ETV Bharat / state

ମଧ୍ୟାହ୍ନ ଭୋଜନ ଖାଇ 22 ଛାତ୍ରଛାତ୍ରୀ ଅସୁସ୍ଥ ! - 22 ଛାତ୍ରଛାତ୍ରୀ ଅସୁସ୍ଥ

ମଧ୍ୟାହ୍ନ ଭୋଜନ ଖାଇ ଅସୁସ୍ଥ ହୋଇଛନ୍ତି 22 ଛାତ୍ରଛାତ୍ରୀ । ତେବେ ଅସୁସ୍ଥତାର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର
author img

By

Published : Sep 16, 2019, 7:57 PM IST

ସମ୍ବଲପୁର: ଜିଲ୍ଲାର କୁଚିଣ୍ଡା ଉପଖଣ୍ଡ ମହୁଲପାଲି ଥାନା ଚାଲଟିକ୍ରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପରେ ଅସୁସ୍ଥ ହୋଇ ପଡିଛନ୍ତି ଛାତ୍ରଛାତ୍ରୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ସୋମବାର ମଧ୍ୟାହ୍ନ ଭୋଜନ କରିବା ପରେ ଅପରାହ୍ନ ପ୍ରାୟ ଅଢେଇଟା ସମୟରେ ପ୍ରଥମେ 2 ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହେବା ସହ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ଏହା ପରେ ଅନ୍ୟ ଛାତ୍ରଛାତ୍ରୀ ମଧ୍ୟ ଅସୁସ୍ଥ ହେବାରୁ ସମସ୍ତ 22 ଜଣ ଛାତ୍ରଛାତ୍ରୀଙ୍କୁ କୁଚିଣ୍ଡା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଏମାନଙ୍କ ମଧ୍ୟରୁ 5 ଜଣ ଛାତ୍ରଛାତ୍ରୀ ଏବେ ମଧ୍ୟ ଅସୁସ୍ଥ ଥିବା ବେଳେ ଅନ୍ୟ ମାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଵଭାବିକ ହୋଇଥିବା ଜଣାପଡିଛି। ତେବେ କେଉଁ ପରିସ୍ଥିତିରେ ଛାତ୍ରଛାତ୍ରୀ ଅସୁସ୍ଥ ହେଲେ ତାର ସଠିକ କାରଣ ଜଣା ପଡ଼ିନାହିଁ ।

ସମ୍ବଲପୁରରୁ ବାଦଶାହ ଜୁସମନ ରଣା, ଇଟିଭି ଭାରତ

Intro:ମଧ୍ୟନ୍ନ ଭୋଜନ ଖାଇ 22 ଛାତ୍ରଛାତ୍ରୀ ଅସୁସ୍ଥ।ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ମହୁଲପାଲି ଥାନା ଚାଲଟିକ୍ରା ଉ.ପ୍ରା ବିଦ୍ୟାଳୟରେ ଘଟିଛି ଘଟଣା।Body:ଆଜି ମଧ୍ୟନ୍ନ ଭୋଜନ କରିବା ପରେ ଅପରାହ୍ନ ପ୍ରାୟ ଅଢେଇ ଟା ସମୟରେ ପ୍ରଥମେ 2 ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହେବା ସହ ଝାଡା ବାନ୍ତି ରେ ଆକ୍ରାନ୍ତ ହୋଇଥିଲେ। ଏହା ପରେ ଅନ୍ୟ ଛାତ୍ରଛାତ୍ରୀ ଙ୍କ ଦେହ ମଧ୍ୟ ଅସୁସ୍ଥ ହେବାରୁ ସମସ୍ତ 22 ଜଣ ଛାତ୍ରଛାତ୍ରୀ ଙ୍କୁ କୁଚିଣ୍ଡା ଚିକିତ୍ସଳୟ ରେ ଭର୍ତି କରାଯାଇଥିଲା।Conclusion:ଏମାନଙ୍କ ମଧ୍ୟରୁ 5 ଜଣ ଛାତ୍ରଛାତ୍ରୀ ଏବେବି ଆସୁସ୍ଥ ଥିବା ବେଳେ ଅନ୍ୟ ମାନଙ୍କ ଦେହ ସ୍ଵଭାବିକ ହୋଇଥିବା ଜଣାପଡିଛି।ତେବେ କେଉଁ ପରିସ୍ଥିତିରେ ଛାତ୍ରଛାତ୍ରୀ ଅସୁସ୍ଥ ହେଲେ ତାର ସଠିକ କାରଣ ଜଣା ପଡ଼ିନାହିଁ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.