ସମ୍ବଲପୁର: ପୁଣି କୋଭିଡ ଯୋଦ୍ଧାଙ୍କର କୋଭିଡ ପଜିଟିଭ । ସମ୍ବଲପୁର ବୁର୍ଲା ଭୀମସାର ମେଡିକାଲର ଆଉ 7 ଡାକ୍ତର କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ଏହି ସୂଚନା ଦେଇଛନ୍ତି ବୁର୍ଲା ମେଡିକାଲର ନିର୍ଦେଶକ ଲଳିତ କୁମାର ମେହେର ।
![7 doctor of burla medical tested corona positive sambalppur](https://etvbharatimages.akamaized.net/etvbharat/prod-images/od-sam-04-vimsar-7doctors-covid-positive-dry-7202776_08082020202351_0808f_1596898431_1098.png)
ତେବେ, ଆଜି ଚିହ୍ନଟ ହୋଇଥିବା ଡାକ୍ତର ମେଡିସିନ୍ କାର୍ଡିଆଲୋଜି ଓ ସର୍ଜରୀ ବିଭାଗର ଥିବା ଜଣାପଡିଛି ।
ସୂଚନାଯୋଗ୍ୟ ଯେ, କିଛି ଦିନ ପୂର୍ବରୁ ବୁର୍ଲା ମେଡିକାଲର 70 ଜଣ ଡାକ୍ତର କଣ୍ଟେନମେଣ୍ଟ ଜୋନକୁ ଯାଇଥିଲେ ।
![7 doctor of burla medical tested corona positive sambalppur](https://etvbharatimages.akamaized.net/etvbharat/prod-images/od-sam-04-vimsar-7doctors-covid-positive-dry-7202776_08082020202351_0808f_1596898431_1108.png)
ଏଥିପାଇଁ ବୁର୍ଲା ମେଡିକାଲରେ ଏହି ପରିସ୍ଥିତି ଯୋଗୁଁ ମେଡ଼ିସିନ ଓପିଡିକୁ ଗତ 6 ତାରିଖରୁ ଅଗଷ୍ଟ 12 ତାରିଖ ଯାଏଁ ବନ୍ଦ କରାଯାଇଛି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ