ETV Bharat / state

ପୁଣି ସମ୍ବଲପୁରରୁ 13 ନୂଆ କୋରୋନା ଅକ୍ରାନ୍ତ ଚିହ୍ନଟ

author img

By

Published : Jun 24, 2020, 7:26 PM IST

ବୁଧବାର ସମ୍ବଲପୁରରେ 13 ନୂଆ କୋରୋନା ଅକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମ୍ବଲପୁର ଜିଲ୍ଲାରେ ଏହା ଗୋଟିଏ ଦିନର ସର୍ବାଧିକ ଆକ୍ରାନ୍ତ ମାମଲା ।

corona
ପୁଣି ସମ୍ବଲପୁରରୁ 13 ନୂଆ କୋରୋନା ଅକ୍ରାନ୍ତ ଚିହ୍ନଟ

ସମ୍ବଲପୁର: ପୁଣି ସମ୍ବଲପୁରରେ 13 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ । ବୁଧବାର ସମ୍ବଲପୁରରେ 13 ନୂଆ କୋରୋନା ଅକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମ୍ବଲପୁର ଜିଲ୍ଲାରେ ଏହା ଗୋଟିଏ ଦିନର ସର୍ବାଧିକ ଆକ୍ରାନ୍ତ ମାମଲା ।

ସମସ୍ତ ଆକ୍ରାନ୍ତ ସରକାରୀ କ୍ବାରେଣ୍ଟିନ ସେଣ୍ଟରରେ ଥିଲେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟ ହୋଇଥିବା ସମସ୍ତ ଅକ୍ରାନ୍ତ ରାଜ୍ୟ ବାହାରୁ ଫେରିଛନ୍ତି। ଏମାନଙ୍କ ମଧ୍ୟରେ 11 ଜଣ ପୁରୁଷ ଓ 2 ମହିଳା ଅଛନ୍ତି।

ଏମାନେ ସମସ୍ତେ ଗୋଆ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ରାଜ୍ୟରୁ ଫେରି ସରକାରୀ ସଂଗରୋଧ କେନ୍ଦ୍ରରେ ରହି ଆସୁଥିଲେ। ସେମାନଙ୍କ ଠାରେ କୋରୋନା ଲକ୍ଷଣ ନଥିବା ଜଣାପଡ଼ିଛି।

ବୁଧବାର ସମସ୍ତଙ୍କୁ କୋଭିଡ ହସ୍ପିଟାଲକୁ ପଠାଇଦିଆଯାଇଛି। ତେବେ ଏନେଇ ଜିଲ୍ଲାବାସୀଙ୍କୁ ଭୟଭୀତ ନହୋଇ ସରକାରୀ ନୀତି ନିୟମକୁ ମାନିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।

ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.