ETV Bharat / state

ଦୂର ହେଲା ଯୋଗାଯୋଗ ସମସ୍ୟା, 75 ବର୍ଷ ପରେ ବାସ୍ତବ ରୂପ ନେଲା ସ୍ବପ୍ନର ସେତୁ

ଶହ ଶହ ବର୍ଷ ଧରି ଯୋଗାଯୋଗ ପାଇଁ ଡଙ୍ଗାର ସାହାରା ନେବାକୁ ପଡୁଥିବା ଲୋକଙ୍କ ସୁବିଧା ପାଇଁ ନିର୍ମାଣ ହୋଇଛି ବ୍ରିଜ । ଆଉ ଡଙ୍ଗାର ସାହାଯ୍ୟ ନେବାକୁ ପଡିବନି । ପକ୍କା ରାସ୍ତାରେ ଚାଲିବାର ସ୍ବପ୍ନ ପୂରଣ କରିଛନ୍ତି ସମ୍ବଲପୁରବାସୀ । ୩୩କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି ସ୍ବପ୍ନର ସେତୁ । ଅଧିକ ପଢନ୍ତୁ...

author img

By

Published : Aug 31, 2021, 2:47 PM IST

Updated : Aug 31, 2021, 4:05 PM IST

ଦୂର ହେଲା ଯୋଗାଯୋଗ ସମସ୍ୟା, ୭୪ ବର୍ଷ ପରେ ବାସ୍ତବ ରୂପ ନେଲା ସ୍ବପ୍ନର ସେତୁ

ସମ୍ବଲପୁର: ସ୍ବାଧୀନତାର 75 ବର୍ଷ ପରେ ଶେଷରେ ଦ୍ବୀପ ଗ୍ରାମପଞ୍ଚାୟତ କୁଦ ଗୁଣ୍ଡେରପୁରକୁ ମିଳିଛି ବ୍ୟାଙ୍କ ସେବା ସହିତ ବ୍ରିଜ ସୁବିଧା । ଶହ ଶହ ବର୍ଷ ଧରି ଯୋଗାଯୋଗ ପାଇଁ ଡଙ୍ଗାର ସାହାରା ନେବାକୁ ପଡୁଥିବା ଲୋକଙ୍କ ସୁବିଧା ପାଇଁ ନିର୍ମାଣ ହୋଇଛି ବ୍ରିଜ । ଆଉ ଡଙ୍ଗାର ସାହାଯ୍ୟ ନେବାକୁ ପଡିବନି । ପକ୍କା ରାସ୍ତାରେ ଚାଲିବାର ସ୍ବପ୍ନ ପୂରଣ ହୋଇଛି । ୩୩କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି ସ୍ବପ୍ନର ସେତୁ ।

ସ୍ୱାଧୀନତାର 75 ବର୍ଷ ପରେ ଦୂର ହେଲା ଯୋଗାଯୋଗ ସମସ୍ୟା,ସ୍ବପ୍ନର ସେତୁ ହେଲା ବାସ୍ତବ ସେତୁ

ସମ୍ବଲପୁର ଜିଲ୍ଲାର କୁଦ ଗୁଣ୍ଡେରପୁର ଦ୍ବୀପ ଗ୍ରାମପଞ୍ଚାୟତ 6 ଟି ଗାଁର ଲୋକ ବସବାସ କରିନ୍ତି । ପ୍ରାୟ ଲୋକ ଚାଷ ଉପରେ ନିର୍ଭର କରନ୍ତି । ରାତି ପାହିଲେ ସହରକୁ କାର୍ଯ୍ୟ ସହରକୁ ଯିବାକୁ ପଡିଥାଏ । ରାସ୍ତ ନଥିବାରୁ ଡଙ୍ଗା ସାହାଯ୍ୟ ସହରକୁ ଯିବାକୁ ପଡେ । ବ୍ୟାଙ୍କ କାର୍ଯ୍ୟ,ଧାନ ବିକ୍ରି, ଦୋକାନ ବଜାର ,ମେଡ଼ିକାଲ ,ଛାତ୍ରଛାତ୍ରୀଙ୍କ ଉଚ୍ଚ ଶିକ୍ଷା ସବୁ କାର୍ଯ୍ୟ ପାଇଁ ଲୋକେ ଡଙ୍ଗା ସାହାଯ୍ୟରେ ବିପଦଜନକ ଅବସ୍ଥାରେ ଯିବା ଆସିବା କରନ୍ତି । ଥରେ ଗଲେ କେତେବେଳ ଆସିବେ ତାର କୌଣସି ଠିକ ଠିକଣା ନଥାଏ । ଲୋକଙ୍କ ଏହି ସମସ୍ୟା ଦିନେ କି ଦୁଇ ଦିନ ନୁହେଁ ଶହ ଶହ ବର୍ଷ ପୁରୁଣା । ଏନେକ ବାର ବ୍ରିଜ ନର୍ମାଣ ନେଇ ଲୋକ ପ୍ରଶାସନକୁ ଜଣାଇଥିଲେ । ଡେରିରେ ହେଉ ପଛେ ପ୍ରଶାସନ ନିଦ ଭାଙ୍ଗିଛି ଆଉ ଅଞ୍ଚଳବାସୀଙ୍କ ସ୍ବପ୍ନ ପୂରଣ ହୋଇଛି ।

ଖାଲି ରାସ୍ତା ନୁହେଁ ଆଜି ଯାଏଁ ଗାଁ ଲୋକ ବ୍ୟାଙ୍କ ସେବାରୁ ମଧ୍ୟ ବଞ୍ଚିତ ଥିଲେ । ଏବେ ଏ ସମସ୍ୟା ବି ଦୂର ହୋଇଛି । ଚାଷ କାର୍ଯ୍ୟ ଉପରେ ନିର୍ଭର କରୁଥିବାରୁ ପ୍ରାୟ ସବୁଦିନ ଟଙ୍କା କାରବାର ନେଇ ବ୍ୟାଙ୍କ ଯିବାକୁ ପଡୁଥିଲା । ବ୍ୟାଙ୍କ କାର୍ଯ୍ୟ ପାଇଁ ଲୋକଙ୍କୁ 20 ରୁ 40 କିମି ପର୍ଯ୍ୟନ୍ତ ଯିବାକୁ ପଡୁଥିଲା । ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ମଧ୍ୟ ବ୍ୟାଙ୍କ ସେବା ପାଇଁ ବହୁତ ହଇରାଣ ହେଉଥିଲେ । ପଞ୍ଚାୟତରେ ଓଡିଶା ଜୀବିକା ମିଶନ ଯୋଜନାରେ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କର ଏକ ଗ୍ରାହକ ସେବା କେନ୍ଦ୍ର ଖୋଲିଛି । ଆଉ ଏଠି ଏବେ ସ୍ଥାନୀୟ ଲୋକେ ବ୍ୟାଙ୍କ ସେବାର ସୁବିଧା ପାଉଛନ୍ତି । ଦୈନିକ 80ରୁ 90 ହଜାର ଟଙ୍କାର ଲେଣଦେଣ ହେଉଛି । କମ୍ୟୁଟର ଓ ଇଣ୍ଟରନେଟର ସୁବିଧା ଯୋଗୁଁ ଲୋକେ ବିଭିନ୍ନ ବ୍ୟାଙ୍କର ଟଙ୍କା ପଇଠ କରିବା ସହ ଟଙ୍କା ଉଠାଣ କରୁଛନ୍ତି ।

ଗ୍ରାମାଞ୍ଚଳରର ଲୋକଙ୍କୁ ଅର୍ଥିକ କ୍ଷମତା ଦେବା ପାଇଁ ବ୍ୟାଙ୍କ ସେବାର ଆବଶ୍ୟକ ପଡିଥାଏ । ମୁଖ୍ୟତଃ ମହିଳାମାନଙ୍କୁ ଏସଏଚଜି ଜରିଆରେ ସ୍ବାବଲମ୍ବୀ କରିବାକୁ ବ୍ୟାଙ୍କର ବଡ଼ ଭୂମିକା ରହିଛି । ତେଣୁ ଏହି ବିଛିନ୍ନାଞ୍ଚ ଗାଁକୁ ବ୍ରିଜ ସେବା ଦିଆଯିବା ସହ ବ୍ୟାଙ୍କ ଗ୍ରାହକ ସେବା କେନ୍ଦ୍ରର ଵ୍ୟଵସ୍ଥା କରାଯାଇଛି । ଯାହା ବାସ୍ତବରେ ସ୍ବାଗତଯୋଗ୍ୟ । ଶହ ଶହ ବର୍ଷ ଧରି ବିଛିନ୍ନ ଜୀବନ ଯିଉଁଥିବା ଲୋକେ ଏବେ ଏହି ସବୁ ସୁବିଧା ପାଇ ସେମାନଙ୍କ ମୁହଁରେ ହସ ଫୁଟିଛି।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

Last Updated : Aug 31, 2021, 4:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.