ETV Bharat / state

ସମ୍ବଲପୁରରେ ଉଦଘାଟନ ହେଲା ଇ-ସର୍ଭିସ ଟ୍ରେନିଂ ପ୍ରୋଗ୍ରାମ - ସମ୍ବଲପୁରରେ ଇ-ସର୍ଭିସ ଟ୍ରେନିଂ ପ୍ରୋଗ୍ରାମ

ସମ୍ବଲପୁରରେ ଉଦଘାଟନ ହେଲା ଇ-ସର୍ଭିସ ଟ୍ରେନିଂ ପ୍ରୋଗ୍ରାମ । ଏଣିକି ପଶ୍ଚିମ ଓଡିଶାବାସୀ ପାଇବେ ସୁବିଧାରେ କୋର୍ଟ ସେବା । ଅଧିକ ପଢନ୍ତୁ...

ସମ୍ବଲପୁରରେ ଉଦଘାଟନ ହେଲା ଇ-ସର୍ଭିସ ଟ୍ରେନିଂ ପ୍ରୋଗ୍ରାମ

author img

By

Published : Aug 21, 2021, 2:58 PM IST

ସମ୍ବଲପୁର: ଜିଲ୍ଲା ଗସ୍ତରେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡ଼ ଜଷ୍ଟିସ ଏସ ମୁରଲୀଧର । ଆଜି(ଶନିବାର) ସକାଳ 9 ଟାରେ ସମ୍ବଲପୁର ଜିଲ୍ଲା ଜଜଙ୍କ କୋର୍ଟରେ ପହଞ୍ଚି ଅଦାଲତ ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଏହି ଅବସରରେ ମୁଖ୍ୟ ବିଚାରପତି ଇ-ସର୍ଭିସ ଟ୍ରେନିଂ ପ୍ରୋଗ୍ରାମର ଶୁଭାରମ୍ଭ କରିଛନ୍ତି ।

ସମ୍ବଲପୁରରେ ଉଦଘାଟନ ହେଲା ଇ-ସର୍ଭିସ ଟ୍ରେନିଂ ପ୍ରୋଗ୍ରାମ
ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ଜିଲ୍ଲା ଓକିଲ ସଙ୍ଘର ସଭାପତି ପ୍ରମୋଦ କୁମାର ରଥଙ୍କ ସହ ଜିଲ୍ଲା ଜଜ ତଥା ଓକିଲ ସଙ୍ଘର ବରିଷ୍ଠ ସଦସ୍ୟଙ୍କ ସହ ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ ଓ ବରଗଡ଼ ଜିଲ୍ଲାର 10 ଜଣ ଲେଖାଏଁ ଆଇନଜୀବୀ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ଅନୁଯାୟୀ ଆଇନଜୀବୀମାନଙ୍କୁ ଇ-ସର୍ଭିସ ଜରିଆରେ କିପରି କୋର୍ଟ କାର୍ଯ୍ୟ ହୋଇପାରିବ ସେନେଇ ତାଲିମ ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି ।ଅନ୍ୟପଟେ ଏଠାରୁ ତାଲିମ ପାଇବା ପରେ ଯୋଗ ଦେଇଥିବା 4 ଜିଲ୍ଲାର ଆଇନଜୀବୀମାନେ ନିଜ ଜିଲ୍ଲାର ଆଇନଜୀବୀଙ୍କୁ ତାଲିମ ଦେବେ । ଲୋକେ କିପରି ଇଣ୍ଟରନେଟ ମାଧ୍ୟମରେ କେସ୍ ଫାଇଲ୍ କରିବେ, ଅଦାଲତ ଫି ଦେବେ, କେସର ଷ୍ଟାଟସ୍ ଜାଣିପାରିବେ ତାହା ହେଉଛି ଇ-ସର୍ଭିସ ଉଦଘାଟନର ମୁଖ୍ୟ ଲକ୍ଷ୍ୟ ବୋଲି ସମ୍ବଲପୁର ଓକିଲ ସଙ୍ଘ ସଭାପତି ପ୍ରମୋଦ କୁମାର ରଥ କହିଛନ୍ତି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.