ସମ୍ବଲପୁର: ଅପହରଣ ଉଦ୍ୟମ ଅଭିଯୋଗରେ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସଭାପତିଙ୍କ ସମେତ ୭ ଗିରଫ । ସମ୍ବଲପୁର ଜିଲ୍ଲା ଜମନକିରା ପୋଲିସ ଦ୍ୱାରା ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସଭାପତି ଅଶ୍ୱିନୀ ମାଝୀଙ୍କ ସମେତ ୭ ଜଣ ଗିରଫ ହୋଇଥିବା ସୂଚନା ।
ଏନେଇ ସମ୍ବଲପୁର ଏସପି ସୂଚନା ଦେଇଛନ୍ତି । ବିଜେଡି ନେତା ନିସାନ୍ତ ଦିକ୍ଷୀତଙ୍କୁ ଅପହରଣ କରିବା ଅଭିଯୋଗରେ ଏହି ୭ ଜଣଙ୍କୁ ଗିରଫ କରାଯାଇଥିବା କହିଛନ୍ତି ସମ୍ବଲପୁର ଏସପି । ଗତ ୧୯ ତାରିଖରେ ଜମନକିରା ଥାନା ଖର୍ସନମାଲ ଅଞ୍ଚଳରୁ ନିସାନ୍ତ ଦିକ୍ଷୀତ ନାମକ ଜଣେ ବିଜେଡି ନେତାଙ୍କୁ ଏକ କାରରେ ଏହି ୭ ଅଭିଯୁକ୍ତ ଅପହରଣ କରିନେଇଥିଲେ ।
ଏଥିସହ ତାଙ୍କୁ ଗାଳିଗୁଲଜ କରି ମାଡ ମାରିଥିଲେ ଏବଂ ଜୀବନରୁ ମାରିଦେବାକୁ ମଧ୍ୟ ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତି କରି ଆଜି(ରବିବାର) ଜମନକିରା ପୋଲିସ ୭ ଜଣଙ୍କୁ ଗିରଫ କରିଛି । ଅଶ୍ବିନୀ ମାଝୀଙ୍କ ସମେତ କୁମୁଦ ପ୍ରସାଦ ପଧାନ, ଅଲେଖ ପଟ୍ଟନାୟକ, ଦେବାଶିଷ ପରଧିଆ, ସଞ୍ଜୟ ଖଡିଆ, ଦିନେସ କୁମାର ସାହୁ , ସୁଦିପ୍ତ ପରିଡା । ସମସ୍ତ ୭ ଅଭିଯୁକ୍ତଙ୍କୁ କୁଚିଣ୍ଡା ଏସଡିଜେମ କୋର୍ଟଚାଳାଣ କରାଯାଇଛି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ