ETV Bharat / state

ସହରରେ କୃତିମ ବନ୍ୟା, କେନାଲ ପାଣିରେ ଭାସିଲା ସମ୍ବଲପୁର

author img

By

Published : Dec 22, 2022, 10:13 PM IST

ସହରରେ ପଶିଲା କେନାଲ ପାଣି । କୃତିମ ବନ୍ୟା ପାଲଟିଲା ସମ୍ବଲପୁର ସହର । ପାଇପରେ ଅଳିଆ ଜାମ୍ ଯୋଗୁଁ ରାସ୍ତା ଉପରେ ଭାସିଲା କେନାଲ ପାଣି । ଅଧିକ ପଢ଼ନ୍ତୁ

canal dam water floating in Sambalpur town
କେନାଲ ପାଣିରେ ଭାସିଲା ସମ୍ବଲପୁର
କେନାଲ ପାଣିରେ ଭାସିଲା ସମ୍ବଲପୁର

ସମ୍ବଲପୁର : ତୃଟିପୂର୍ଣ୍ଣ ଡ୍ରେନ ନିର୍ମାଣ ଯୋଗୁଁ ସହରରେ ପଶିଲା ପାଣି l କେନାଲ ପାଇପରେ ଅଳିଆ ଜମି ରହିଥିବାରୁ ସ୍ଥାନୀୟ ଅଞ୍ଚଳରେ କେନାଲ ପାଣି ଭାସୁଛି । ଫଳରେ ସହରର କେତୋଟି ସ୍ଥାନରେ କୃତିମ ବନ୍ୟା ସୃଷ୍ଟି ହୋଇଛି । ଜଳ ମଗ୍ନ ହୋଇଛି ସ୍ଥାନୀୟ ଅଞ୍ଚଳ । ସମ୍ବଲପୁର ଜିଲ୍ଲା ଅଇଁଠାପାଲିର ସହରାଞ୍ଚଳରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।

ସୂଚନାନୁସାରେ ସମ୍ବଲପୁର ସହରର ଅଇଁଠାପାଲି, ତଳିପଢା, ପ୍ରଗତିବିହାର ଅଞ୍ଚଳରେ ଆଜି କେନାଲ ପାଣିର ପାଇପ ଅଳିଆ ଦ୍ୱାରା ଜାମ୍ ହୋଇଥିଲା । ଫଳରେ କେନାଲ ପାଣି ନିଷ୍କାସନ ହୋଇପାରିଲା ନାହିଁ । ଫଳରେ ଡ୍ରେନ୍‌ ପାଣି ଓଭର ଫ୍ଲୋ ହୋଇ ଉକ୍ତ ଅଞ୍ଚଳକୁ ପଶିଯାଇଥିଲା ।

ଏପରିକି ଅଇଁଠାପାଲିର ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ର ଭିତରକୁ ମଧ୍ୟ କେନାଲ ପାଣି ମାଡ଼ି ଯାଇଥିଲା । କିଛି ତଳିଆ ଅଞ୍ଚଳର ଘରଗୁଡ଼ିକରେ ମଧ୍ୟ ପାଣି ପଶିଥିବା ବେଳେ ସାଧାରଣ ଜନଜୀବନ ପ୍ରଭାବିତ ହୋଇଥିଲା । ଖବର ପାଇ ଜଳସେଚନ ବିଭାଗ ପକ୍ଷରୁ କର୍ମଚାରୀମାନେ ଆସି ଡ୍ରେନ୍‌ ସଫା କରି ସମସ୍ୟାର ସମାଧାନ କରିଥିଲେ ।

ତଥାପି ସମ୍ପୂର୍ଣ୍ଣ ପାଣି ରାସ୍ତା ଘାଟରେ ବହୁ ସମୟ ଧରି ଜମି ରହିଥିଲା । ତୃଟି ପୂର୍ଣ୍ଣ ଡ୍ରେନ୍‌ ନିର୍ମାଣ ପାଇଁ ଏଭଳି ପରିସ୍ଥିତି ଉପୁଜିଥିବା ଅଭିଯୋଗ ହୋଇଛି । ଏନେଇ ବାରମ୍ବାର ବିଭାଗକୁ ଅଭିଯୋଗ କଲେ ମଧ୍ୟ କେହି ଶୁଣୁନାହାଁନ୍ତି ବୋଲି ସ୍ଥାନୀୟବାସିନ୍ଦା ଅଭିଯୋଗ କରିଛନ୍ତି l

ଅନ୍ୟପକ୍ଷରେ ରାସ୍ତାରେ କେନାଲ ପାଣି ଭାସୁଥିବାରୁ କିଛି ସମୟ ଯାଏଁ ଯାତାୟତରେ ମଧ୍ୟ ଅସୁବିଧା ଉପୁଜିଥିଲା । ଏପରିକି ଲୋକେ ଯିବାଆସିବା ସମୟରେ ନାନା ସମସ୍ୟା ଭୋଗିଥିଲେ । କେହିକେହି ଯାତାୟତ ସମୟରେ ମଧ୍ୟ ମୁହଁରେ ରୁମାଲ ବାନ୍ଧି ଯିବାଆସିବା କରୁଥିଲେ । ଅଣ୍ଟା ଉଚ୍ଚର ପାଣି ରାସ୍ତା ଉପରେ ଜାମ ହେବାରୁ ଯାତାୟତ ମଧ୍ୟ ଏକ ପ୍ରକାର ବନ୍ଦ ହୋଇଥିଲା ।

ସେପଟେ ହସ୍ପିଟାଲ ଭିତରକୁ କେନାଲ ପାଣି ପଶିବାରୁ ରୋଗୀମାନେ ମଧ୍ୟ ହନ୍ତସନ୍ତ ହୋଇଥିଲେ । ତଳେ ବସିଥିବା ରୋଗୀ ମଧ୍ୟ ଅକଥନୀୟ ଦୁର୍ଦ୍ଦଶା ଭୋଗିଥିଲେ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.