ETV Bharat / state

ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟଯନ୍ତ୍ରୀ, ଘରୁ ଏକ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର କ୍ରିପ୍ଟୋ କରେନ୍ସି ଠାବ

author img

By

Published : Oct 28, 2022, 2:03 PM IST

Updated : Oct 28, 2022, 10:15 PM IST

ଭିଜିଲାନ୍ସ ଜାଲରେ ଭୁବନେଶ୍ୱର RWSS ସର୍କିଲର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିହାର ରଞ୍ଜନ ଦାସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ଚଢ଼ାଉ । ଅଧିକ ପଢ଼ନ୍ତୁ

additional chief engineer caught by vigilance
ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟଯନ୍ତ୍ରୀ

ସମ୍ବଲପୁର/ ଭୁବନେଶ୍ବର: ଭିଜିଲାନ୍ସ ପଞ୍ଝାରେ ଅତିରିକ୍ତ ମୁଖ୍ୟଯନ୍ତ୍ରୀ । ଭୁବନେଶ୍ୱର RWSS ସର୍କିଲର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିହାର ରଞ୍ଜନ ଦାସଙ୍କ ଘରେ ଭିଜିଲାନ୍ସ ଚଡାଉ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ କରାଯାଇଛି । ଏକକାଳୀନ ୬ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ରେଡ କରାଯାଇଛି ।

ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟଯନ୍ତ୍ରୀ

ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିହାର ରଞ୍ଜନ ଦାସଙ୍କ ଭୁବନେଶ୍ୱର ଖାରବେଳ ନଗର ସ୍ଥିତ ବାସଭବନ ସମେତ ସମ୍ବଲପୁର ମୁଦିପଡା ସ୍ଥିତ ତାଙ୍କର ପୈତୃକ ବାସଭବନ, ବରଗଡ ଓ ଖୋର୍ଦ୍ଧା ଠାରେ ଥିବା ଘର ଓ ସମ୍ପର୍କୀୟଙ୍କ ଘରେ ଏକକାଳୀନ ଚଡାଉ ଜାରିରହିଛି । ଏହି ଚଢାଉରେ ଭିଜିଲାନ୍ସର ୫ ଜଣ ଡିଏସପି, ୧୨ ଜଣ ଇନ୍ସପେକ୍ଟର, ଜଣେ ସବ ଇନସ୍ପେକ୍ଟର, ୧୧ ଜଣ ଏସଆଇଙ୍କୁ ନେଇ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଚଡାଉ ଜାରିରଖିଛି ଭିଜିଲାନ୍ସ ।

ଏହା ମଧ୍ୟ ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ କୋଟଗଡ IIC, ଗାଡ଼ିରୁ ମିଳିଲା ଲକ୍ଷାଧିକ ଟଙ୍କା

ସକାଳେ ସମ୍ବଲପୁର ମୁଦିପଡା ପୋଷ୍ଟ ଅଫିସ ନିକଟରେ ଥିବା ମୁଖ୍ୟଯନ୍ତ୍ରୀ ନିହାର ରଞ୍ଜନ ଦାସ ପୈତୃକ ଘରେ ଭିଜିଲାନ୍ସ ଟିମ ପହଞ୍ଚି ଚଢାଉ ଜାରି କରିଥିଲା । ନିହାର ରଞ୍ଜନ ଏଠାକୁ ଆସୁନଥିବା ବେଳେ ତାଙ୍କ ଘରେ ଭଡାରେ ରହୁଥିବା ଲୋକଙ୍କୁ ଭିଜିଲାନ୍ସ ଟିମ ପଚରାଉଚରା କରିଥିଲା ।

ଏହାସହ ଖାରବେଳନଗର ସ୍ଥିତ ବାସଭଵନ, ଭୁବନେଶ୍ୱର ଅଫିସ, ଖାରବେଳ ନଗରରେ ରହୁଥିବା ଜଣେ ସମ୍ପର୍କୀୟଙ୍କ ଘର ଓ ଖୋର୍ଦ୍ଧା ସାନପଲାରେ ଥିବା ସମ୍ପର୍କୀୟଙ୍କ ଘରେ ରେଡ ଜାରି ରହିଛି । ତେବେ ସୂଚନାଅନୁସାରେ, ନିହାରଙ୍କ ଘରୁ ପୁଳାପୁଳା ୨ହଜାର ଟଙ୍କିଆ ଓ ୫୦୦ଟଙ୍କିଆ ମିଳିବା ସହ ସୁନା, ରୂପା ମଧ୍ୟ ଜବତ କରାଯାଇଛି । ୨୫ଲକ୍ଷ ଟଙ୍କାର ବିଭନ୍ନ ବ୍ୟାଙ୍କ ଡିପୋଜିଟ ପାଇଛି ଭିଜିଲାନ୍ସ ଟିମ । ଏହାସହ ୨ଟି କାର, ଦୁଇଟି ବୁଲେଟ ଓ ଦୁଇଟି ବ୍ୟାଟେରୀ ସାଇକେଲ ମିଳିଛି। ସକାଳେ ଭିଜିଲାନ୍ସ ଚଢାଉ ବେଳେ ଗୁରୁତ୍ୱପୂର୍ଣ ଫାଇଲ ଓ ମୋବାଇଲକୁ ଝରକା ପଟେ ଫୋପାଡ଼ି ଦେଇଥିଲର ନିହାର । ଗୁରୁତ୍ୱପୂର୍ଣ ଫାଇଲ ଭିତରେ କିଛି ଦରକାରୀ ଡକ୍ୟୁମେଣ୍ଟ ଥିବା ସୂଚନା ଦେଇଛନ୍ତି ଭିଜିଲାନ୍ସ ଏସପି । ବର୍ତ୍ତମାନ ସୁଦ୍ଧା ନିହାରଙ୍କ ଠାରୁ ନଗଦ ୧ ଲକ୍ଷ ୭ ହଜାର ୭୮୫ ଟଙ୍କା ଜବତ କରିଛି ପୋଲିସ। ତେବେ ସୂଚନାଅନୁସାରେ ଆଉ ୩ଦିନ ପରେ ଅବସର ନେଇଥାନ୍ତେ ନିହାର ।

ତେବେ ସବୁଠାରୁ ବଡକଥା ହେଲା ଚଢ଼ାଉ ବେଳେ ମୁଖ୍ୟ ଯନ୍ତ୍ରୀଙ୍କର କ୍ରିପ୍ଟୋ କରେନ୍ସି ଲିଙ୍କ ସାମ୍ନାକୁ ଆସିଛି । ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିହାରଙ୍କ ଘରୁ ଠାବ ହୋଇଛି ବିପୁଳ ପରିମାଣର କ୍ରିପ୍ଟୋ କରେନ୍ସି । କ୍ରିପ୍ଟୋ କରେନ୍ସିରେ ବିନିଯୋଗ ହେଉଥିଲା ପାପ ଅର୍ଜିତ ଟଙ୍କା । ଅର୍ଥାତ୍ ଯନ୍ତ୍ରୀ ନିହାର ରଞ୍ଜନ ଦାସ କ୍ରିପ୍ଟୋ କରେନ୍ସିରେ ଅର୍ଥ ଲଗାଇଥିବା ଜଣାପଡ଼ିଛି । କ୍ରିପ୍ଟୋ କରେନ୍ସି ସମ୍ବନ୍ଧିତ ତଥ୍ୟ ନଷ୍ଟ ପାଇଁ ଉଦ୍ୟମ କରି ଏ ସମ୍ପର୍କିତ କାଗଜପତ୍ର ଓ ମୋବାଇଲ ଫୋପାଡ଼ି ଦେଇଥିଲେ ଯନ୍ତ୍ରୀ । ଯାହାକୁ ଜବତ କରିଛି ଭିଜିଲାନ୍ସ ।

ଇଟିଭି ଭାରତ, ସମ୍ବଲପୁର

Last Updated : Oct 28, 2022, 10:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.