ETV Bharat / state

23ତମ ସମ୍ବଲପୁର ଲୋକ ମହୋତ୍ସବ: ଲୋକନୃତ୍ୟରେ ଦୁଲୁକିଲା ପ୍ରଥମ ସନ୍ଧ୍ୟା - ସମ୍ବଲପୁର ଲାଟେଷ୍ଟ ନ୍ୟୁଜ୍‌

ସାଂସ୍କୃତିକ ଶୋଭାଯାତ୍ରା ପରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଆରମ୍ଭ ହୋଇଛି ସମ୍ବଲପୁର ମହୋତ୍ସବ । ପ୍ରଥମ ସନ୍ଧ୍ୟାରେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା କଳାକାରଙ୍କ ନୃତ୍ୟ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିବା ସହ ମହୋତ୍ସବର ଶୋଭାକୁ ଦ୍ବିଗୁଣିତ କରିଥିଲା । ଅଧିକ ଖବର ପଢନ୍ତୁ...

23rd sambalpur loka mahotsav, sambalpur latest news, ସମ୍ବଲପୁର ଲାଟେଷ୍ଟ ନ୍ୟୁଜ୍‌, 23ତମ ସମ୍ବଲପୁର ଲୋକ ମହୋତ୍ସବ
23ତମ ସମ୍ବଲପୁର ଲୋକ ମହୋତ୍ସବ: ଲୋକନୃତ୍ୟରେ ଦୁଲୁକିଲା ପ୍ରଥମ ସନ୍ଧ୍ୟା
author img

By

Published : Jan 5, 2020, 6:08 PM IST

ସମ୍ବଲପୁର: ସାଂସ୍କୃତିକ ଶୋଭାଯାତ୍ରା ପରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଆରମ୍ଭ ହୋଇଛି ସମ୍ବଲପୁର ମହୋତ୍ସବ । ପ୍ରଥମ ସନ୍ଧ୍ୟାରେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା କଳାକାରଙ୍କ ନୃତ୍ୟ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିବା ସହ ମହୋତ୍ସବର ଶୋଭାକୁ ଦ୍ବିଗୁଣିତ କରିଥିଲା । ତେବେ ଶନିବାର ଆୟୋଜିତ ପ୍ରଥମ ସନ୍ଧ୍ୟାରେ ସମ୍ବଲପୁରର ଶଙ୍କର ଦତ୍ତ, ଡ଼ଃ ସବିତା ହୋତା, ଦିଲ୍ଲୀପ ବାଗ ଓ ଗୀତାଞ୍ଜଳୀ ପୋଢଙ୍କ ପରି ବିଶିଷ୍ଟ କଳାକାରମାନେ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ ।

23ତମ ସମ୍ବଲପୁର ଲୋକ ମହୋତ୍ସବ: ଲୋକନୃତ୍ୟରେ ଦୁଲୁକିଲା ପ୍ରଥମ ସନ୍ଧ୍ୟା

ଏହାପରେ ଆରମ୍ଭ ହୋଇଥିଲା ଲୋକନୃତ୍ୟର ଆସର । ପ୍ରଥମେ ଉତ୍ତରପ୍ରଦେଶର ମଥୁରାରୁ ଆସିଥିବା ଶ୍ୟାମ ଲୋକକଳା ମଞ୍ଚର କଳାକାରମାନେ ଶ୍ରୀକୃଷ୍ଣ ଓ ରାଧାଙ୍କ ଶାଶ୍ବତ ପ୍ରେମକୁ ମୟୂର ନୃତ୍ୟ ମାଧ୍ୟମରେ ପରିବେଷଣ କରିଥିଲେ । ପରେ ପରେ କଳାହାଣ୍ଡିର ଘୁମୁରା, ବଲାଙ୍ଗୀର ତୁଷରାର ଘୁବୁକୁଡୁ ନୃତ୍ୟ ଦର୍ଶକଙ୍କୁ ବିଳମ୍ବିତ ରାତି ଯାଏଁ ବାନ୍ଧି ରଖିଥିଲା ।

ପୂର୍ବରୁ ସମ୍ବଲପୁରର ଏହି 23ତମ ଲୋକ ମହୋତ୍ସବର ପ୍ରଥମ ସନ୍ଧ୍ୟାରେ ଜିଲ୍ଲାପାଳ ଶୁଭମ ସକ୍ସେନା, ରେଙ୍ଗାଲୀ ବିଧାୟକ ନାଉରୀ ନାଏକ, କୁଚିଣ୍ଡା ବିଧାୟକ କିଶୋର ଚନ୍ଦ୍ର ନାଏକଙ୍କ ସମେତ ପଦ୍ମଶ୍ରୀ ଜିତେନ୍ଦ୍ରିୟ ହରିପାଲ ଓ ପଦ୍ମଶ୍ରୀ ହଳଧର ନାଗ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

Intro:ଆରମ୍ଭ ହୋଇଛି ସମ୍ବଲପୁର ଲୋକ ମହୋତ୍ସବ 2020।ଗତ ଶନିବାର ର ସଂସ୍କୃତିକ ଶୋଭାଯାତ୍ର ସହ ଆରମ୍ଭ ହୋଇଥିବା ସମ୍ବଲପୁର ମହୋତ୍ସବ ର ପ୍ରଥମ ସନ୍ଧ୍ୟା ଥିଲା ବେଶ ରଙ୍ଗୀନ। ପ୍ରଥମ ସନ୍ଧ୍ୟାରେ ରାଜ୍ୟ ତଥା ରାଜ୍ୟ ବାହାରର କଳାକାର ନିଜର ନୃତ୍ୟ ଓ ଗୀତ ରେ ଦର୍ଶକଙ୍କ ମନ ମୋହିଥିଲେ। ପ୍ରଥମେ ସମ୍ବଲପୁର ର ଶଙ୍କର ଦତ୍ତ, ଡା ସବିତା ହୋତା,ଦିଲ୍ଲୀପ ବାଗ ଓ ଗୀତଞ୍ଜଳୀ ପୋଢ଼ ପରି ନାମ କରା କଳାକାର ନିଜ ନିଜର ସମ୍ବଲପୁରୀ ନୃତ୍ୟ ପରିବେଷଣ କରି ଦର୍ଶକଙ୍କୁ ବିମୋହିତ କରିଥିଲେ।

Body:ଏହା ପରେ ଆରମ୍ଭ ହୋଇଥିଲା ଲୋକ ନୃତ୍ୟର କାର୍ଯ୍ୟକ୍ରମ। ଏଥିରେ ପ୍ରଥମେ ଉତ୍ତର ପ୍ରଦେଶର ମଥୁରା ରୁ ଆସିଥିବା ଶ୍ୟାମ ଲୋକ କଳା ମଞ୍ଚ ର କଳାକାର ମୟୁର ନୃତ୍ୟ ପରିବେଷଣ କରିଥିଲେ।ଏହା ଭଗବାନ ଶ୍ରୀକୃଷ୍ଣ ଓ ରାଧା ଙ୍କ ଶାଶ୍ୱତ ପ୍ରେମ ଉପରେ ଆଧାରିତ ଥିଲା।ଏହି ନୃତ୍ୟ ଦର୍ଶକଙ୍କ ମନକୁ ଛୁଇଁଥିଲା। ଏହା ପରେ ପରେ କଳାହାଣ୍ଡିର ଘୁମୁରା, ବଲାଙ୍ଗୀର ତୁଷରା ର ଘୁବୁକୁଡୁ ନୃତ୍ୟ ଦର୍ଶକଙ୍କୁ ବାନ୍ଧି ରଖିଥିଲା।

Conclusion:ପୂର୍ବରୁ ସମ୍ବଲପୁର ର ଏହି 23 ତମ ଲୋକମହୋତ୍ସଵ ର ପ୍ରଥମ ସନ୍ଧ୍ୟାରେ ସମ୍ବଲପୁର ଜିଲ୍ଲ ଶୁଭମ ଶକସେନା, ରେଙ୍ଗାଲୀ ବିଧାୟକ ନାଉରୀ ନାଏକ, କୁଚିଣ୍ଡା ବିଧାୟକ କିଶୋର ଚନ୍ଦ୍ର ନାଏକ ଙ୍କ ସମେତ ପଦ୍ମଶ୍ରୀ ଜିତେନ୍ଦ୍ରିୟ ହରିପାଲ ଓ ହଳଧର ନାଗ ପ୍ରମୁଖ ଯୋଗ ଦେଇ ପ୍ରଥମ ସନ୍ଧ୍ୟାର ଶୁଭାରମ୍ଭ କରିଥିଲେ।

ବାଇଟ-1-ଶୁଭମ ଶକସେନା,ଜିଲ୍ଳାପାଳ।
ବାଇଟ-2- ପଣ୍ଡିତ ଦିବାକର ଶର୍ମା,କଳାକାର,ମଥୁରା,ଉତ୍ତର ପ୍ରଦେଶ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.