ସମ୍ବଲପୁର: ସମ୍ବଲପୁର ବୁର୍ଲା ପିସି ବ୍ରିଜରେ ଏକ ଆମ୍ବୁଲାନ୍ସର ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣା ଆଜି(ବୁଧବାର) ଭୋର ପ୍ରାୟ 4ଟା ରୁ 5ଟା ସମୟ ଭିତରେ ହୋଇଥିବା ଜଣାପଡିଛି । 108 ଆମ୍ବୁଲାନ୍ସ ଅତି ଦ୍ରୁତ ଗତିରେ ଓଭରଟେକ କରିବାରୁ ଏପରି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।
ଆମ୍ବୁଲାନ୍ସଟି ପ୍ରଥମେ ଏକ ଟ୍ରକ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା ଓ ପରେ 108 ଆମ୍ବୁଲାନ୍ସକୁ ପଛ ପଟୁ ଏକ ଟ୍ରକ ଧକ୍କା ଦେଇଥିଲା । ଆମ୍ବୁଲାନ୍ସ ଭିତରେ ଥିବା ଜଣେ ଡ୍ରାଇଭର ଏବଂ ଅନ୍ୟ ଜଣେ କର୍ମଚାରୀ ଗୁରୁତର ଆହତ ହୋଇଥିଲେ । ଗାଡିର ହୁଡ଼ଟି ଉପରକୁ ଉଠିଯିବା ଫଳରେ ଦୁଇ କର୍ମଚାରୀଙ୍କ ଜୀବନ ବଞ୍ଚି ଯାଇଛି । ଘଟଣାର ଖବର ପାଇ ତୁରନ୍ତ ସମ୍ବଲପୁର ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ବୁର୍ଲା ମେଡିକାଲରେ ଭର୍ତ୍ତି କରିଛନ୍ତି । ବର୍ତ୍ତମାନ ଆହତ କର୍ମଚାରୀଙ୍କ ଅବସ୍ଥା ସ୍ଥିର ଥିବା ଜଣା ପଡ଼ିଛି ।
ସମ୍ବଲପୁରରୁ ବାଦଶା ଜୁସ୍ମନ କୁମାର ରାଣା, ଇଟିଭି ଭାରତ