ETV Bharat / state

ଦୂର ହେବ ଶିକ୍ଷକ ଅଭାବ ସମସ୍ୟା, ଡିସେମ୍ବର ପୂର୍ବରୁ 16,000 ଶିକ୍ଷକଙ୍କୁ ନିଯୁକ୍ତି

author img

By

Published : Nov 3, 2021, 2:17 PM IST

ସମ୍ବଲପୁର ଜିଲ୍ଲାର ବିଭିନ୍ନ ସ୍କୁଲ ପରିଦର୍ଶନ କରିଛନ୍ତି ସ୍କୁଲ ଓ ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ । ଗସ୍ତ ସମୟରେ ସମୀର ଦାସ କହିଛନ୍ତି ଡିସେମ୍ବର ପୂର୍ବରୁ ରାଜ୍ୟରେ ୧୬ ହଜାର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ଦିଆଯିବ । ଅଧିକ ପଢନ୍ତୁ...

ଦୂର ହେବ ଶିକ୍ଷକ ଅଭାବ ସମସ୍ୟା, ଡିସେମ୍ବର ପୂର୍ବରୁ 16,000 ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି

ସମ୍ବଲପୁର: ଶିକ୍ଷାକୁ ଅଧିକ ଗୁରୁତ୍ବ ଦେଇଛନ୍ତି ରାଜ୍ୟ ସରକାର । ଛାତ୍ରଛାତ୍ରୀମାନେ କାଲିର ଭବିଷ୍ୟତ । ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ସରକାରୀ ସ୍କୁଲର ରୂପାନ୍ତରୀକରଣ କାର୍ଯ୍ୟ ଜାରି ରହିଛି । ପିଲାଙ୍କ ପାଇଁ ଇ-କ୍ଲାସରୁମର ବ୍ୟବସ୍ଥା କରାଯାଇଛି । ଆଜି(ବୁଧବାର) ସମ୍ବଲପୁର ଜିଲ୍ଲାର ବିଭିନ୍ନ ସ୍କୁଲ ପରିଦର୍ଶନ କରିଛନ୍ତି ସ୍କୁଲ ଓ ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ । ଗସ୍ତ ସମୟରେ ସମୀର ଦାସ କହିଛନ୍ତି ଡିସେମ୍ବର ପୂର୍ବରୁ ରାଜ୍ୟରେ ୧୬ ହଜାର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ଦିଆଯିବ ।

ସ୍ମାର୍ଟ କ୍ଲାସ ରୁମରେ ପାଠପଢିବା ପରେ ପିଲାଙ୍କ ମଧ୍ୟରେ ଏକପ୍ରକାର ଉତ୍ସାହ ଦେଖିବାକୁ ମିଳିଛି । ସମ୍ବଲପୁର ଲେଡି ଲୁଇସ ବାଳିକା ବିଦ୍ୟାଳୟ ପରିଦର୍ଶନ କରିବା ସହ ଛାତ୍ରୀଙ୍କ ସହ ସେମାନଙ୍କ ପାଠପଢ଼ା ଅସୁବିଧା ନେଇ ପଚାରି ବୁଝିଥିଲେ। ଆସନ୍ତା ତିନି ବର୍ଷ ଭିତରେ ଓଡିଶାର ସମସ୍ତ ସ୍କୁଲକୁ ରୂପାନ୍ତିକରଣ କରାଯିବାର ଲକ୍ଷ୍ୟ ରଖାଯାଇଛି ।

ସେ ଆହୁରି କହିଛନ୍ତି ରାଜ୍ୟରେ ଶିକ୍ଷକ ଅଭାବ ରହିବା ନାହିଁ । ଓଟିଇଟିର ସମସ୍ତ ବିଷୟରେ ପରୀକ୍ଷା ଜାରି ରହିଛି । ସଂସ୍କୃତ, ପିଇଟି ପରୀକ୍ଷା ଫଳ ବାହାରି ସାରିଛି । ଶିକ୍ଷକ ପଦବୀ ପୂରଣ ପାଇଁ ସରକାର ପ୍ରକ୍ରିୟା ଆରମ୍ଭ କରି ଦେଇଛନ୍ତି । ଡିସେମ୍ବର ପୂର୍ବରୁ ୧୬ ହଜାର ଶିକ୍ଷକ ଶିକ୍ଷୟିତ୍ରୀ ପଦ ପୂରଣ କରାଯିବ ବୋଲି କହିଛନ୍ତି ଗଣ ଶିକ୍ଷାମନ୍ତ୍ରୀ । ପର୍ଯ୍ୟାୟ କ୍ରମେ ସ୍କୁଲ ଖୋଲିବାକୁ ବ୍ୟବସ୍ଥା ହୋଇଛି । ଦୀପାବଳି ପରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ଶ୍ରେଣୀଗୃହ ପାଠ ପଢା ଆରମ୍ଭ ହେବ ।

ସମ୍ବଲପୁରରୁ ବାଦଶାହା ଜୁସମାନ ରଣା,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.