ETV Bharat / state

ରାୟଗଡା ଗସ୍ତରେ ବିଶାଖାପାଟଣା ଡିଆରଏମ, ଷ୍ଟେସନ ଜମିର କଲେ ସ୍ଥିତି ନିରୀକ୍ଷଣ - rayagada railway news

ରାୟଗଡାରେ ହେବାକୁ ଥିବା ନୂତନ ରେଳଷ୍ଟେସନ ଓ ଡିଆରଏମ ପାଇଁ ହୋଇଥିବା ସ୍ଥାନର ସ୍ଥିତି ନିରୀକ୍ଷଣ କରିଥିଲେ ବିଶାଖାପଟଣା ଡିଆଏରମ । ବର୍ତମାନ ପରିସ୍ଥିତିରେ କୋଭିଡ ସଂକ୍ରମଣ ଧୀରେ ଧିରେ ହ୍ରାସ ପାଉଥିବାରୁ ରେଳ ଚଳାଚଳ କିଛିଟା ମାତ୍ରାରେ ସ୍ବାଭାବିକ ହେବ । ଅଧିକ ପଢନ୍ତୁ...

Visakhapatnam DRM visit rayagdad
ପ୍ରସ୍ତାବିତ ନୂତନ ଷ୍ଟେସନ ଓ ଡିଆରଏମ ପାଇଁ ଚିହ୍ନଟ ହୋଇଥିବା ସ୍ଥାନର ସ୍ଥିତି ନିରୀକ୍ଷଣ କଲେ ବିଶାଖାପାଟଣା ଡିଆରଏମ
author img

By

Published : Mar 12, 2021, 9:55 PM IST

ରାୟଗଡା: ଦିନିକିଆ ରାୟଗଡା ଗସ୍ତରେ ବିଶାଖାପାଟଣା ଡିଆରଏମ । ନୂତନ ଭାବେ ହେବାକୁଥିବା ଷ୍ଟେସନ ଓ ଡିଆରଏମ ପାଇଁ ହୋଇଥିବା ସ୍ଥାନର ସ୍ଥିତି ନିରୀକ୍ଷଣ କରିଥିଲେ । ବର୍ତମାନ ପରିସ୍ଥିତିରେ କୋଭିଡ ସଂକ୍ରମଣ ଧୀରେ ଧିରେ ହ୍ରାସ ପାଉଥିବାରୁ ରେଳ ଚଳାଚଳ କିଛିଟା ମାତ୍ରାରେ ସ୍ବାଭାବିକ ହେବ ।

Visakhapatnam DRM visit rayagdad
ପ୍ରସ୍ତାବିତ ନୂତନ ଷ୍ଟେସନ ଓ ଡିଆରଏମ ପାଇଁ ଚିହ୍ନଟ ହୋଇଥିବା ସ୍ଥାନର ସ୍ଥିତି ନିରୀକ୍ଷଣ କଲେ ବିଶାଖାପାଟଣା ଡିଆରଏମ

ବିଶାଖାପାଟଣା ରେଳ ବିଭାଗର ଡିଆରଏମ ଚେତନ କୁମାର ଶ୍ରୀବାସ୍ତବ ଦିନିକିଆ ରାୟଗଡା ଗସ୍ତରେ ଆସି ରେଳ ଷ୍ଟେସନ ସମ୍ମୁଖରେ ନୂତନ ଭାବେ ଲାଗିଥିବା ଜାତୀୟ ପତାକା ଷ୍ଟାଣ୍ଡର ଶୁଭାରମ୍ଭ କରିଛନ୍ତି । ଶ୍ରୀବାସ୍ତବଙ୍କ ସହ ଡିଇଏନ ପ୍ରଦୀପ ଯାଦବ, ବରିଷ୍ଠ ଡିସିଏମ ଏ.କେ.ତ୍ରିପାଠୀ ଏବଂ ଡିଓଏମ କିଶୋର କୁମାର ଉପସ୍ଥିତ ଥିଲେ । ଡିଆରଏମ ଚେତନ କୁମାର ଶ୍ରୀବାସ୍ତବଙ୍କ ଦିନିକିଆ ରାୟଗଡା ଜିଲ୍ଲା ଗସ୍ତ ଗୁରୁତ୍ବପୂର୍ଣ୍ଣ ଥିଲା । କୋଭିଡ କଟକଣା ଯୋଗୁଁ ରେଳ ଚଳାଚଳରେ ବାଧାପ୍ରାପ୍ତ ହେବା ସହ କୌଣସି ଉନ୍ନୟନ ମୂଳକ କାର୍ଯ୍ୟ ହୋଇପାରୁନଥିଲା । ବର୍ତମାନ ପରିସ୍ଥିତିରେ କୋଭିଡ ସଂକ୍ରମଣ ଧୀରେ ଧିରେ ହ୍ରାସ ପାଉଥିବାରୁ ରେଳ ଚଳାଚଳ କିଛିଟା ମାତ୍ରାରେ ସ୍ବାଭାବିକ ହେବା ସହ ଉନ୍ନୟନ ମୂଳକ କାର୍ଯ୍ୟର ତ୍ବରାନ୍ବିତ ହୋଇଛି ବୋଲି ଡିଆରଏମ ପ୍ରକାଶ କରିଥିଲେ ।

ବିଶାଶାପାଟଣା ଠାରୁ ରାୟଗଡା ଆସିବା ରାସ୍ତାରେ ସମସ୍ତ ଷ୍ଟେସନ ସମସ୍ୟା, ସଫାସୁତରା ଓ ସ୍ଥିତି ଦେଖିଥିଲେ । ବିଶେଷ କରି ରାୟଗଡାରେ ରେଳ ଡିଭିଜନ ଘୋଷଣାର ୨ ବର୍ଷ ବିତି ଯାଇଥିଲେ ସୁଦ୍ଧା କୌଣସି ଆଖିଦୃଶିଆ ଅଗ୍ରଗତି ହୋଇପାରିନଥିବା ପ୍ରଶ୍ନର ଉତ୍ତରରେ ଶ୍ରୀବାସ୍ତବ ପ୍ରକାଶ କରିଥିଲେ ଯେ କୋଭିଡ ଯୋଗୁଁ ସମସ୍ତ ପକ୍ରିୟା ମନ୍ଥର ଗତିରେ ଚାଲିଛି । ବର୍ତମାନ ସ୍ଥିତି ସାମାନ୍ୟ ହେବାରୁ ଉନ୍ନୟନ ମୂଳକ କାର୍ଯ୍ୟ ତ୍ବରାନ୍ବିତ ହୋଇଛି । ଏପ୍ରିଲ ଠାରୁ ରାୟଗଡା ଦେଇ ଯାତାୟତ କରୁଥିବା ସମସ୍ତ ଟ୍ରେନ୍ ଖୁବଶୀଘ୍ର ଚଳାଚଳ କରିବା, ଏଥିସହ ରାୟଗଡା ଲାଇଫ ଲାଇନ କୁହାଯାଉଥିବା ହୀରାଖଣ୍ଡ ଟ୍ରେନକୁ ମଧ୍ୟ ଶୀଘ୍ର ଚଳାଚଳ କରିବା ପାଇଁ ରେଳବିଭାଗର ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ଥିବା କହିଛନ୍ତି ଶ୍ରୀବାସ୍ତବ । ଯଦି ସବୁ ଠିକ ଠାକ୍ ରହେ ତେବେ ଏପ୍ରିଲ ମାସରୁ ହୀରାଖଣ୍ଡ ଟ୍ରେନ ଚଳାଚଳ କରିବ । ବିଶାଖାପାଟଣା – ରାୟଗଡା ତୃତୀୟ ଲାଇନ ପ୍ରକଳ୍ପ କାର୍ଯ୍ୟ ମଧ୍ୟ ତ୍ବରାନ୍ବିତ ଗତିରେ ଚାଲୁଥିବା ଶ୍ରୀବାସ୍ତବ ପ୍ରକାଶ କରିଥିଲେ । ପରେ ରେଳବିଭାଗର ଟିମ ସହ ଶ୍ରୀବାସ୍ତବ ନିର୍ମାଣଧୀନ ନୂତନ ରେଳ ଷ୍ଟେସନ ପରିଦର୍ଶନ କରିବା ସହ ନୂତନ ଭାବେ ନିର୍ମାଣ ହେବାକୁ ଥିବା ଡିଆରଏମ ଅଫିସ ସ୍ଥାନ ମଧ୍ୟ ପରିଦର୍ଶନ କରିଥିଲେ ।

ରାୟଗଡାରୁ ରଞ୍ଜନ କୁମାର ରଥ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.