ETV Bharat / state

ମା' ସମଲେଶ୍ବରୀ ମନ୍ଦିରରେ 5T ଅଧ୍ୟକ୍ଷ; ରୂପାନ୍ତରଣ ପ୍ରକଳ୍ପର କଲେ ସମୀକ୍ଷା

author img

By ETV Bharat Odisha Team

Published : Nov 9, 2023, 10:22 AM IST

ସମ୍ବଲପୁର ଗସ୍ତରେ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ସମଲେଶ୍ବରୀ ମନ୍ଦିର ଯାଇ ରୂପାନ୍ତରଣ ପ୍ରକଳ୍ପର କଲେ ସମୀକ୍ଷା । ଅଧିକ ପଢ଼ନ୍ତୁ

Etv Bharat
Etv Bharat
5T ଅଧ୍ୟକ୍ଷକଙ୍କ ସମ୍ବଲପୁର ଗସ୍ତ

ସମ୍ବଲପୁର: ଆସନ୍ତା ନୂଆବର୍ଷରୁ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ଵରୀଙ୍କ ମନ୍ଦିରକୁ ନୂଆ ରୂପରେ ଦେଖିବେ ଭକ୍ତ l ଏଥିପାଇଁ ଯୁଦ୍ଧକାଳୀନ ଭିତ୍ତିରେ 'ସମଲେଇ ଯୋଜନା'ରେ ମନ୍ଦିରର ରୂପାନ୍ତରଣ କାର୍ଯ୍ୟ ଜାରି ରହିଛି l ଏହାରି ମଧ୍ୟରେ ଗତକାଲି (ବୁଧବାର) ସକାଳୁ ସକାଳୁ ନିଜେ 5T ଅଧ୍ୟକ୍ଷ ତଥା ଆମ ଓଡ଼ିଶା ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ସମଲେଶ୍ବରୀ ମନ୍ଦିର ପରିଦର୍ଶନ କରିଛନ୍ତି । ପ୍ରଥମେ ମାଆଙ୍କ ଦର୍ଶନ କରିବା ପରେ ସେ ମନ୍ଦିରର ରୂପାନ୍ତରଣ କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି ଏବଂ ଜିଲ୍ଲା ପ୍ରଶାସନର ଅଧିକାରୀଙ୍କ ସହ କାର୍ଯ୍ୟର ସ୍ଥିତି ଓ ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି l

ମାଆ ସମଲେଶ୍ଵରୀଙ୍କ ପୀଠର ବିକାଶ ପାଇଁ ଚାଲିଥିବା କାର୍ଯ୍ୟର ସମୀକ୍ଷା ଲାଗି 5T ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ଗତକାଲିଠୁ(ବୁଧବାର) ସମ୍ବଲପୁରରେ ପହଞ୍ଚିଥିଲେ । ସମ୍ବଲପୁରରେ ରାତ୍ରିଯାପନ କରିବା ପରେ ଆଜି ଭୋରରୁ ମାଆ ସମଲେଶ୍ବରୀ ମନ୍ଦିରକୁ ଆସି ସମଲେଶ୍ବରୀଙ୍କ ଦର୍ଶନ କରିବା ସହ ସମଲେଇ ପ୍ରକଳ୍ପର କ୍ଷେତ୍ର ପରିଦର୍ଶନ କରିଛନ୍ତି l ସମଲେଇ ପ୍ରକଳ୍ପର ବିଭିନ୍ନ କାର୍ଯ୍ୟ ଯଥା ଐତିହାସିକ ପୋଖରୀର ଡିଜାଇନ, ଧାଡ଼ି ପରିଚାଳନା ବ୍ୟବସ୍ଥା, ଇନ୍‌ଫରମେସନ୍‌ ସେଣ୍ଟର, ଭେଣ୍ଡିଂ ଜୋନ୍‌, ରିଭର ଫ୍ରଣ୍ଟ୍‌, ୱାଚ୍‌ ଟାୱାର୍‌ ଇତ୍ୟାଦିର ସମୀକ୍ଷା କରିବା ସାଙ୍ଗକୁ ଚଲାପଥ ଅଞ୍ଚଳକୁ ବୁଲି ଦେଖିଛନ୍ତି । ଏଥିସହ କାର୍ଯ୍ୟର ଅଗ୍ରଗତି ନେଇ ନିର୍ମାଣକାରୀ ସଂସ୍ଥା, OBCCର ଅଧିକାରୀ ଓ ଜିଲ୍ଲା ପ୍ରଶାସନର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ମନ୍ଦିରର ଉନ୍ନତିକରଣ ନେଇ ସେବାୟତଙ୍କ ସହ ମଧ୍ୟ ସେ କଥା ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଆମ ଓଡ଼ିଶା ନବୀନ ଓଡ଼ିଶାରେ ସାମିଲ ହେଲା ବୌଦ୍ଧ, ଜିଲ୍ଲା ପାଇଁ ଅନୁଦାନ 34.5 କୋଟି

ସମଲେଶ୍ବରୀ ପୀଠର ଚାଲିଛି ନବକେଳବର । ଆସନ୍ତା ମାସ ଶେଷ ସୁଦ୍ଧା ରୂପାନ୍ତରଣ କାର୍ଯ୍ୟ ସାରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ନବ ବର୍ଷରେ ଶ୍ରଦ୍ଧାଳୁ ମାଆଙ୍କ ପୀଠକୁ ନୂଆ ରୂପରେ ଦେଖିବାକୁ ପାଇବେ ବୋଲି ଯେଉଁ ସମୟ ଧାର୍ଯ୍ୟ କରାଯାଇଛି ସେହି କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିବା ସହ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି 5T ଅଧ୍ୟକ୍ଷ । ଏହି ଅବସରରେ ସମ୍ବଲପୁର ଆରଡିସି ଡକ୍ଟର ସୁରେଶ ଚନ୍ଦ୍ର ଦଳେଇ, ଜିଲ୍ଲାପାଳ ଅନନ୍ୟା ଦାସ , ପୋଲିସ ଆଇଜି ଦୀପକ କୁମାର, ଏସ୍‌ପି ମୁକେଶ ଭାମୁ ଓ ଜିଲ୍ଲା ପ୍ରଶାସନର ଅନ୍ୟ ଅଧିକାରୀ ମଧ୍ୟ ଉପସ୍ଥିତ ରହିଥିଲେ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.