ETV Bharat / state

ମୁହାଁମୁହିଁ ଧକ୍କା ହୋଇ ଜଳିଗଲା 2 ଟ୍ରକ୍, ଉଭୟ ଡ୍ରାଇଭର ଜୀବନ୍ତ ଦଗ୍ଧ - 2 ଟ୍ରକ ମୁହାଁମୁହିଁ ଧକ୍କା ହୋଇ ଜଳିଗଲା ଟ୍ରକ

ଯୁଯୁମୁରାରେ 2 ଟ୍ରକ ମୁହାଁମୁହିଁ ଧକ୍କା । ଉଭୟ ଗାଡିର ଡ୍ରାଇଭର ଜଳି ଜୀବନ୍ତ ଦଗ୍ଧ । ଅଧିକ ପଢନ୍ତୁ...

Truck accident fire
ଫଟୋ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର
author img

By

Published : Dec 14, 2019, 10:26 AM IST

ସମ୍ବଲପୁର: ଯୁଯୁମୁରା ଥାନା ସମ୍ମୁଖରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଶନିବାର ସକାଳୁ ଦୁଇଟି ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ଲାଗିଥିଲା ନିଆଁ । ତେବେ ଟ୍ରକରେ ଏତେ ଜୋରରେ ନିଆଁ ଲାଗିଥିଲା ଯେ, ଉଭୟ ଟ୍ରକର ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଥିବାବେଳେ ହେଲପର ନିଖୋଜ ଅଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ସମ୍ବଲପୁର

ତେବେ ଟ୍ରକର ସମ୍ମୁଖଭାଗ ସମ୍ପୂର୍ଣ୍ଣ ଜଳିଯାଇଛି । ଘଟଣାସ୍ଥଳରେ ପ୍ରଥମେ ସ୍ଥାନୀୟ ଲୋକେ ଏବଂ ପୋଲିସ ପହଞ୍ଚି ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ନିଆଁର ତେଜ ଯୋଗୁଁ ଉଦ୍ଧାର କାର୍ଯ୍ୟ ସମ୍ଭବ ହୋଇପାରିନଥିଲା । ପ୍ରଥମେ ଯୁଯୁମୁରା ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିବାରେ ବିଫଳ ହେବାରୁ ସମ୍ବଲପୁରରୁ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।

ଦୁର୍ଘଟଣା ଯୋଗୁଁ ରାସ୍ତାରେ ଗାଡି ଯିବାଆସିବା ସମ୍ଭବ ହୋଇପାରିନାହିଁ । ହେଲପରର ପତ୍ତା ମିଳିନଥିବାବେଳେ ତଦନ୍ତ ଜାରି ରଖିଛି ପୋଲିସ । ତେବେ କୁହୁଡି ଯୋଗୁଁ ଅଥବା ଡ୍ରାଇଭରର ଆଖି ଲାଗିଯିବାରୁ ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରାଣା, ଇଟିଭି ଭାରତ

Intro:ସମ୍ବଲପୁର ଜିଲ୍ଲା ଯୁଜୁମୁରା ଥାନା ପାଖରେ ସଡକ ଦୁର୍ଘଟଣା। ଆଜି ସକାଳୁ ବିପରୀତ ଦିଗରୁ ଆସୁଥିବା 2 ଟି ଟ୍ରକ ମୁହାଁ ମୁହିଁ ଧକ୍କା ହେବାରୁ ଟ୍ରକ ରେ ଲାଗିଲା ନିଆଁ। ନିଆଁରେ ଉଭୟ ଟ୍ରକ ର ଡ୍ରାଇଭର ଜାଳି ଯାଇ ମୃତ୍ୟୁ ବରଣ କରିଥିବା ସନ୍ଦେହ।Body:ସମ୍ବଲପୁର ଯୁଜୁମୁରା ଥାନା ସମ୍ମୁଖରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଦୁର୍ଘଟଣା ରେ ଦୁଇଟି ଟ୍ରକର ସମ୍ମୁଖ ଭାଗ ସମ୍ପୁର୍ଣ୍ଣ ଜଳି ଯାଇଛି। ଦୁର୍ଘଟଣା ଏତେ ଭୟାବହ ଥିଲାଯେ ଦୁଇ ଗାଡ଼ିରେ ନିଆଁ ଲାଗି ଯାଇଥିଲା। ଯାହାଫଳରେ ଦୁଇ ଗାଡିର ଡ୍ରାଇଭର ମଧ୍ୟ ଜଳିଯାଇ ମୃତ୍ୟୁ ବରଣ କରିଥିବା ସନ୍ଦେହ କରାଯାଉଛି। ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ପୋଲିସ କହିଛି। ଗାଡ଼ିରେ ଥିବା ହେଲ୍ପର ଙ୍କର ଏପର୍ଯ୍ୟନ୍ତ ପତା ମିଳିନାହିଁ। ଦୁର୍ଘଟଣା ରେ ସେମାନେ ମଧ୍ୟ ଗୁରୁତର ଆହତ କିମ୍ବା ନିଆଁରେ ପୋଡି ଯାଇଥାଇପରନ୍ତି ବୋଲି ପୋଲିସ କହିଛି। ଘଟଣାସ୍ଥଳରେ ପ୍ରଥମେ ସ୍ଥାନୀୟ ଲୋକେ ଏବଂ ପୋଲିସ ପହଂଚି ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ନିଆଁ ଯୋଗୁଁ ଉଦ୍ଧାର କାର୍ଯ୍ୟ ହୋଇପାରିନଥିଲା। ପ୍ରଥମେ ଯୁଜୁମୁରା ଅଗ୍ନିଶମ ବିଭାଗ ନିଆଁକୁ ଆୟତ କରିବାରେ ବିଫଳ ହେବାରୁ ସମ୍ବଲପୁରରୁ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲା। ମୃତ୍ୟୁ ସଂଖ୍ୟା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ। ଦୁର୍ଘଟଣା ଯୋଗୁଁ ରାସ୍ତା ରେ ଗାଡି ଯିବାଆସିବା ସମ୍ଭବ ହୋଇପାରିନାହିଁ।Conclusion:ସକାଳୁ କୁହୁଡି ଯୋଗୁ ଅଥବା ଡ୍ରାଇଭର ର ଆଖି ଲାଗିଯିବାରୁ ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.