ETV Bharat / state

ଜିଲ୍ଲା ପରିଷଦ ଅଧ୍ୟକ୍ଷ ଉପନିର୍ବାଚନ, କଂଗ୍ରେସ-ବିଜେଡି ଛକାପଞ୍ଝା

ରାତି ପାହିଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଉପନିର୍ବାଚନ। ତେବେ ବିଜେଡି ପାଖରେ ୭ ଜିଲ୍ଲା ପରିଷଦ ଥିବା ବେଳେ କଂଗ୍ରେସ ପାଖରେ ୧୦ ଏବଂ ବିଜେପି ପାଖରେ ୪ ଜଣ ଜିଲ୍ଲା ପରିଷଦ ସଭ୍ୟ ରହିଛନ୍ତି। ଅଧିକ ପଢନ୍ତୁ...

author img

By

Published : Feb 18, 2020, 3:08 PM IST

zilla parisad
ଜିଲ୍ଲା ପରିଷଦ ଅଧ୍ୟକ୍ଷ ଉପ ନିର୍ବାଚନ

ରାୟଗଡା: ଜିଲ୍ଲା ପରିଷଦ ଅଧ୍ୟକ୍ଷ ଉପନିର୍ବାଚନ ପାଇଁ ଆରମ୍ଭ ହୋଇଯାଇଛି କାଉଣ୍ଟ ଡାଉନ। ଆସନ୍ତାକାଲି (ବୁଧବାର) ଏଥିପାଇଁ ଉପନିର୍ବାଚନ ହେବାକୁ ଯାଉଛି। ଯଦିଓ ଗଣିତ ହିସାବରେ କଂଗ୍ରେସ ପାଖରେ ସଂଖ୍ୟା ଗରିଷ୍ଠତା ରହିଛି ତଥାପି ବିଜେଡିର ଦାବି ପଟ ପରିବର୍ତ୍ତନର ସମ୍ଭାବନାକୁ ଏଡେଇ ହେବନାହିଁ। ରାୟଗଡା ଜିଲ୍ଲା ପରିଷଦରେ ମୋଟ 22 ଜଣ ଜିଲ୍ଲା ପରିଷଦ ସଭ୍ୟ ରହିଥିବା ବେଳେ ଅଧ୍ୟକ୍ଷ ପୁରୁଷୋତ୍ତମ ଗମାଙ୍ଗଙ୍କ ନିଧନ ପରେ ଏବେ ରହିଛନ୍ତି 21 ଜଣ ଜିଲ୍ଲା ପରିଷଦ ସଭ୍ୟ।

ଜିଲ୍ଲା ପରିଷଦ ଅଧ୍ୟକ୍ଷ ଉପ ନିର୍ବାଚନ, କଂଗ୍ରେସ-ବିଜେଡି ଛକାପଞ୍ଝା

ତେବେ ବିଜେଡି ପାଖରେ ୭ ଜିଲ୍ଲା ପରିଷଦ ଥିବା ବେଳେ କଂଗ୍ରେସ ପାଖରେ ୧୦ ଏବଂ ବିଜେପି ପାଖରେ ୪ ଜିଲ୍ଲା ପରିଷଦ ସଭ୍ୟ ରହିଛନ୍ତି। କଂଗ୍ରେସର ଅସନ୍ତୁଷ୍ଟ ଯଦି କ୍ରସ ଭୋଟିଂ ନକରନ୍ତି ତାହାହେଲେ ଦଳ ପୁଣି ଜିତିବ। ଆଉ ଗୋଳିଆ ପାଣିରୁ ଫାଇଦା ଉଠାଇବା ଚକ୍ରାନ୍ତ‌ରେ ବିଜେଡି ପୁଣି ୨୦୧୭ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ ଭଳି ନିଜ ସପକ୍ଷରେ ଅନ୍ୟ ଦଳର ଜିଲ୍ଲା ପରିଷଦ ସଭ୍ୟଙ୍କ ଭୋଟ ଆଣି ଜିତିବା ଆଶାରେ ଅଛି ।

ସେପଟେ ଜିଲ୍ଲା ପରିଷଦକୁ ନିଜ ସପକ୍ଷରେ ଆଣି ଅଧ୍ୟକ୍ଷ ପଦକୁ ହାତେଇବାକୁ ଉଭୟ ବିଜେଡ଼ି-କଂଗ୍ରେସ ତିଆରି କରିଛନ୍ତି ବ୍ଲୁ ପ୍ରିଣ୍ଟ । ତେବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ହାତେଇବା ପାଇଁ କଣ କହୁଛନ୍ତି ବିଜେଡି ସଭାପତି ଚଲାନ୍ତୁ ଶୁଣିବା ତାଙ୍କ ମୁହଁରୁ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.