ETV Bharat / state

କୋରୋନା କବଳରେ ସମ୍ବଲପୁରର 10 କୋରୋନା ଯୋଦ୍ଧା

author img

By

Published : Oct 5, 2020, 7:08 PM IST

ସମ୍ବଲପୁରରୁ ଆଜି(ସୋମବାର)106 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାଙ୍କ ମଧ୍ୟରେ 10 ଜଣ କୋରୋନା ଯୋଦ୍ଧା ରହିଥିବା ଜଣାପଡିଛି ।

ସମ୍ବଲପୁରର 10 କୋରୋନା ଯୋଦ୍ଧା
କୋରୋନା କବଳରେ କୋରୋନା ଯୋଦ୍ଧା

ସମ୍ବଲପୁର: ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଥିବାବେଳେ ସବୁ ଜିଲ୍ଲାରେ ମଧ୍ୟ ସେହି କ୍ରମରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ସମ୍ବଲପୁରରୁ ଆଜି(ସୋମବାର)106 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହାଙ୍କ ମଧ୍ୟରେ 10 ଜଣ କୋରୋନା ଯୋଦ୍ଧା ରହିଥିବା ଜଣାପଡିଛି ।

ତେବେ ଚିହ୍ନଟ ହୋଇଥିବା ଆକ୍ରାନ୍ତମାନେ ସମ୍ବଲପୁର ମହାନଗର ନିଗମ, ମାନେଶ୍ବର, ରେଙ୍ଗାଲୀ, କୁଚିଣ୍ଡା, ଜମନକିରା, ଯୁଜୁମୁରା, ରେଢ଼ାଖୋଲ, ନାକଟି ଦେଉଳ ଓ ବାମରା ଅଞ୍ଚଳର ଅଟନ୍ତି । ସମସ୍ତ ଆକ୍ରାନ୍ତ ଆକ୍ଟିଭ ସର୍ଭିଲେନ୍ସ ଟିମ ଦ୍ବାରା ଚିହ୍ନଟ ହୋଇଛନ୍ତି। ସମସ୍ତଙ୍କୁ କୋଭିଡ ହସ୍ପିଟାଲକୁ ପଠାଇ ଦିଆଯାଇଛି ।

ଆଜି(ସୋମବାର) ସୁଦ୍ଧା ସମ୍ବଲପୁର ଜିଲ୍ଲାରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 6 ହଜାର 517 ହୋଇଥିବାବେଳେ 5 ହଜାର 415 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ବର୍ତ୍ତମାନ ଜିଲ୍ଲାରେ 1079 ଆକ୍ଟିଭ କେସ ରହିଥିବାବେଳେ ବିଭିନ୍ନ କୋଭିଡ ହସ୍ପିଟାଲରେ ଏବେ ଚିକିତ୍ସିତ ହେଉଛନ୍ତି । ଆଜି ସୁଦ୍ଧା ସମ୍ବଲପୁର ଜିଲ୍ଲାରେ 23 ଜଣ ଲୋକଙ୍କ କୋରୋନାରେ ମୃତ୍ୟୁ ହୋଇସାରିଛି ।

ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.