ETV Bharat / state

ଚୋରଙ୍କ ପୁଷ ମାସ, ଖରା ଛୁଟିର ସୁଯୋଗ ନେଇ 12ଟି ସ୍କୁଲରେ ବୁଲାଇଲେ କଳାକନା

ଖରା ଛୁଟିର ସୁଯୋଗ ନେଇ ସରକାରୀ ସ୍କୁଲ ଗୁଡିକରୁ ଚୋରି କରୁଛନ୍ତି ଲୁଟେରା । ଅଧିକ ପଢନ୍ତୁ

theft in school
theft in school
author img

By

Published : Jun 18, 2023, 10:15 AM IST

theft in school

ସମ୍ବଲପୁର: ସମ୍ବଲପୁରରେ ମାତିଛନ୍ତି ଚୋର ଗ୍ୟାଙ୍ଗ । ଏହି ଗ୍ୟାଙ୍ଗ ମାନେ ଖରା ଛୁଟିର ସୁଯୋଗ ନେଇ କେବଳ ସରକାରୀ ସ୍କୁଲ ଗୁଡିକରୁ ଚୋରି କରୁଛନ୍ତି । ବର୍ତ୍ତମାନ ଖରା ଛୁଟି ଜାରି ରହିଥିବା ବେଳେ ଏହି ଚୋର ଗ୍ୟାଙ୍ଗ ବିଳମ୍ବିତ ରାତ୍ରିରେ ଲୁହା କବାଟ, ଝରକା ଭାଙ୍ଗି ଚୋରି କରିବା ସହ ସ୍କୁଲର ଆସବାବପାତ୍ର, ଟିଭି, କମ୍ପ୍ୟୁଟର, ମୋଟର ପମ୍ପ, ରୋଷେଇ ସାମଗ୍ରୀ ଚୋରି କରୁଛନ୍ତି । ଅନ୍ୟପଟେ ସମ୍ବଲପୁର ସହରକୁ ଲାଗିକି ରହିଥିବା ଧନକଉଡ଼ା ବ୍ଲକରେ ଥିବା ସ୍କୁଲ ଗୁଡିକରେ ଅନେକ ଥର ଚୋରି ହୋଇ ସାରିଥିବା ବ୍ଲକ ଶିକ୍ଷା ଅଧିକାରୀ କହିଛନ୍ତି । ଏନେଇ ପୋଲିସ ପ୍ରଶାସନ କୌଣସି ଠୋସ ପଦକ୍ଷେପ ନେଉ ନଥିବା ଅଭିଯୋଗ ହୋଇଛି ।

ଏହି କିଛି ଦିନ ଭିତରେ ସମ୍ବଲପୁର ସାକ୍ଷୀପଡା ସରକାରୀ ପ୍ରାଥମିକ ବିଦ୍ୟାଳୟର 13ଟି ଲୁହା କବାଟ ଓ 14ଟି ଝରକା ଚୋରି ହୋଇଥିବା ବେଳେ ନୁଆଁ ଗୁଜାତଳ ପ୍ରାଥମିକ ସ୍କୁଲ, ସୁନାପାଲି ସରକାରୀ ପ୍ରାଥମିକ ସ୍କୁଲ, ବୁର୍ଲା ୟୁନିଭର୍ସିଟି କ୍ୟାମ୍ପସ ଉଚ୍ଚ ପ୍ରାଥମିକ ସ୍କୁଲ , ମୁଦିପଡା ପ୍ରାଥମିକ ସ୍କୁଲ, ଯୁଗୀପାଲି ଉଚ୍ଚ ପ୍ରାଥମିକ ସ୍କୁଲ, ନିର୍ଗୁଣ ପଡା ଉଚ୍ଚ ପ୍ରାଥମିକ ସ୍କୁଲରୁ ଟିଭି, ଚାଉଳ, ଆସବାବପାତ୍ର, ଡେ଼କଚି, କମ୍ପ୍ୟୁଟର, ଗ୍ୟାସ ସିଲିଣ୍ଡର, ମୋଟର ପାଇପ ଇତ୍ୟାଦି ଚୋରି ହୋଇଥିବା ବ୍ଲକ ଶିକ୍ଷା ଅଧିକାରୀ କହିଛନ୍ତି l

ଏହା ମଧ୍ୟ ପଢନ୍ତୁ -ରାୟଗଡାର ବିଭିନ୍ନ ମନ୍ଦିରରେ ସିରିଜ ଲୁଟ, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଚୋରି

ଏହା ମଧ୍ୟ ପଢନ୍ତୁ - ଚୋର ସନ୍ଦେହରେ ଥାନାରେ ଯୁବକଙ୍କୁ ନିସ୍ତୁକ ମାଡ; ନ୍ୟାୟ ନମିଳିଲେ ଜୀବନ ହାରିବାକୁ ଚେତାବନୀ

ତେବେ ଏହି ଖରା ଛୁଟି ଭିତରେ 12ଟି ସ୍କୁଲରୁ ଏହିଭଳି ଚୋରି ହୋଇ ସାରିଥିବା ବ୍ଲକ ଶିକ୍ଷା ଅଧିକାରୀ ସୁରେନ୍ଦ୍ର ସାହୁ ସୂଚନା ଦେଇଛନ୍ତି l ଏନେଇ ବିଭିନ୍ନ ଥାନାରେ ଏତଲା ଦିଆଯାଇଥିଲେ ମଧ୍ୟ କୌଣସି ଫଳ ମିଳି ନ ଥିବା କହିଛନ୍ତି BEO l ଅନ୍ୟପଟେ ସ୍ଥାନୀୟ ସଚେତନ ବ୍ୟକ୍ତି କହିଛନ୍ତି ଯେ , ଏହି ଚୋରି ସ୍ଥାନୀୟ କେତେକ ଅସାମାଜିକ ଯୁବକ କରୁଛନ୍ତି ଓ କବାଡି ଖାନାରେ ବିକ୍ରି କରୁଛନ୍ତି l ପୋଲିସ କବାଡି ଖାନା ଗୁଡିକରେ ଚଢ଼ାଉ କଲେ ଏହି ଚୋର ଙ୍କୁ ଧରି ପାରିବ l

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.