ସମ୍ବଲପୁର: ଜିଲ୍ଲାରେ ପୁଣି ଆଉ 2 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ସମ୍ବଲପୁରରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 7ରେ ପହଞ୍ଚିଛି। ଏନେଇ ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ପ୍ରଦାନ କରାଯାଇଛି ।
![ଜିଲ୍ଲାରେ ଚିନ୍ତା ବଢାଉଛନ୍ତି ପ୍ରବାସୀ ଶ୍ରମିକ, ଆଉ 2 କୋରୋନା ଆକ୍ରାନ୍ତ ଚିହ୍ନଟ](https://etvbharatimages.akamaized.net/etvbharat/prod-images/7380498_858_7380498_1590661839851.png)
ଉଭୟ ଆକ୍ରାନ୍ତ ଜମାଦାରପାଲି ସ୍ଥିତ କ୍ବାରେଣ୍ଟଟାଇନ ସେଣ୍ଟର ରହୁଥିଲେ। ଏମାନଙ୍କ ମଧ୍ୟରୁ ଜଣେ ଗତ 17 ତାରିଖରେ ଆଗ୍ରାରୁ ଫେରିଥିବା ବେଳେ ଆଉ ଜଣେ 16 ତାରିଖରେ ଆନ୍ଧ୍ରପ୍ରଦେଶର ବିଶାଖପାଚନମରୁ ସମ୍ବଲପୁରକୁ ଆସିଥିଲେ। ଉଭୟଙ୍କୁ ଚିକିତ୍ସା ପାଇଁ କୋଭିଡ ହସ୍ପିଟାଲକୁ ପଠାଇଦିଆଯାଇଛି। ଏହା ସହ ଏମାନଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି।
![ଜିଲ୍ଲାରେ ଚିନ୍ତା ବଢାଉଛନ୍ତି ପ୍ରବାସୀ ଶ୍ରମିକ, ଆଉ 2 କୋରୋନା ଆକ୍ରାନ୍ତ ଚିହ୍ନଟ](https://etvbharatimages.akamaized.net/etvbharat/prod-images/od-sam-04-2more-corona-positive-in-sambalpur-dry-7202776_28052020145125_2805f_01557_929.jpg)
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରାଣା, ଇଟିଭି ଭାରତ