ETV Bharat / state

ସମ୍ବଲପୁରରେ ପୁଣି 17 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

author img

By

Published : Jul 26, 2020, 5:54 PM IST

ରବିବାର ପୁଣି ଜିଲ୍ଲାରୁ 17 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 264ରେ ପହଞ୍ଚିଛି ।

corona
ସମ୍ବଲପୁର ପୁଣି 17 ନୂଆ କୋରୋନା ଅକ୍ରାନ୍ତ ଚିହ୍ନଟ

ସମ୍ବଲପୁର: କୋରୋନା କାୟାରେ ସମଗ୍ର ଦେଶ । ଏଥିରୁ ବାଦ ପଡିନି ସମ୍ବଲପୁର ଜିଲ୍ଲା । ରବିବାର ପୁଣି ଜିଲ୍ଲାରୁ 17 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 264ରେ ପହଞ୍ଚିଛି ।

ରବିବାର ଚିହ୍ନଟ 17 ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ 11 ଆକ୍ଟିଭ ସର୍ଭିଲେନ୍ସ ଟିମ ଦ୍ବାରା ଚିହ୍ନଟ ହୋଇଥିବାବେଳେ ବାକି 6 ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି। ସମସ୍ତଙ୍କୁ କୋଭିଡ ହସ୍ପିଟାଲକୁ ପଠାଇ ଦିଆଯାଇଛି।

ଆକ୍ରାନ୍ତମାନେ ସମ୍ବଲପୁର ମହାନଗର ନିଗମ, କୁଚିଣ୍ଡା ଓ ରେଢାଖୋଲ ଅଞ୍ଚଳର ଅଟନ୍ତି। ଏପଟେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 135 ଜଣ ସୁସ୍ଥ ହୋଇଥିବା ବେଳେ ଏବେବି 129 ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ।

ଏଭଳି ପରିସ୍ଥିତିରେ ସହରର କେତେକ ସ୍ଥାନକୁ କଣ୍ଟେନମେଣ୍ଟ ଜୋନ, ବଫର ଜୋନ ଘୋଷଣା କରାଯିବା ସହ କେତେକ ସ୍ଥାନରେ 144 ଧାରା ଲାଗୁ କରାଯାଇଛି। ସମ୍ବଲପୁର ଜିଲ୍ଲାରେ ଦିନକୁ ଦିନ ସ୍ଥାନୀୟ କଣ୍ଟାକ୍ଟ କେସ ବଢ଼ୁଥିବାରୁ ଗତ ଜୁଲାଇ 22ରୁ 31 ଯାଏଁ ଜିଲ୍ଲାରେ ସଟଡାଉନ ଘୋଷଣା କରାଯାଇଛି।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରାଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.