ETV Bharat / state

ସମ୍ବଲପୁର IIMର ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ, ଯୋଗଦେଲେ ରାଜ୍ୟପାଳ

author img

By

Published : Jul 1, 2023, 5:55 PM IST

ସମ୍ବଲପୁର IIM 6ଷ୍ଠ ଓ ସପ୍ତମ ବାର୍ଷିକ ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ 2021-22 ଓ 2022-23ର କୃତୀ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଛି । ଅଧିକ ପଢ଼ନ୍ତୁ

annual convocation day of sambalpur iim
ସମ୍ବଲପୁର IIMର ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ
ସମ୍ବଲପୁର IIMର ସମାବର୍ତ୍ତନ ଉତ୍ସବ

ସମ୍ବଲପୁର: ଆଇଆଇଏମର 6ଷ୍ଠ ଓ ସପ୍ତମ ବାର୍ଷିକ ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ ହୋଇଯାଇଛି l ସମ୍ବଲପୁର ଗୋଶାଳା ବସନ୍ତପୁର ସ୍ଥିତ ଆଇଆଇଏମ (IIM)ର ନୂଆ କ୍ୟାମ୍ପସରେ ଆଜି (ଶନିବାର) ପ୍ରଥମ କରି ଅନୁଷ୍ଠିତ ହୋଇଥିବା ଏହି ଦୀକ୍ଷାନ୍ତ ସମାରୋହରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ SBIର ପୂର୍ବତନ ଅଧ୍ୟକ୍ଷ ଅରୁନ୍ଧତୀ ଭଟ୍ଟାଚାର୍ଯ୍ୟଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ l ଆୟୋଜିତ ସମାରୋହରେ 2021-22 ଓ 2022-23ର କୃତୀ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଥିଲା l

ଏହା ମଧ୍ୟ ପଢ଼ନ୍ତୁ: ସମ୍ବଲପୁରୀ ହସ୍ତତନ୍ତର ବ୍ୟବସାୟିକ ବିସ୍ତାର ପାଇଁ MOU ସ୍ୱାକ୍ଷରିତ କଲା IIM ସମ୍ବଲପୁର

ଏହି କାର୍ଯ୍ୟକ୍ରମ ଅବସରରେ 2021-22 ଓ 2022-23 ବ୍ୟାଚର କୃତୀ ଛାତ୍ରଛାତ୍ରୀଙ୍କୁ ସ୍ବର୍ଣ୍ଣ ପଦକ ସହ ଡିଗ୍ରୀ ପ୍ରଦାନ କରଯାଇଛି l ଉଭୟ ବ୍ୟାଚର 3 ଜଣ ଲେଖାଏଁ ଛାତ୍ରୀ ସ୍ବର୍ଣ୍ଣ ପଦକ ଗ୍ରହଣ କରିଛନ୍ତି l ଏହି ପରିପ୍ରେକ୍ଷୀରେ ରାଜ୍ୟପାଳ ଛାତ୍ରଛାତ୍ରୀଙ୍କୁ ଦିଗ ଦର୍ଶନ ଦେବା ସହ ସେମାନଙ୍କ ଉଜ୍ବଳ ଭବିଷ୍ୟତ କାମନା କରିଥିଲେ l ଏନେଇ ସମ୍ବଲପୁର IIM ନିର୍ଦ୍ଦେଶକ ମହାଦେବ ପ୍ରସାଦ ଜୈସ୍ବାଲ କହିଛନ୍ତି, " ସମ୍ବଲପୁର IIM ଆରମ୍ଭରୁ ଛାତ୍ରଛାତ୍ରୀଙ୍କୁ 100% ନିଯୁକ୍ତି ଦେଇ ଆସୁଛି l ଚଳିତ ବର୍ଷ ମଧ୍ୟ ଜାତୀୟ ସ୍ତରରେ ଏଠାକାର ଛାତ୍ରଛାତ୍ରୀ ଉତ୍ତମ ଦରମାରେ ନିଯୁକ୍ତି ପାଇଛନ୍ତି । ବିଶେଷ କରି ଛାତ୍ରଙ୍କ ଅପେକ୍ଷା ଛାତ୍ରୀମାନେ ଅପେକ୍ଷାକୃତ ସଫଳତା ପାଇଛନ୍ତି l ସମ୍ବଲପୁର IIMର 2 ଜଣ ଛାତ୍ରୀ ଜାତୀୟ ସ୍ତରରେ ସର୍ବାଧିକ ଦରମାରେ ନିଯୁକ୍ତି ପାଇଛନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ: ଏକଜିକ୍ୟୁଟିଭ ଏମବିଏ କୋର୍ସ ଲଞ୍ଚ କଲା ସମ୍ବଲପୁର IIM

ଏହା ମଧ୍ୟ ପଢ଼ନ୍ତୁ: ଦ୍ବିତୀୟ ଥର ପାଇଁ ଆଇଆଇଏମର ନିର୍ଦ୍ଦେଶକ ହେଲେ ପ୍ରଫେସର ମହାଦେବ ପ୍ରସାଦ ଜୟସୁଆଲ
ଏହି ଅନୁଷ୍ଠାନର ନୂତନ କ୍ୟାମ୍ପସ ନିର୍ମାଣ କାର୍ଯ୍ୟ 95% ସମ୍ପୂର୍ଣ୍ଣ ହୋଇସାରିଛି l ଆଉ ଅଳ୍ପ ଦିନ ଭିତରେ କ୍ୟାମ୍ପସ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଯିବ ଓ ପ୍ରଧାନମନ୍ତ୍ରୀ ନେରେନ୍ଦ୍ର ମୋଦୀ ଏହାର ଶୁଭ ଉଦଘାଟନ କରିବେ ବୋଲି ନିର୍ଦ୍ଦେଶକ ସୂଚନା ଦେଇଛନ୍ତି l ସୂଚନାଯୋଗ୍ୟ ଯେ, ପୂର୍ବରୁ ସମ୍ବଲପୁର ବିଶ୍ୱ ବିଦ୍ୟାଳୟର ଅସ୍ଥାୟୀ କ୍ୟାମ୍ପସରେ ସମ୍ବଲପୁର IIMର ପାଠପଢା ଚାଲୁଥିଲା । ବର୍ତ୍ତମାନ ବସନ୍ତପୁର ସ୍ଥିତ ନୂଆ କ୍ୟାମ୍ପସରେ ପାଠ ପଢା ଆରମ୍ଭ ହୋଇଛି l ଛାତ୍ରଛାତ୍ରୀ ମାନେ ନୂଆ ହଷ୍ଟେଲରେ ମଧ୍ୟ ରହିବା ଆରମ୍ଭ କରିଥିବା ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.