ETV Bharat / state

ସମ୍ବଲପୁର ବାୟୁ ମଣ୍ଡଳରେ ବିଷ, ପ୍ରଦୂଷଣ 2 ଗୁଣ ବୃଦ୍ଧି, ତେଜୁଛି ଜନ ଅସନ୍ତୋଷ - ସମ୍ବଲପୁରରେ ବଢୁଛି ବାୟୁ ପ୍ରଦୂଷଣ

ସମ୍ବଲପୁରରେ ବଢିଚାଲିଛି ବାୟ ପ୍ରଦୂଷଣର ମାତ୍ରା । ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ, ସ୍ବରେଜ ବୋର୍ଡର କାର୍ଯ୍ୟ, ଆଖ ପାଖର କଳ କାରଖାନା ର ଧୂଆଁ, ଯାନ ବାହାନ ଓ ଶୁଷ୍କ ଜଳବାୟୁ ଯୋଗୁଁ ଏମିତି ସମସ୍ୟା ଉପୁଜୁଥିବା ଦେଖିବାକୁ ମିଳିଛି l ଅଧିକ ପଢନ୍ତୁ...

ସମ୍ବଲପୁର ବାୟୁ ମଣ୍ଡଳରେ ବିଷ
ସମ୍ବଲପୁର ବାୟୁ ମଣ୍ଡଳରେ ବିଷ
author img

By ETV Bharat Odisha Team

Published : Nov 29, 2023, 1:50 PM IST

ସମ୍ବଲପୁର ବାୟୁ ମଣ୍ଡଳରେ ବିଷ

ସମ୍ବଲପୁର: ଜିଲ୍ଲା ବାୟୁମଣ୍ଡଳରେ ବିଷମୟ ହୋଇଥିବା ଅଭିଯୋଗ ହୋଇଛି ! ବର୍ତ୍ତମାନ ସମ୍ବଲପୁର ସହରର ବାୟୁମଣ୍ଡଳର ପ୍ରଦୂଷଣ ଏତେ ପରିମାଣରେ ବଢିଯାଇଛି ଯେ ସହରବାସୀ ଅଣନିଶ୍ୱାସୀ ହୋଇଗଲେଣି । ଲୋକମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ଶ୍ୱାସ ଜନିତ ରୋଗ ଦେଖାଗଲାଣି l ସହରରେ ଚାଲିଥିବା ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ, ସ୍ବରେଜ ବୋର୍ଡର କାର୍ଯ୍ୟ, ଆଖ ପାଖର କଳ କାରଖାନାର ଧୂଆଁ, ଯାନ ବାହାନ ଓ ଶୁଷ୍କ ଜଳବାୟୁ ଯୋଗୁଁ ଏମିତି ସମସ୍ୟା ଉପୁଜୁଥିବା ଦେଖିବାକୁ ମିଳିଛି l

ସମ୍ବଲପୁରରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ବାୟୁ ପ୍ରଦୂଷଣ । ବର୍ତ୍ତମାନ ସମ୍ବଲପୁର ସହରର ବାୟୁ ପ୍ରଦୂଷଣର ମାତ୍ରା 2 ଗୁଣରୁ ଅଧିକ ବଢ଼ି ଯାଇଛି l ଫଳରେ ସ୍ଥାନୀୟ ଲୋକେ ବାହାରକୁ ବାହାରିଲେ ଅଥବା ସହରର କୌଣସି ସ୍ଥାନକୁ ଗଲେ ଅଣ ନିଶ୍ଵାସୀ ଅନୁଭବ କରୁଛନ୍ତି l ବାୟୁ ମଣ୍ଡଳରେ ଏତେ ଧୂଳିକଣା ଉଡ଼ୁଛି ଯେ ତାହା ସ୍ପଷ୍ଟ ଭାବେ ଜଣା ପଡୁଛି l ତେବେ ବାୟୁ ପ୍ରଦୂଷଣ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବୃଦ୍ଧି ପାଉଥିବା ମଧ୍ୟ ଦେଖିବାକୁ ମିଳିଛି ।

ମୁଖ୍ୟତଃ ବର୍ତ୍ତମାନ ସହରରେ ଧନୁପାଲିରୁ ଜେଲ ଛକ, ଜେଲ ଛକରୁ କଚେରୀ ଛକ, ଅଶୋକା ଟକିଜ ଛକରୁ ସରଳାକାନି ଛକ ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ଓ ସ୍ବରେଜ କାର୍ଯ୍ୟ ଜାରି ରହିଥିବା ବେଳେ ଏହି ଅଞ୍ଚଳରେ ପାଣି ସିଞ୍ଚନ ହେଉନଥିବାରୁ ବାୟୁ ପ୍ରଦୂଷଣ ବହୁ ପରିମାଣରେ ବୃଦ୍ଧି ପାଉଥିବା ଅଭିଯୋଗ ହେଉଛି l ଏହାସହ ଅତ୍ୟଧିକ ଯାନ ବାହାନ ଚଳାଚଳ, ଆଖପାଖର କଳ କାରଖାନାର ପ୍ରଦୂଷଣ, ଶୀତ ଦିନର ଶୁଷ୍କ ଜଳବାୟୁ, ଗଛ କଟାଯିବା ଯୋଗୁଁ ଏହି ପ୍ରଦୂଷଣ ବୃଦ୍ଧି ପାଉଥିବା ଅଭିଯୋଗ ହୋଇଛି l

ଏହାମଧ୍ୟ ପଢନ୍ତୁ.. ପ୍ରାଣୀଜଗତ ପାଇଁ ବରଦାନ ସୁବ୍ରତ, ଘର ଚଟିଆର ସଂରକ୍ଷଣ ପାଇଁ ଘରକୁ କଲେ ପକ୍ଷୀ ଉଦ୍ୟାନ

ଅନ୍ୟପଟେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀ ମଧ୍ୟ ସମ୍ବଲପୁର ସହରରେ ପ୍ରଦୂଷଣ ଦ୍ବିଗୁଣିତ ହୋଇଥିବା କଥାକୁ ସ୍ୱୀକାର କରିଛନ୍ତି । ସହରରେ ଚାଲିଥିବା ଉନ୍ନତିକରଣ ରାସ୍ତା କାର୍ଯ୍ୟ, ସ୍ବରେଜ କାର୍ଯ୍ୟ, ସହର ଭିତରେ ବିଭିନ୍ନ ସ୍ଥାନରେ କଳ କାରଖାନାର ପ୍ରଦୂଷିତ ପାଉଁଶ ପକାଯିବା ଯୋଗୁଁ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଉଥିବା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀ କହିଛନ୍ତି ।

ସେ ଆଉ ମଧ୍ୟ କହିଛନ୍ତି ଯେ ସପ୍ତାହରେ 2 ଥର ବାୟୁ ପ୍ରଦୂଷଣର ମାପ ନିଆଯାଏ । ଦୀପାବଳୀ ପରଠୁ ସହରର ବାୟୁ ପ୍ରଦୂଷଣ 2 ଗୁଣ ବଢ଼ିଥିବା ଜଣା ପଡିଛି । ବାୟୁ ପ୍ରଦୂଷଣର ମାତ୍ରା PM-10, PM-2.5 ପ୍ରତି 100 ମାଇକ୍ରୋଗ୍ରାମ ମିଟରକ୍ୟୁ ରହିବା କଥା ଯାହା ବର୍ତ୍ତମାନ 200 ରହୁଛି । ଏଥିପାଇଁ ସେଣ୍ଟ୍ରାଲ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ ଏନେଇ ନଜର ରଖିଛନ୍ତି ଓ ବିଭିନ୍ନ ବିଭାଗକୁ ନୋଟିସ ଜାରି କରିଛନ୍ତି । ଏହା ସହ ଆଗକୁ ସହରର କେତେକ ସ୍ଥାନରେ ଅଚାନକ ଗସ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.