ETV Bharat / state

Manoj Mishra Ban: ୨ ବର୍ଷ ବ୍ୟାନ ଉପରେ ପ୍ରତିକ୍ରିୟା ରଖିଲେ ମନୋଜ ମିଶ୍ର

author img

By ETV Bharat Odisha Team

Published : Oct 26, 2023, 2:26 PM IST

ମନୋଜ ମିଶ୍ରଙ୍କୁ ଓଡ଼ିଆ ଫିଲ୍ମରୁ ୨ ବର୍ଷ ପାଇଁ ବ୍ୟାନ କରିବା ଘଟଣା । ଏନେଇ ମୁହଁ ଖୋଲିଲେ ଅଭିନେତା । କ'ଣ କହିଛନ୍ତି ଅଭିନେତା ଜାଣନ୍ତୁ

ମନୋଜ ମିଶ୍ର ୨ ବର୍ଷ ବ୍ୟାନ ଘଟଣା, ପ୍ରତିକ୍ରିୟା ରଖିଲେ ଅଭିନେତା

ସମ୍ବଲପୁର: ଓଲିଉଡ ଅଭିନେତା ମନୋଜ ମିଶ୍ରଙ୍କୁ ୨ ବର୍ଷ ପାଇଁ ବ୍ୟାନ କରିବା ଘଟଣା । ଏନେଇ ବର୍ତ୍ତମାନ ପ୍ରତିକ୍ରିୟା ଦେଇଛନ୍ତି ମନୋଜ ମିଶ୍ର । ସେ କହିଛନ୍ତି, ମୁଁ ଫିଲ୍ମ ରାମକୁ ଦେଖିବାକୁ ଲୋକଙ୍କୁ ମନା କରିନାହିଁ । ଏହି ସମସ୍ତ କଥାକୁ ଭୁଲି ମିଳିମିଶି ଏକାଠି କାମ କରିବାକୁ ଚାହୁଁଛି । ଏବଂ ଓଡ଼ିଆ ସିନେମାକୁ ରାଷ୍ଟ୍ରୀୟ ସ୍ତରରେ ପହଞ୍ଚାଇବାକୁ ଉଦ୍ୟମ କରିବା ବୋଲି ସେ କହିଛନ୍ତି ।

ସେ କହିଛନ୍ତି ଯେ ସେ ରାମ ଫିଲ୍ମକୁ ସମ୍ବଲପୁରର କୌଣସି ହଲରେ ପ୍ରତିବାଦ କରିବାକୁ କହିନାହାଁନ୍ତି l ଓଡ଼ିଆ ଫିଲ୍ମ ଜାତୀୟ ସ୍ତରକୁ ପହଞ୍ଚୁ ବୋଲି ସେ ଚାହାଁନ୍ତି l ଏଥିପାଇଁ ସମସ୍ତେ ମିଳିମିଶି କାମ କରିବା ଓ ଓଡ଼ିଆ ଫିଲ୍ମକୁ ରାଷ୍ଟ୍ରୀୟ ସ୍ତରରେ ପହଞ୍ଚେଇବା ବୋଲି ସେ ଅଭିନେତା ଅନୁଭବ ମହାନ୍ତି ଓ ଅରିନ୍ଦମଙ୍କୁ କହିଛନ୍ତି । ସେ କହିଛନ୍ତି ଏହା ସହ ପୂର୍ବରୁ ସେ ଅନୁଭବ ଓ ଅରିନ୍ଦମଙ୍କୁ ଫୋନରେ କଲ କରିଥିଲେ ସୁଦ୍ଧା ସେମାନେ ତାଙ୍କ ଫୋନ ଉଠାଇ ନଥିଲେ ଓ କଲ ବ୍ୟାକ କରି ନଥିଲେ । ଅନ୍ୟପଟେ ସେ ତାଙ୍କ ଫିଲ୍ମ ମାଇଣ୍ଡ ଗେମ ଦେଖିବାକୁ କହିବା ପାଇଁ ଅରିନ୍ଦମ ଓ ଅନୁଭବଙ୍କୁ ଅନେକ ଥର କଲ କରିଥିଲେ ଓ ମେସେଜ ମଧ୍ୟ ଦେଇଥିଲେ । କିନ୍ତୁ ଉଭୟ କୌଣସି ଉତ୍ତର ଦେଇନଥିଲେ ବୋଲି କହିଛନ୍ତି l

ଏହା ମଧ୍ୟ ପଢନ୍ତୁ: ୨ ବର୍ଷ ପର୍ଯ୍ୟନ୍ତ ମନୋଜ ମିଶ୍ରଙ୍କୁ ଦିଆଯିବନି ଅଭିନୟ ସୁଯୋଗ

ସୂଚନା ଥାଉ କି, ଅରନ୍ଦିମ ରୟଙ୍କ ଓଡ଼ିଆ ଫିଲ୍ମ 'ରାମ'କୁ ସମ୍ବଲପୁରରେ ନ ଚଳାଇଦେବା ନେଇ ମନୋଜ ଷଡଯନ୍ତ୍ର କରିଥିବା ଅଭିଯୋଗ ହୋଇଥିଲା । ରାମ୍ ଫିଲ୍ମ ଗତ ୨୦ ତାରିଖରେ ସାରା ଓଡ଼ିଶାରେ ହୋଇଥିଲା ରିଲିଜ । ସମ୍ବଲପୁରର ଆଇଲେକକ୍ସ ସିନେମା ହଲରେ ୩ ଜଣ ବ୍ୟକ୍ତି 'ରାମ'କୁ ବିରୋଧ କରିବାର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ଏମାନେ ମନୋଜଙ୍କ ସମର୍ଥକ ହୋଇଥିବା ବେଳେ ଅଞ୍ଚଳରେ ଶୋ' ବନ୍ଦ କରିଦେଇଥିବା ନେଇ ଅରିନ୍ଦମଙ୍କୁ ଜଣାଇଥିଲେ ଡିଷ୍ଟ୍ରିବ୍ୟୁଟର । ଏହାପରେ ଅଭିନେତା ଅରିନ୍ଦମ ପ୍ରଡ୍ୟୁସର ସଂଘକୁ ଏନେଇ ଅବଗତ କରାଇଥିଲେ । ତଥ୍ୟ ପ୍ରମାଣ ମିଳିବାରୁ ମନୋଜ ମିଶ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ସଂଘ । ଏବଂ ଦୁଇ ବର୍ଷ କୌଣସି ଫିଲ୍ମରେ ଅଭିନୟ ପାଇଁ ନିଆଯିବନି ବା ବ୍ୟାନ କରାଯିବ ବୋଲି ନିଷ୍ପତ୍ତି ନେଇଥିଲା ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.