ETV Bharat / state

ଚିକତ୍ସା ବିଜ୍ଞାନ ପାଠପଢା ପାଇଁ ମୃତ୍ୟୁପରେ ଶରୀର ଦାନ କରିବେ 18 ସ୍ବେଚ୍ଛାସେବୀ - bodies donation news

ମୃତ୍ୟୁ ପରେ 18 ଜଣ ସ୍ବେଚ୍ଛାସେବୀ ଦାନ କରିବେ ସେମାନଙ୍କ ଶରୀର । ଚିକିତ୍ସା ବିଜ୍ଞାନର ପାଠ ପଢାରେ ହେବ ବ୍ୟବହାର । ଅଧିକ ପଢନ୍ତୁ...

ଚିକତ୍ସା ବିଜ୍ଞାନ ପାଠପଢା ପାଇଁ ମୃତ୍ୟୁପରେ ଶରୀର ଦାନ କରିବେ 18 ସ୍ବେଚ୍ଛାସେବୀ

author img

By

Published : Mar 24, 2021, 6:42 AM IST

ସମ୍ବଲପୁର: ମୃତ୍ୟୁ ପରେ ପ୍ରତ୍ୟେକ ସମାଜରେ ନିଜର ବିଶ୍ୱାସ ଓ ପରମ୍ପରା ଅନୁଯାୟୀ ମୃତ ଦେହର ଶେଷକୃତ୍ୟ ସମ୍ପନ୍ନ କରାଯାଏ। ନଚେତ ଆତ୍ମାକୁ ଶାନ୍ତି ମିଳେନି ବୋଲି ବିଶ୍ୱାସ ରହିଛି।ତେବେ ଏହି ସବୁ ସାମାଜିକ ପରମ୍ପରାକୁ ତ୍ୟାଗ କରି ମେଡ଼ିକାଲ ସାଇନ୍ସ ପାଇଁ ମୃତ୍ୟୁ ପରେ ନିଜର ଶରୀର ଦାନ କରିବା ପାଇଁ ଇଛାପତ୍ରରେ ସ୍ବାକ୍ଷର କରିଛନ୍ତି ସମ୍ବଲପୁର 18 ଜଣ ବ୍ୟକ୍ତି। ସମ୍ବଲପୁରର ଅନ୍ୟତମ ପ୍ରମୁଖ ସ୍ବେଚ୍ଛାସେବୀ ଅନୁଷ୍ଠାନ ଉତ୍ସର୍ଗ ଜରିଆରେ ମୃତ୍ୟୁ ପରେ ନିଜର ସମଗ୍ର ଶରୀରକୁ ମେଡ଼ିକାଲ ସାଇନ୍ସ ପାଇଁ ଉତ୍ସର୍ଗ କରିଥିବା କହିଛନ୍ତି।

ଚିକତ୍ସା ବିଜ୍ଞାନ ପାଠପଢା ପାଇଁ ମୃତ୍ୟୁପରେ ଶରୀର ଦାନ କରିବେ 18 ସ୍ବେଚ୍ଛାସେବୀ

ମୃତ୍ୟୁ ପରେ ବି ଏମାନେ ହୋଇଯିବେ ଅମର। ମୃତ୍ୟୁ ପରେ ବି ଏମାନଙ୍କ ଆଖି ସଂସାର ଦେଖିବ।କାରଣ ଏମାନେ ଜଗତ କଲ୍ୟାଣ ପାଇଁ ଚିକତ୍ସା ଵିଜ୍ଞାନର ଛାତ୍ରଛାତ୍ରୀଙ୍କ ପରୀକ୍ଷା ନିରୀକ୍ଷା ପାଇଁ ନିଜର ଶରୀରକୁ ବୁର୍ଲା ଭିମସାର ମେଡ଼ିକାଲକୁ ଦାନ କରିବା ପାଇଁ ଇଛାପତ୍ର ସ୍ଵାକ୍ଷର କରିଛନ୍ତି। ସମ୍ବଲପୁରର ଉତ୍ସର୍ଗ ଅନୁଷ୍ଠାନ ଦୀର୍ଘ 8 ବର୍ଷ ହେଲେ ନିଜ ଉଦ୍ୟମରେ ଏହି ଭଳି ବ୍ୟକ୍ତି ଯେଉଁମାନେ ମୃତ୍ୟୁ ପରେ ନିଜର ଶରୀର ଦାନ କରିବାକୁ ଚାହୁଁଛନ୍ତି ସେମାନଙ୍କ ସହିତ ଯୋଗାଯୋଗ କରି ବୁର୍ଲା ମେଡ଼ିକାଲର ଛାତ୍ରଛାତ୍ରୀ ତଥା ସମାଜ ପାଇଁ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ କରିଆସୁଛି। ଚଳିତ ବର୍ଷ ଏହି ପ୍ରକ୍ରିୟା ରେ ଆହୁରି 18 ଜଣ ବ୍ୟକ୍ତି ନିଜର ଶରୀର ଦାନ କରିବାକୁ ଇଚ୍ଛା ପତ୍ର 1 ସ୍ବାକ୍ଷର କରିଛନ୍ତି। ଉତ୍ସର୍ଗ ଅନୁଷ୍ଠାନ ପକ୍ଷରୁ ଏହି ମହାନ ଆତ୍ମା ମାନଙ୍କୁ ସମ୍ମାନିତ କରାଯାଇଛି। ଆଉ ଏହି ଦଧିଚି ମାନେ ଆଗକୁ ଅନେକ ଯୁବକ ଯୁବତୀଙ୍କ ପାଇଁ ପଥ ପ୍ରଦର୍ଶକ ହେବେ ବୋଲି ଆଶା କରାଯାଉଛି।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.