ETV Bharat / state

ହୀରାକୁଦ ଡ୍ୟାମର ଖୋଲିଲା 20ଟି ଗେଟ - hirakud 20 gate open

ପୂର୍ବ ସୂଚନା ଅନୁସାରେ ହୀରାକୁଦ ଡ୍ୟାମର 20ଟି ଗେଟ ଖୋଲିଛି । ପ୍ରତି ସେକେଣ୍ଡରେ 2 ଲକ୍ଷ 48 ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଛି ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ସମ୍ବଲପୁର
author img

By

Published : Aug 15, 2019, 12:20 PM IST

Updated : Aug 15, 2019, 8:16 PM IST

ସମ୍ବଲପୁର: ହୀରାକୁଦ ଡ୍ୟାମର 20ଟି ଗେଟ ଖୋଲିଛି । ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରରେ ପ୍ରତି ସେକେଣ୍ଡ ପ୍ରତି 2 ଲକ୍ଷ 48 ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଥିବା ଜଣାପଡିଛି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ସମ୍ବଲପୁର

ଆଜି ପ୍ରାୟ 11.30ରେ ପ୍ରଥମେ 4ଟି ଗେଟ ଖୋଲିଥିଲା । ପରେ ପର୍ଯ୍ୟାୟ କ୍ରମେ ଆଉ 4ଟି ଓ ତାପରେ 5ଟି ଗେଟ ଖୋଲିଥିଲା । ଶେଷରେ ବାକି 7ଟି ଗେଟ ଖୋଲିଥିବା ଜଣାପଡିଛି ।

ପ୍ରକାଶ ଯେ, ଏହି ଜଳ ଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ । ଏବେ ଜଳସ୍ତର ୬୨୨ ଫୁଟ ରହିଛି । ୬୪ଟି ସ୍ଲୁଇସ୍‌ ଓ ୩୪ଟି କ୍ରେଷ୍ଟ ଗେଟ୍‌କୁ ମିଶାଇ ଡ୍ୟାମ୍‌ରେ ରହିଛି ୯୮ ଗେଟ୍‌ ।

ସେପଟେ ଛତିଶଗଡ଼ରେ ମଧ୍ୟ ବିଭିନ୍ନ ଗେଟ ଖୋଲିଛି । ତେଣୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢ଼ିବାରେ ଲାଗିଛି । ଏପଟେ ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀ ଫୁଲି ରହିଛି । ସବୁ ନଦୀ ଫୁଲି ରହିଥିବାରୁ ରାଜ୍ୟରେ ବଡ ବନ୍ୟାର ଆଶଙ୍କା ରହିଛି ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Intro:Body:

BLANK

Conclusion:
Last Updated : Aug 15, 2019, 8:16 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.