ETV Bharat / state

ବିପଦ ସଙ୍କେତ ନିକଟତର ବଂଶଧାରା, ଫୁଲିଲା ନାଗାବଳୀ ଓ ଝଞ୍ଜାବତୀ - ରାୟଗଡ଼ା ଜିଲ୍ଲାରେ ଗତ ୨୪ ଘଣ୍ଟା ମଧ୍ୟରେ ୮୯୮ ମିମି ବର୍ଷା ରେକର୍ଡ

ରାୟଗଡ଼ାରେ ସତର୍କ ସଙ୍କେତ ଟପିଲା ବଂଶଧାରା ନଦୀ । ନାଗାବଳୀ ଓ ଝଞ୍ଜାବତୀ ନଦୀ ମଧ୍ୟ ଫୁଲିଛି । ଅଧିକ ପଢନ୍ତୁ

ସତର୍କ ସଙ୍କେତ ଉପରେ ବଂଶଧାରା, ଫୁଲିଳା ନାଗାବଳୀ ଓ ଝଞ୍ଜାବତୀ

author img

By

Published : Aug 15, 2022, 3:41 PM IST

ରାୟଗଡ଼ା: ଜିଲ୍ଲାରେ ଗତ ୨ ଦିନ ଧରି ଲାଗି ରହିଛି ବର୍ଷା । ଫଳରେ ଗୁଣୁପୁର ଠାରେ ବଂଶଧାରା ନଦୀ ଜଳସ୍ତର ସତର୍କ ସଙ୍କେତ ଅତିକ୍ରମ କରିଛି । ସେହିପରି ନାଗାବଳୀ ଏବଂ ଝଞ୍ଜାବତୀ ନଦୀରେ ମଧ୍ୟ ଜଳ ସ୍ତର ବୃଦ୍ଧି ପାଇବାରେ ଲାଗିଛି । ଏଠାରେ ବିପଦ ସଙ୍କେତ ୮୪ମିଟର, ସତର୍କ ସଙ୍କେତ ୮୩ ମିଟର ଥିବା ବେଳେ ବର୍ତ୍ତମାନ ସୁଦ୍ଧା ବଂଶଧାରା ଜଳସ୍ତର ୮୩.୮୨ ମିଟର ନିକଟରେ ରହିଛି ।

ଗତ ଦୁଇଦିନ ଧରି ବଂଶଧାରା ନଦୀର ଉପରମୁଣ୍ଡ ଚନ୍ଦ୍ରପୁର, ମୁନିଗୁଡା ଏବଂ ଗୁଡ଼ାରି ଅଞ୍ଚଳରେ ଲଗାଣ ବର୍ଷା ଲାଗି ରହିବା ଫଳରେ ବଂଶଧାରାର ଜଳସ୍ତର ବଢିବାରେ ଲାଗିଛି । ସେପଟେ ନାଗାବଳୀ ଏବଂ ଝଞ୍ଜାବତୀ ନଦୀରେ ମଧ୍ୟ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଗତ ଦୁଇ ଦିନ ଧରି ରାୟଗଡା ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି । ଲଗାଣ ବର୍ଷା ଯୋଗୁଁ କେତେକ ସ୍ଥାନରେ ଘର ଭାଙ୍ଗି ଥିବାବେଳେ, ଆଉ କେତେକ ସ୍ଥାନରେ ପାହାଡ଼ରୁ ମାଟି ଅତଡା ଖସି ରାସ୍ତା ଅବରୋଧ ହୋଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ କାଶୀପୁର ବ୍ଲକରେ ସର୍ବାଧିକ ୧୫୪.୦ ମିଲିମିଟର ବର୍ଷା ରେକର୍ଡ କରାଯାଇ ଥିବା ବେଳେ ଗୁଣୁପୁର ବ୍ଲକରେ ୪୬.୦ ମିଲିମିଟର, ରାୟଗଡା ବ୍ଲକରେ ୬୦.୫, କୋଲନରା ବ୍ଲକରେ ୧୦୯.୧, କଲ୍ୟାଣସିଙ୍ଗପୁର ବ୍ଲକରେ ୯୬.୪, ଗୁଡାରି ବ୍ଲକରେ ୭୫.୪, ରମନାଗୁଡା ବ୍ଲକରେ ୫୦.୮ ଏବଂ ପଦ୍ମପୁର ବ୍ଲକରେ ସର୍ବନିମ୍ନ ୩୮.୦ ମିଲି ମିଟର ବର୍ଷା ରେକର୍ଡ ହୋଇଛି ।

ସେହିପରି ବିଷମକଟକ ବ୍ଲକରେ ୮୫.୪, ମୁନିଗୁଡା ବ୍ଲକରେ ୧୨୭.୦ ଏବଂ ଚନ୍ଦ୍ରପୁର ବ୍ଲକରେ ୫୫.୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଜିଲ୍ଲାରେ ଗତ ୨୪ ଘଣ୍ଟା ମଧ୍ୟରେ ୮୯୮.୩ ମିମି ବର୍ଷା ରେକର୍ଡ କରାଯାଇଛି । ସେପଟେ ରାୟଗଡା ଜିଲ୍ଲା ସୀମାନ୍ତ ଗଜପତି ଜିଲ୍ଲାର ହରଭାଙ୍ଗୀ ଜଳ ସେଚନ ପ୍ରକଳ୍ପ ଅଧିକ୍ଷଣ ଯନ୍ତ୍ରୀ ପ୍ରେସ ବିବୃତ୍ତି ମାଧ୍ୟମରେ ହରଭାଙ୍ଗୀ ଜଳଭଣ୍ଡାରର ନିମ୍ନ ଅବବାହିକାରେ ଥିବା ସମସ୍ତ ନଦୀ କୂଳିଆ ଲୋକଙ୍କୁ ସତର୍କ ରହିବାକୁ ସୂଚନା ଜାରି କରିଛନ୍ତି ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.