ETV Bharat / state

ରାୟଗଡାରେ ବିଶ୍ୱ ଯୁବ ଦକ୍ଷତା ଦିବସ 2023 ଅନୁଷ୍ଠିତ

author img

By

Published : Jul 15, 2023, 8:55 PM IST

ଯୁବପିିଢିଙ୍କ ଦକ୍ଷତା ବିଢିଲେ ଆଗେଇବ ଦେଶ । ତେଣୁ ଏହାକୁ ନେଇ ରାୟଗଡାରେ ପାଳିତ ଦୋଇଛି ବିଶ୍ୱ ଯୁବ ଦକ୍ଷତା ଦିବସ 2023 । ଅଧିକ ପଢ଼ନ୍ତୁ

ଯୁବପିିଢିଙ୍କ ଦକ୍ଷତା ବିଢିଲେ ଆଗେଇବ ଦେଶ
ଯୁବପିିଢିଙ୍କ ଦକ୍ଷତା ବିଢିଲେ ଆଗେଇବ ଦେଶ
ଯୁବପିିଢିଙ୍କ ଦକ୍ଷତା ବିଢିଲେ ଆଗେଇବ ଦେଶ

ରାୟଗଡ: ପ୍ରଗତଶୀଳ ଦେଶ ନିଜ ଯୁବ ପ୍ରତିଭାଙ୍କ ଦକ୍ଷତା ଉପରେ ନର୍ଭରଶୀଳ । ଏହି ପରିପ୍ରେକ୍ଷୀରେ ରାୟଗଡାରେ ପାଳିତ ହୋଇଯାଇଛି ବିଶ୍ୱ ଯୁବ ଦକ୍ଷତା ଦିବସ 2023 । ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ରାୟଗଡା ଠାରେ ଆଜି ବିଶ୍ୱ ଯୁବ ଦକ୍ଷତା ଦିବସ-2023 ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ସହିତ ଜିଲ୍ଲାର 4 ଗୋଟି ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ପ୍ରାୟ 150ଜଣ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ । ଏହାସହ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ନିଜନିଜ ଦକ୍ଷତାର ପ୍ରତିପାଦନ କରିଥିଲେ l

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରା, ସମ୍ମାନିତ ଅତିଥି ଭାବରେ ବସନ୍ତ କୁମାର ପ୍ରଧାନ, ଜିଲ୍ଲା ସୂଚନା ଏବଂ ଲୋକ ସମ୍ପର୍କ ଅଧିକାରୀ ଏନ କୋଟି ରତ୍ନମ, ସହକାରୀ ନିର୍ଦ୍ଦେଶକ ଏମଏସଏମଇ, ରାୟଗଡା ମୁଖ୍ୟ ବକ୍ତା ସବ୍ୟସାଚୀ ସାହୁ, ଆଇପିଓ ଦୀପକ କୁମାର ବେହେରା ପ୍ରମୁଖ ଯୋଗଦାନ କରିଥିଲେ । ଅନୁଷ୍ଠାନର ଅଧ୍ୟକ୍ଷ ଅତୁଲ୍ୟ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନିମନ୍ତ୍ରିତ ଅତିଥିମାନେ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରା ଛାତ୍ରଛାତ୍ରୀମାନଙ୍କୁ ଦକ୍ଷ ହୋଇ ସ୍ଵରୋଜଗାର କ୍ଷମ ହେବା ସହିତ କୁଶଳୀ ହେବା ପାଇଁ ପରାମର୍ଶ ଦେଇଥିଲେ ।

ଅଧିକ ପଢନ୍ତୁ: ଯୁବପିଢିଙ୍କ ଦକ୍ଷତା ବିକାଶ ପାଇଁ ୱାର୍ଲ୍ଡ ସ୍କିଲ୍‌ ସେଣ୍ଟର, ITI ଓ ଡିପ୍ଲୋମା ପିଲାଙ୍କୁ ମିଳିବ ନିଯୁକ୍ତି ସୁଯୋଗ

ଅନ୍ୟଅତିଥି ଏବଂ ମୁଖ୍ୟ ବକ୍ତା ସେମାନଙ୍କର ମୂଲ୍ୟବାନ ଅଭିଭାଷଣ ପ୍ରଦାନ କରି ଶିକ୍ଷାର୍ଥୀମାନଙ୍କ ଉଜ୍ଜଳ ଭବିଷ୍ୟତ ନିମନ୍ତେ ଦକ୍ଷତାବୃଦ୍ଧି କରି ଆତ୍ମ ନିର୍ଭର ହେବାକୁ ଆହ୍ୱାନ ଦେଇଥିଲେ l ଅନୁଷ୍ଠାନର ଟ୍ରେଡ଼ ଭିତ୍ତିକ ଦକ୍ଷତା ପ୍ରଦର୍ଶନୀକୁ ସମସ୍ତ ଅତିଥି ବୁଲି ଦେଖିଥିଲେ ଏବଂ ଉଚ୍ଚ କୋଟିର ପ୍ରଦର୍ଶନ ପାଇଁ ଫିଟର ଟ୍ରେଡ଼କୁ ପୁରସ୍କୃତ କରିଥିଲେ l ମୁଖ୍ୟ ଅତିଥିଙ୍କ ଦ୍ୱାରା 2 ଜଣ ରୋଲ ମଡେଲ ଏବଂ ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ୱାରା ମାନପତ୍ର ଏବଂ ପୁରସ୍କାର ପ୍ରଦାନ କରାଯାଇଥିଲା । ଅତିଥିମାନଙ୍କ ଦ୍ୱାରା ପ୍ରାୟ 10 ଗୋଟି ବୃକ୍ଷ ରୋପଣ କରାଯାଇଥିଲା । ତାଲିମ ଅଧିକାରୀ ନିଶିକାନ୍ତ ଶର୍ମା ଧନ୍ୟବାଦ ଅର୍ପଣ କରିଥିବା ବେଳେ ସନ୍ତୋଷ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ ।

ଏହା ବି ପଢନ୍ତୁ: ୬.୫ ଲକ୍ଷ ଯୁବକଙ୍କୁ ମିଳୁଛି ଦକ୍ଷତା ବିକାଶ ତାଲିମ: ଦକ୍ଷତା ବିକାଶ ମନ୍ତ୍ରୀ

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.