ETV Bharat / state

ମାହଙ୍ଗା ହତ୍ୟାକାଣ୍ଡ ଘଟଣା, ଥାନା ଘେରିଲେ ଯୁବ ବିଜେପି - cordoned off the police station over

ଦିନକୁ ଦିନ ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ସାଙ୍ଗକୁ ବିଜେପି ନେତାଙ୍କୁ ନୃଶଂସ ଭାବେ ହତ୍ୟା ଘଟଣାର ପ୍ରତିବାଦରେ ଆଜି(ମଙ୍ଗଳବାର) ରାୟଗଡା ଜିଲ୍ଲା ସଦର ଥାନା ଘେରାଓ କରିଛି ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା।

Mahanga murder case
ବିଜେପି ନେତାଙ୍କୁ ନୃଶଂସ ଭାବେ ହତ୍ୟା ଘଟଣାର ପ୍ରତିବାଦ
author img

By

Published : Jan 5, 2021, 4:14 PM IST

ରାୟଗଡା: ମାହାଙ୍ଗାର ବିଜେପି କର୍ମୀ ଓ ତାଙ୍କ ସହଯୋଗୀ ହତ୍ୟାକାଣ୍ଡକୁ ନେଇ ତେଜିବାରେ ଲାଗିଛି ରାଜନୀତି। ଦିନକୁ ଦିନ ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ସାଙ୍ଗକୁ ବିଜେପି ନେତାଙ୍କୁ ନୃଶଂସ ଭାବେ ହତ୍ୟା ଘଟଣାର ପ୍ରତିବାଦରେ ଆଜି(ମଙ୍ଗଳବାର) ରାୟଗଡା ଜିଲ୍ଲା ସଦର ଥାନା ଘେରାଓ କରିଛି ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା।

Mahanga murder case
ବିଜେପି ନେତାଙ୍କୁ ନୃଶଂସ ଭାବେ ହତ୍ୟା ଘଟଣାର ପ୍ରତିବାଦ

ମାହଙ୍ଗା ହତ୍ୟାକୁ ନେଇ ଥାନା ଘେରିଲେ ଯୁବ ବିଜେପି । ଆଜି ବିଜେପି ନଗର ସଭାପତି ଶ୍ୟାମ କୁମାର ଦାସଙ୍କ ନେତୃତ୍ବରେ ସ୍ଥାନୀୟ ଗାନ୍ଧୀ ପାର୍କରୁ ଏକ ଶୋଭାଯାତ୍ରାରେ ଆସି ଥାନା ଆଗରେ ବିକ୍ଷୋଭ କରିବା ସହ ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ଇସ୍ତଫା ଦାବି କରାଯିବା ସହ ମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି।

ଥାନା ଘେରିଲେ ଯୁବ ବିଜେପି

ଏହି ଅବସରରେ ବିଧାୟକ ପ୍ରାର୍ଥୀ ବସନ୍ତ ଉଲ୍ଲକା, ଜିଲ୍ଲା ଯୁବ ସଭାପତି ବିଦ୍ୟା ପଣ୍ଡା, ଜିଲ୍ଲା ଯୁବ ଉପସଭାନେତ୍ରୀ ତନବୀ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ। ଆଗାମୀ ଦିନରେ ରାଜ୍ୟ ସରକାର ନସୁଧୁରିଲେ ବିଜେପି ରାଜରାସ୍ତାକୁ ଓହ୍ଲାଇବା ସହ ଆନ୍ଦୋଳନ ତୀବ୍ର କରାଯିବ ବୋଲି କହିଛନ୍ତି ନଗର ସଭାପତି ଶ୍ୟାମ ଦାସ ଓ ଯୁବ ଉପସଭାନେତ୍ରୀ ତନବୀ ଅଗ୍ରୱାଲ ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.