖାଯାଇଛି।

ସ୍କୁଲ ଖୋଲିବା ପରେ ଛାତ୍ରଛାତ୍ରୀ ଆସୁଥିଲେ ମଧ୍ୟ କୋଭିଡ ପୂର୍ବ ପରି ସ୍ଥିତି ସ୍ବଭାବିକ ହୋଇପାରିନି। ସ୍କୁଲ ଗୁଡିକର ଉପସ୍ଥାନ ହାର କମୁଥିବା ପରିଲକ୍ଷିତ ହୋଇଛି। ଏଥିପାଇଁ ଛାତ୍ରଛାତ୍ରୀ କୋଭିଡ ଭୟକୁ ଦାୟୀ କରିଛନ୍ତି। ଅଭିଭାବକମାନେ ନିଜର ପିଲାଙ୍କୁ ସ୍କୁଲକୁ ପଠାଇବାକୁ ଅନିଚ୍ଛା ପ୍ରକଟ କରୁନାହାନ୍ତି ସତ ତେବେ ସେମାନେ କୋଭିଡ ଭୟରେ ନିଜର ପିଲାଙ୍କୁ ସ୍କୁଲକୁ ପଠେଇବାକୁ ଚାହୁଁ ନଥିବା ଶିକ୍ଷାବିତ କହିଛନ୍ତି।

ସମ୍ବଲପୁର ସହରର ବୁଢ଼ାରାଜା ସରକାରୀ ହାଇସ୍କୁଲର ଉପସ୍ଥାନର ତଥ୍ୟ ଉପରେ ନଜର ପକାଇଲେ ଅନଲକ ପରେ ସ୍କୁଲର ଉପସ୍ଥାନ ପୂର୍ବାପେକ୍ଷା ହ୍ରାସ ପାଇଥିବା ଜଣାପଡ଼ିଛି। କୋଭିଡ ପୂର୍ବରୁ ସ୍କୁଲର ଉପସ୍ଥାନ ହାର 97 ପ୍ରତିଶତ ରହୁଥିବାବେଳେ ବର୍ତ୍ତମାନ ଏହି ଉପସ୍ଥାନ ହାର 85 ପ୍ରତିଶତ ରହୁଛି ବୋଲି ସୂଚନା ଦିଆଯାଇଛି।

ଅନ୍ୟପଟେ ସମ୍ବଲପୁର ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, କୋଭିଡ ପୂର୍ବରୁ ଜିଲ୍ଲା ସ୍କୁଲ ଗୁଡିକର ଉପସ୍ଥାନ ହାର ହାରାହାରି 75 ରୁ 80 ପ୍ରତିଶତ ରହୁଥିବାବେଳେ କୋଭିଡ ପରବର୍ତ୍ତୀ ସମୟରେ ଯେତେବେଳେ ସ୍କୁଲ ଖୋଲିଲା ଏହି ଉପସ୍ଥାନ ହାର 49 ପ୍ରତିଶତ ଥିଲା। ତେବେ ବର୍ତ୍ତମାନ ସ୍ଥିତିରେ ଟିକେ ସୁଧାର ହୋଇ ଏହା 68 ରୁ 70 ପ୍ରତିଶତରେ ପହଞ୍ଚିଛି।

ଅନ୍ୟପଟେ ସ୍କୁଲ ଗୁଡିକରେ ଛାତ୍ରଛାତ୍ରୀଙ୍କ ପାଇଁ ସାନିଟାଇଜର ବ୍ୟବହାର ଅପରିହାର୍ଯ୍ୟ କରାଯାଇଛି। ଅନ୍ୟପଟେ ସାମାଜିକ ଦୂରତ୍ବ ବଜାୟ ରଖି କ୍ଲାସ ଜାରି ରହିଛି। ସ୍କୁଲ ଗୁଡ଼ିକରେ ପ୍ରତ୍ୟେକ ଦିନ କ୍ଲାସ ସରିଲା ପରେ ବିଶୋଧନ ସ୍ପ୍ରେ କରାଯାଇ ସାନିଟାଇଜ କରାଯାଉଛି। ତେବେ କୋଭିଡ ପୂର୍ବ ପରି ସ୍ଥିତି ସ୍ବଭାବିକ ହୋଇପାରିନି।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.