ସମ୍ବଲପୁର: ଖୋଲିଲା ହୀରାକୁଦ ଡ୍ୟାମର ଆଉ ଏକ ଦୁଇଟି ଗେଟ୍ । ସୋମବାର ସକାଳେ 2ଟି ଗେଟ୍ ଖୋଲିବା ପରେ ଏବେ ଆଉ ଦୁଇଟି ଗେଟ୍ ଖୋଲି ମୋଟ 20ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି ।
ହୀରାକୁଦ ଡ୍ୟାମର ଜଳସ୍ତର 630 ଫୁଟ ରହିଛି । ବର୍ତ୍ତମାନ ଉପର ମୁଣ୍ଡରୁ ଜଳଭଣ୍ଡାର ଭିତରକୁ ସେକେଣ୍ଡ ପ୍ରତି ହାରାହାରି 3,12,628 କ୍ୟୁସେକ ଜଳ ପ୍ରବେଶ ଏବଂ ନିଷ୍କାସିତ ହେଉଛି । ଉପର ମୁଣ୍ଡରେ ବର୍ଷା ହେଉଥିବାରୁ ଆଉ ଦୁଇଟି ଗେଟ୍ ଖୋଲା ଯାଇଥିବା ସୂଚନା ରହିଛି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ