ETV Bharat / state

ରାୟଗଡା ଗସ୍ତରେ ବିଶାଖାପାଟଣା DRM, ପ୍ରସ୍ତାବିତ ନୂତନ ଷ୍ଟେସନର କଲେ ସ୍ଥିତି ନିରୀକ୍ଷଣ - covid lockdown

ରେଳ ବିଭାଗର ଡିଆରଏମ ଚେତନ କୁମାରଙ୍କ ଦିନିକିଆ ରାୟଗଡା ଗସ୍ତ। ସେ ରେଳ ଷ୍ଟେସନ ସମ୍ମୁଖରେ ନୂତନ ଭାବେ ଲାଗିଥିବା ଜାତୀୟ ପତାକା ଷ୍ଟାଣ୍ଡର ଶୁଭାରମ୍ଭ କରିବା ସହ ବିଭିନ୍ନ କାର୍ଯ୍ୟର ତଦାରଖ କରିଛନ୍ତି। ଅଧିକ ପଢନ୍ତୁ...

ରାୟଗଡା ଗସ୍ତରେ ବିଶାଖାପାଟଣା DRM, ପ୍ରସ୍ତାବିତ ନୂତନ ଷ୍ଟେସନର କଲେ ସ୍ଥିତି ନୀରିକ୍ଷଣ

author img

By

Published : Mar 13, 2021, 7:40 AM IST

ରାୟଗଡା: ବିଶାଖାପାଟଣା ରେଳ ବିଭାଗର ଡିଆରଏମ ଚେତନ କୁମାରଙ୍କ ଦିନିକିଆ ରାୟଗଡା ଗସ୍ତ। ସେ ରେଳ ଷ୍ଟେସନ ସମ୍ମୁଖରେ ନୂତନ ଭାବେ ଲାଗିଥିବା ଜାତୀୟ ପତାକା ଷ୍ଟାଣ୍ଡର ଶୁଭାରମ୍ଭ କରିଛନ୍ତି । ଶ୍ରୀବାସ୍ତବଙ୍କ ସହ ଡିଇଏନ ପ୍ରଦୀପ ୟାଦବ, ବରିଷ୍ଠ ଡିସିଏମ ଏ.କେ.ତ୍ରିପାଠୀ ଏବଂ ଡିଓଏମ କିଶୋର କୁମାର ଉପସ୍ଥିତ ଥିଲେ ।

ରାୟଗଡା ଗସ୍ତରେ ବିଶାଖାପାଟଣା DRM, ପ୍ରସ୍ତାବିତ ନୂତନ ଷ୍ଟେସନର କଲେ ସ୍ଥିତି ନୀରିକ୍ଷଣ

ଡିଆରଏମ ଚେତନ କୁମାର ଶ୍ରୀବାସ୍ତବଙ୍କ ଦିନିକିଆ ରାୟଗଡା ଜିଲ୍ଲା ଗସ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା । କୋଭିଡ କଟକଣା ଯୋଗୁଁ ରେଳ ଚଳାଚଳରେ ବାଧାପ୍ରାପ୍ତ ହେବା ସହ କୌଣସି ଉନ୍ନୟନ ମୂଳକ କାର୍ଯ୍ୟ ହୋଇପାରୁନଥିଲା । ବର୍ତମାନ ପରିସ୍ଥିତିରେ କୋଭିଡ ସଂକ୍ରମଣ ଧୀରେ ଧିରେ ହ୍ରାସ ପାଉଥିବାରୁ ରେଳ ଚଳାଚଳ କିଛିଟା ମାତ୍ରାରେ ସ୍ବାଭାବିକ ହେବା ସହ ଉନ୍ନୟନ ମୂଳକ କାର୍ଯ୍ୟର ତ୍ବରାନ୍ବିତ ହୋଇଛି ବୋଲି ଡିଆରଏମ ପ୍ରକାଶ କରିଛନ୍ତି।

ବିଶାଖାପାଟଣା ଠାରୁ ରାୟଗଡା ଆସିବା ରାସ୍ତାରେ ସମସ୍ତ ଷ୍ଟେସନ ସମସ୍ୟା, ସଫାସୁତରା ଓ ସ୍ଥିତି ଦେଖିଥିଲେ । ବିଶେଷ କରି ରାୟଗଡା ଠାରେ ରେଳ ଡିଭିଜନର ଘୋଷଣାର ୨ ବର୍ଷ ବିତି ଯାଇଥିଲେ ସୁଦ୍ଧା କୌଣସି ଆଖିଦୃଶିଆ ଅଗ୍ରଗତି ହୋଇପାରିନଥିବା ପ୍ରଶ୍ନର ଉତ୍ତରରେ ଶ୍ରୀବାସ୍ତବ ପ୍ରକାଶ କରିଛନ୍ତି।

ବର୍ତମାନ ସ୍ଥିତି ସାମାନ୍ୟ ହେବାରୁ ଉନ୍ନୟନ ମୂଳକ କାର୍ଯ୍ୟ ତ୍ବରାନ୍ବିତ ହୋଇଛି । ଏପ୍ରିଲ ଠାରୁ ରାୟଗଡା ଦେଇ ଯାତାୟତ କରୁଥିବା ସମସ୍ତ ଟ୍ରେନ୍ ଖୁବ୍ ଶୀଘ୍ର ଚଳାଚଳ କରିବ। ଏଥି ସହ ରାୟଗଡା ଲାଇଫ ଲାଇନ କୁହାଯାଉଥିବା ହୀରାଖଣ୍ଡ ଟ୍ରେନକୁ ମଧ୍ୟ ଶୀଘ୍ର ଚଳାଚଳ କରିବା ପାଇଁ ରେଳବିଭାଗ ତରଫରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟୟରେ ଥିବା କହିଛନ୍ତି ଶ୍ରୀବାସ୍ତବ । ଯଦି ସବୁ ଠିକ ଠାକ୍ ରହେ ତେବେ ଏପ୍ରିଲ ମାସରୁ ହୀରାଖଣ୍ଡ ଟ୍ରେନ ଚଳାଚଳ କରିବ ।

ପରେ ରେଳବିଭାଗର ଟିମ ସହ ଶ୍ରୀବାସ୍ତବ ନିର୍ମିାଣାଧିନ ନୂତନ ରେଳ ଷ୍ଟେସନ ପରିଦର୍ଶନ କରିବା ସହ ନୂତନ ଭାବେ ନିର୍ମାଣ ହେବାକୁ ଥିବା ଡିଆରଏମ ଅଫିସ ସ୍ଥାନ ମଧ୍ୟ ପରିଦର୍ଶନ କରିଥିଲେ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.