ସମ୍ବଲପୁର: ବିଶ୍ୱବିଦ୍ୟାଳୟରେ ଉଡିଲା 100 ଫୁଟ ଉଚ୍ଚର ତ୍ରିରଙ୍ଗା । 73ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ସଞ୍ଜୀବ ମିତ୍ତଳ ଏହି ପତାକା ଉତ୍ତୋଳନ କରିଛନ୍ତି ।
ଏହାକୁ ବର୍ତ୍ତମାନ 4 ରୁ 5 ଦିନ ଯାଏଁ ପରୀକ୍ଷାମୂଳକ ଭାବେ ଉଡ଼ାଯିବ । ପରେ ଲାଇଟିଂ ଓ ଫାଉଣ୍ଟେନ କାର୍ଯ୍ୟ ସହ ବେସ୍ ନିର୍ମାଣ ସମ୍ପୂର୍ଣ୍ଣ ହୋଇଗଲେ ସବୁଦିନ ପାଇଁ ଉଡିବ ଏହି ତ୍ରିରଙ୍ଗା । ଏନେଇ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ସଞ୍ଜୀବ ମିତ୍ତଳ ସୂଚନା ଦେଇଛନ୍ତି । ସେପଟେ ଆଜି ରାଜ୍ୟ ତଥା ଦେଶର କୋଣ ଅନୁକୋଣରେ ପାଳନ ହୋଇଛି 73ତମ ଗଣତନ୍ତ୍ର ଦିବସ । ଏହି ଅବସରରେ ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଉଡୁଛି ୧୦୦ ଫୁଟର ଜାତୀୟ ପତାକା ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ