ETV Bharat / state

ପୁଣି ସମ୍ବଲପୁରରୁ 25 ନୂଆ ଆକ୍ରାନ୍ତ ଚିହ୍ନଟ - କୋରୋନା

ରବିବାର ସମ୍ବଲପୁରରେ 25 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

corona
ପୁଣି ସମ୍ବଲପୁରରୁ 25 ନୂଆ ଆକ୍ରାନ୍ତ ଚିହ୍ନଟ
author img

By

Published : Jul 19, 2020, 5:46 PM IST

Updated : Jul 19, 2020, 7:43 PM IST

ସମ୍ବଲପୁର:ରାଜ୍ୟରେ କୋରୋନା ମାମଲା ଥମିବାର ନାମ ନେଉନାହିଁ । ଏହି କ୍ରମରେ ରବିବାର ସମ୍ବଲପୁରରେ 25 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଆକ୍ରାନ୍ତଙ୍କ ମଧ୍ୟରେ ବୁର୍ଲା ମେଡିକାଲର 2 ଜଣ କୋଭିଡ ଯୋଦ୍ଧା ଅଛନ୍ତି। ଏଥିସହ ବର୍ତ୍ତମାନ କେତେକ ସ୍ଥାନୀୟ ସଂକ୍ରମଣ ମଧ୍ୟ ଚିହ୍ନଟ ହୋଇଥିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଯାଇଛି । ବହୁ ଦିନ ଧରି ଗ୍ରୀନ ଜୋନ ଥିବା ସମ୍ବଲପୁର ଜିଲ୍ଲାର ସ୍ଥିତି ବର୍ତ୍ତମାନ କୋରୋନା ନେଇ ଜଟିଳ ହେବାରେ ଲାଗିଛି। ଜିଲ୍ଲା ପ୍ରଶାସନର ତାଗିଦ ସତ୍ତ୍ୱେ କେତେକ ଲୋକଙ୍କ ଖାମ ଖିଆଲି ମନୋଭାବ ଯୋଗୁଁ ବର୍ତ୍ତମାନ ସମ୍ବଲପୁର ସହରର କେତେକ ସ୍ଥାନରେ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି।

ପୁଣି ସମ୍ବଲପୁରରୁ 25 ନୂଆ ଆକ୍ରାନ୍ତ ଚିହ୍ନଟ

ଏହା ଉଭୟ ଜିଲ୍ଲା ପ୍ରଶାସନ ଓ ସଚେତନ ଲୋକଙ୍କୁ ଚିନ୍ତାରେ ପକାଇଛି। ରବିବାର ସମ୍ବଲପୁର ଜିଲ୍ଲାରେ ମୋଟ 25 ଜଣ ଅକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅକ୍ରାନ୍ତଙ୍କ ମଧ୍ୟରେ ବୁର୍ଲା ମେଡ଼ିକାଲର 2 କୋଭିଡ ଯୋଦ୍ଧା ଥିବା ବେଳେ ଅନ୍ୟମାନେ ସମ୍ବଲପୁର ମହାନଗର ନିଗମର ବୁଢାରାଜା ଅଞ୍ଚଳ, ରେଢାଖୋଲ ଉପଖଣ୍ଡ ଓ ବୁର୍ଲା ମେଡ଼ିକାଲର ଅଟନ୍ତି।

ବୁଢାରାଜା ଅଞ୍ଚଳରେ କେତେକ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହେବା ଜିଲ୍ଲା ପ୍ରଶାସନର ଚିନ୍ତା ବଢାଇଛି। ଏହାସହ ରବିବାର ରେଢାଖୋଲ ଅଞ୍ଚଳରେ 11 ବର୍ଷରୁ କମ୍‌ ବୟସର 3 ପିଲା ମଧ୍ୟ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସ୍ଥାନୀୟ ସଂକ୍ରମଣକୁ ଦେଖି ଜିଲ୍ଲା ପ୍ରଶାସନ ପକ୍ଷରୁ ମହାନଗର ନିଗମର କେତେକ ସ୍ଥାନକୁ କଣ୍ଟେନମେଣ୍ଟ ଓ ବଫର ଜୋନ ଘୋଷଣା କରାଯାଇଛି।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରାଣା, ଇଟିଭି ଭାରତ

Last Updated : Jul 19, 2020, 7:43 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.