ETV Bharat / state

ପାହାଡ ଉପରେ ଆନ୍ଧ୍ର ସୀମାନ୍ତ ଚେକ୍ ପୋଷ୍ଟ; ପବନ ଉଡାଇ ନେଉଛି ଅସ୍ଥାୟୀ ଟେଣ୍ଟ୍, ସମ୍ଭାଳି ହେଉନି ମୁଣ୍ଡଫଟା ଖରା - police camp

ସକାଳେ ଖରା, ସନ୍ଧ୍ୟାରେ ବର୍ଷା । ଦିନ ତମାମ ମୁଣ୍ଡଫଟା ଖରା ସମ୍ଭାଳି ହେଉନଥିବା ବେଳେ ସନ୍ଧ୍ୟାରେ ବର୍ଷା ପବନରେ ଉଡି ଯାଉଛି ଅସ୍ଥାୟୀ ଟେଣ୍ଟ୍ । ଫଳରେ ବାହାରେ ବିତୁଛି ଦିନ ଓ ରାତି । ଅଧିକ ପଢନ୍ତୁ...

andhra border police camp
ପାହାଡ ଉପରେ ଆନ୍ଧ୍ର ସୀମାନ୍ତ ଚେକ୍ ପୋଷ୍ଟ; ପବନ ଉଡାଇ ନେଉଛି ଅସ୍ଥାୟୀ ଟେଣ୍ଟ୍, ସମ୍ଭାଳି ହେଉନି ମୁଣ୍ଡଫଟା ଖରା
author img

By

Published : Jun 1, 2020, 1:25 PM IST

Updated : Jun 1, 2020, 2:24 PM IST

ରାୟଗଡା: ସକାଳେ ଖରା, ସନ୍ଧ୍ୟାରେ ବର୍ଷା । ଦିନ ତମାମ ମୁଣ୍ଡଫଟା ଖରା ସମ୍ଭାଳି ହେଉନଥିବା ବେଳେ ସନ୍ଧ୍ୟାରେ ବର୍ଷା ପବନରେ ଉଡି ଯାଉଛି ଅସ୍ଥାୟୀ ଟେଣ୍ଟ୍ । ଫଳରେ ବାହାରେ ବିତୁଛି ଦିନ ଓ ରାତି । ଦିନେ କି ସପ୍ତାହେ ନୁହେଁ, ପାହାଡ ଉପରେ 2 ମାସ ହେଲା ନିଜ ଜୀବନକୁ ବାଜି ଲଗାଇ ସୀମା ସୁରକ୍ଷାରେ ମୁତୟନ ହୋଇ ଜିଲ୍ଲାବାସୀଙ୍କୁ ସୁରକ୍ଷା ଯୋଗାଇ ଆସୁଛନ୍ତି ରାୟଗଡା ପୋଲିସ୍ ବାହିନୀ ।

ପାହାଡ ଉପରେ ଆନ୍ଧ୍ର ସୀମାନ୍ତ ଚେକ୍ ପୋଷ୍ଟ; ପବନ ଉଡାଇ ନେଉଛି ଅସ୍ଥାୟୀ ଟେଣ୍ଟ୍, ସମ୍ଭାଳି ହେଉନି ମୁଣ୍ଡଫଟା ଖରା

ଆନ୍ଧ୍ର-ଓଡିଶାର ସୀମାନ୍ତର ରେଙ୍ଗାଲପାଡ଼ୁ ଗାଁ । ଦୁଇ ରାଜ୍ୟକୁ ଯୋଡ଼ୁଥିବା ଏହି ସୀମାନ୍ତ ଗାଁ ରାୟଗଡା ଜିଲ୍ଲାର ଶେଷଖାଲ ଥାନା ଅଧୀନରେ ରହିଛି । ଲକଡାଉନ୍ ପରେ ଉଭୟ ରାଜ୍ୟ ସୀମା ସିଲ୍ ପରେ ଆନ୍ଧ୍ରରେ ଫସିଥିବା ବହୁ ଲୋକ ରେଙ୍ଗାଲପାଡ଼ୁ ଗଳା ବାଟ ଦେଇ ରାୟଗଡାକୁ ପଳାଇ ଆସୁଥିବା ନେଇ ପୁଲିସକୁ ଖବର ମିଳିଥିଲା । ରେଡ୍ ଜୋନରେ ଥିବା ବିଶାଖାପାଟଣା ସମେତ ଆନ୍ଧ୍ରର କୃପମ, ଗୁମ୍ମା ଲକ୍ଷ୍ମୀପୁରମ ସହର ଦେଇ ଶହ ଶହ ପ୍ରବାସୀ ଶ୍ରମିକ ବିଭିନ୍ନ ଗାଡିରେ ଏହି ରାସ୍ତା ଦେଇ ରାୟଗଡାକୁ ଆସୁଥିବାରୁ ସୀମାନ୍ତରେ ଯାଞ୍ଚ କଡାକଡି କରିବାକୁ ନିର୍ଦ୍ଦେଶ ଦେଇଥିଲେ ଏସପି ଡା. ଶର୍ବଣା ବିବେକ ଏମ ।

ଥାନା ଅଧିକାରୀ ବିଜୟଲକ୍ଷ୍ମୀ ହିକକାଙ୍କ ତତ୍ତ୍ବାବଧାନରେ ଏଏସଆଇ ଗୋପାଳ ଦୋରା, ସଦା ଶତପଥୀ, ହାବିଲଦାର ପି. କେ. ମିଶ୍ର, ସତ୍ୟ ସାହୁ, କନେଷ୍ଟବଳ ଗୋପଳ ପଣ୍ଡା ପ୍ରମୁଖ ସମ୍ଭାଳିଥିଲେ ସୀମା ସୁରକ୍ଷା ଦାୟିତ୍ବ । ସୀମାନ୍ତରେ ପୋଲିସ୍ ମୁତୟନ ପରେ ସୁରକ୍ଷାକୁ ଫାଙ୍କି ଆନ୍ଧ୍ରରୁ ବିଭିନ୍ନ ରାଜ୍ୟକୁ ଯାଉଥିବା ଶ୍ରମିକଙ୍କ ଯାତାୟତ ବନ୍ଦ ହୋଇ ଯାଇଥିଲା । 24 ଘଣ୍ଟା ଚେକ୍ ପୋଷ୍ଟ ଦାୟିତ୍ବରେ ଶେଷଖାଲ ପୋଲିସ୍ ରହିବା ପରେ ଉଭୟ ରାଜ୍ୟ ମଧ୍ୟରେ ଅବାଧ ପ୍ରବେଶ ଉପରେ ମଧ୍ୟ ରୋକ୍ ଲାଗିଥିଲା ।

ପାହାଡ ଉପରେ ଥିବା ଚେକ୍ ପୋଷ୍ଟରେ ମୁତୟନ ପୁଲିସ୍ ବାହିନୀ ଅସ୍ଥାୟୀ ଟେଣ୍ଟରେ ରହି ଡ୍ୟୁଟି କରୁଥିବାରୁ ପ୍ରତିଦିନ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅସ୍ଥାୟୀ ଟେଣ୍ଟ୍ ନିକଟରେ କୌଣସି ଜନବସତି ନଥିବାବେଳେ ଆଶ୍ରୟ ନେବାକୁ ଗଛଟିଏ ମଧ୍ୟ ନାହିଁ । ଫଳରେ ମୁଣ୍ଡ ଫଟା ଖରାରେ ପୋଲିସ୍ ବାହିନୀ ହଇରାଣ ହରକତ ହେଉଛନ୍ତି ।

ଅଧିକାଂଶ ଦିନ ସନ୍ଧ୍ୟାରେ ବର୍ଷା, ପବନ ହେଉଥିବାରୁ ପାହାଡ ଉପରେ ଥିବା ଟେଣ୍ଟ୍ ଉଡି ଯାଉଛି । ପ୍ରବଳ ବର୍ଷାକୁ ଟେଣ୍ଟ୍ ସହ୍ୟ କରିପାରୁନଥିବାବେଳେ ସନ୍ଧ୍ୟାରେ ବର୍ଷାରେ ଭିଜି ପୋଲିସ୍ ବାହିନୀ ଡ୍ୟୁଟି କରୁଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Last Updated : Jun 1, 2020, 2:24 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.