ETV Bharat / state

ବୁର୍ଲା ମେଡିକାଲର 9 ଡାକ୍ତର କୋରୋନା ପଜିଟିଭ - ବୁର୍ଲା ମେଡିକାଲର 9 ଡାକ୍ତର କୋରୋନା ପଜିଟିଭ

ସମ୍ବଲପୁର ବୁର୍ଲା ବଡ଼ ମେଡିକାଲର 9 ଜଣ ଡାକ୍ତର କୋରୋନା ଆକ୍ରାନ୍ତ ଭାବେ ଚିହ୍ନଟ ହୋଇଛନ୍ତି । ଏହାସହ ଜଣେ ସ୍ୱାସ୍ଥ୍ୟକର୍ମୀ ମଧ୍ୟ ପଜିଟିଭ ଚିହ୍ନଟ ହୋଇଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ବୁର୍ଲା ମେଡିକାଲର 9 ଡାକ୍ତର କୋରୋନା ପଜିଟିଭ
ବୁର୍ଲା ମେଡିକାଲର 9 ଡାକ୍ତର କୋରୋନା ପଜିଟିଭ
author img

By

Published : Aug 4, 2020, 7:25 PM IST

ସମ୍ବଲପୁର: ପୁଣି କୋଭିଡ ଯୋଦ୍ଧାଙ୍କର କୋଭିଡ ପଜିଟିଭ । ସମ୍ବଲପୁର ବୁର୍ଲା ବଡ଼ ମେଡିକାଲର 9 ଜଣ ଡାକ୍ତର କୋରୋନା ଆକ୍ରାନ୍ତ ଭାବେ ଚିହ୍ନଟ ହୋଇଛନ୍ତି । ଏହାସହ ଜଣେ ସ୍ୱାସ୍ଥ୍ୟକର୍ମୀ ମଧ୍ୟ ପଜିଟିଭ ଚିହ୍ନଟ ହୋଇଛନ୍ତି । ସବୁ ଡାକ୍ତର ମେଡ଼ିସିନ ବିଭାଗର ଅଟନ୍ତି ବୋଲି ସୂଚନା ମିଳିଛି ।

ବୁର୍ଲା ମେଡିକାଲର 9 ଡାକ୍ତର କୋରୋନା ପଜିଟିଭ
ବୁର୍ଲା ମେଡିକାଲର 9 ଡାକ୍ତର କୋରୋନା ପଜିଟିଭ

ଏଥିପାଇଁ ମେଡ଼ିସିନ ଓପିଡ଼ିକୁ ବନ୍ଦ କରାଯାଇଛି ବୋଲି ବୁର୍ଲା ମେଡିକାଲର ନିର୍ଦେଶକ ଲଳିତ କୁମାର ମେହେର ସୂଚନା ଦେଇଛନ୍ତି । ଅନ୍ୟପଟେ ଆଜି ସମ୍ବଲପୁର ଜିଲ୍ଲାରେ ପୂର୍ବରୁ 82 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଭଳି ପରିସ୍ଥିତିରେ ସମ୍ବଲପୁର ଜିଲ୍ଲାରେ ଆଗାମୀ ଦିନରେ ସ୍ଥିତି ଆହୁରି ବିଗିଡିବାର ସମ୍ଭାବନା ସୃଷ୍ଟି ହୋଇଛି ।

ଆଜି ସୁଦ୍ଧା ସମ୍ବଲପୁର ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 663 ଜଣ ହୋଇଥିବାବେଳେ 234 ଜଣ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ 428 ସକ୍ରିୟ ମାମଲା ରହିଛି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.