ETV Bharat / state

ପାଣି ଭର୍ତ୍ତି ଡେକଚିରେ ଛପି ଥିଲା ମୃତ୍ୟୁ ! ଆଖି ବୁଜିଲା 2 ବର୍ଷର ଶିଶୁ କନ୍ୟା

author img

By ETV Bharat Odisha Team

Published : Oct 19, 2023, 6:10 PM IST

ରେଢ଼ାଖୋଲ ସହରରେ ପାଣି ଭରା ଡେକଚିରେ ପଡି 2 ବର୍ଷର ଶିଶୁ କନ୍ୟା ମୃତ । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ଅଧିକ ପଢନ୍ତୁ

ପାଣି ଭର୍ତ୍ତି ଡ଼େକଚିରେ ପଡି 2 ବର୍ଷ ଶିଶୁ କନ୍ୟା ମୃତ

ସମ୍ବଲପୁର: ମୃତ୍ୟୁ ଏମିତି ବି ଆସେ । ପାଣି ଭରା ଡେକଚିରେ ପଡି 2 ବର୍ଷର ଶିଶୁ କନ୍ୟା ମୃତ l ଏମିତି ଅଘଟଣ ଘଟିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସହରରେ l ଆଜି ସକାଳୁ ଏହି ଭଳି ଏକ ଦୁଃଖଦ ଘଟଣା ଘଟିଥିବା ବେଳେ ସାରା ସହରରେ ଶୋକର ଛାୟା ଖେଳିଯାଇଛି l

ସୂଚନାଯୋଗ୍ୟ, ଆଜି(ଗୁରୁବାର) ସକାଳୁ ସକାଳୁ ରେଢ଼ାଖୋଲ ସହରରେ ଘଟିଛି ଏହି ଦୁଃଖଦ ଘଟଣା । ଘର ଭିତରେ ଥିବା ପାଣି ଭର୍ତ୍ତି ଡେକଚିରେ ପଢ଼ି 2 ବର୍ଷର ଏକ ଶିଶୁ କନ୍ୟାର ମୃତ୍ୟୁ ହୋଇଛି l ରେଢ଼ାଖୋଲ ଏନଏସିର ଦେହୁରୀସାହି ପଢ଼ାରେ ରହୁଥିବା ବିବେକାନନ୍ଦ ବେଉରା ଓ ଶୁଭସ୍ମିତା ବେଉରାଙ୍କ 2 ବର୍ଷର ସାନ ଝିଅ ନବ୍ୟା ନିବେଦିତା ଆଜି ପାଣି ଭର୍ତ୍ତି ଡେକଚିରେ ପଡି ପ୍ରାଣ ହରାଇଛନ୍ତି । ଆଜି ସକାଳ ଘରର ସମସ୍ତେ ନିଜ ନିଜ କର୍ଯ୍ୟରେ ବ୍ୟସ୍ତ ଥିବା ସମୟରେ ଶିଶୁଟି ଘରେ ଖେଳୁଥିବା ବେଳେ ଏକ ପାଣି ଭର୍ତ୍ତି ଡେକଚିରେ ପଡି ଯାଇଥିଲା ।

ଏହା ପରେ ତାଙ୍କ ଦେଖା ନ ମିଳିବାରୁ ଘର ଲୋକେ ବହୁତ ଖୋଜାଖୋଜି କରିଥିଲେ । ତେବେ ବହୁ ବିଳମ୍ବ ପରେ ଶେଷରେ ଝିଅକୁ ପାଣି ଡେକଚିରେ ପଡିଥିବାର ଦେଖି ତାକୁ ଉଦ୍ଧାର କରି ରେଢ଼ାଖୋଲ ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ପରିବାର ଲୋକଙ୍କ ସାମାନ୍ୟ ଅସାବଧାନତା ଯୋଗୁଁ କୁନି ଝିଅର ଜୀବନ ଯିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି l ଏହି ଘଟଣାରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ....ସ୍ବିଡେନରେ ଭାରତୀୟ ରିସର୍ଚ୍ଚ ସ୍କଲାରଙ୍କ ମୃତ୍ୟୁ, ସ୍ବିଡେନ ନାଗରିକଙ୍କ ସମ୍ପୃକ୍ତି ସନ୍ଦେହ

ପୂର୍ବରୁ ମୟୂରଭଞ୍ଜରେ ପୋଖରୀରେ ବୁଡି ଜଣେ ଶିଶୁର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଶିଶୁ ଗୁରୁତର ହୋଇଥିଲେ । ଏଭଳି ଦୁଃଖଦ ଘଟଣା ଘଟିଥିଲା ମହୁଲଡିହା ଥାନା ଅନ୍ତର୍ଗତ ଖେଳିଆପୋଷି ଗ୍ରାମରେ । ମୃତ ଶିଶୁ ହେଉଛିନ୍ତି ଗ୍ରାମର ଜୀବନ ନାଏକଙ୍କ ୪ ବର୍ଷର ପୁଅ ଶୁଭମ ନାଏକ । ଶୁଭମ ନାଏକ ଏବଂ ଗ୍ରାମର ଟିକିନା ପୈଦାଙ୍କ ଛଅ ବର୍ଷର ଝିଅ ଭୂମି ପୈଦା ଘର ନିକଟସ୍ଥ ଅଙ୍ଗନବାଡ଼ି କେନ୍ଦ୍ରକୁ ପାଠ ପଢ଼ିବା ପାଇଁ ଯାଇଥିଲେ । ମଧ୍ୟାହ୍ନ ସାଢ଼େ 12ଟା ସମୟରେ ଅଙ୍ଗନବାଡ଼ି ଛୁଟି ହୋଇଥିଲା । ଏହାପରେ ସମସ୍ତେ ନିଜ ନିଜ ଘରକୁ ଆସିଥିଲେ । ହେଲେ ଚାରି ପାଞ୍ଚ ଜଣ ଶିଶୁ ଏକ ବିଲ ରାସ୍ତାରେ ନିଜ ଘରକୁ ଯାଉଥିବା ସମୟରେ ନିକଟରେ ଥିବା ପୋଖରୀରେ କୌଣସି କାରଣ ବଶତଃ ୨ ଜଣ ଶିଶୁ ପାଣିରେ ବୁଡି ଯାଇଥିଲେ । ଏହା ପରେ ନିକଟସ୍ଥ ବିଲରେ କାମ କରୁଥିବା ସ୍ଥାନୀୟ ଲୋକେ ୨ ଶିଶୁଙ୍କୁ ଉଦ୍ଧାର କରିଥିଲେ। ଏହାପରେ ଉଭୟଙ୍କୁ ଏକ ପିକ୍‌ଅପ ଭ୍ୟାନ ଯୋଗେ ଠାକୁରମୁଣ୍ଡା ମେଡ଼ିକାଲକୁ ନେଇଥିଲେ । ହେଲେ ସେଠାରେ ୪ ବର୍ଷର ଶିଶୁ ଶୁଭମକୁ ଡାକ୍ତର ମୃତ ଘୋଷଣା କରିଥିଲେ ।

ଇଟିଭି ଭାରତ,ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.