ETV Bharat / state

ରତ୍ନ ପଥର ଖଣି ଖନନ ନେଇ ଜିଲ୍ଲା ପ୍ରଶାସନର ଜନ ଶୁଣାଣି, ଗ୍ରାମବାସୀଙ୍କ ନାରାବାଜି

author img

By

Published : Jul 26, 2023, 11:24 AM IST

ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ପାଇକ ଡାକୁଲୁଗୁଡା ଠାରେ ରତ୍ନ ପଥର ଖଣି ଖନନକୁ ଗ୍ରାମବାସୀଙ୍କ ବିରୋଧ । ଜିଲ୍ଲା ପ୍ରଶାସନର ଜନ ଶୁଣାଣି ବେଳେ ତିନି ଗ୍ରାମର ଲୋକେ ଖଣି ଖନନକୁ ବିରୋଧ କରିଛନ୍ତି । ଅଧିକ ପଢ଼ନ୍ତୁ

gemstone mining in dakuluguda
ଡାକୁଲୁଗୁଡାରେ ରତ୍ନ ପଥର ଖଣି ଖନନକୁ ବିରୋଧ
ଡାକୁଲୁଗୁଡାରେ ରତ୍ନ ପଥର ଖଣି ଖନନକୁ ବିରୋଧ

ରାୟଗଡ଼ା: ରତ୍ନ ପଥର ଖଣି ଖନନକୁ ଗ୍ରାମବାସୀଙ୍କ ବିରୋଧ । ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ପାଇକ ଡାକୁଲୁଗୁଡା ଠାରେ ଥିବା ରତ୍ନ ପଥର ଖଣି ଖନନ ନିମନ୍ତେ ଅନୁଷ୍ଠିତ ଜନ ଶୁଣାଣିକୁ ଡାକୁଲୁଗୁଡା, କନ୍ଧ ଡାକୁଲୁଗୁଡା ଏବଂ ବଡଲିମା ଅଞ୍ଚଳର ଗ୍ରାମବାସୀ ବିରୋଧ ପ୍ରଦର୍ଶନ କରିଛନ୍ତି । ଗ୍ରାମବାସୀଙ୍କ ବିରୋଧ ସତ୍ତ୍ୱେ ଜନ ଶୁଣାଣି ହୋଇଥିବାରୁ ସଭା ବାହାରେ ଗ୍ରାମବାସୀ ନାରାବାଜି କରି ଖଣି ଖନନକୁ ବିରୋଧ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ବେଆଇନ ଖଣି ଖନନ ଉପରେ କେବେ ଲାଗିବ ରୋକ ? ଚିନ୍ତାରେ ପରିବେଶବିତ୍‌

ରତ୍ନ ପଥର ଖଣିକୁ ମେସେର୍ସ ବଜରଙ୍ଗିଲାଲ ଗୁପ୍ତା ୫୦ବର୍ଷ ପାଇଁ ଲିଜ୍ ପାଇଛନ୍ତି । ଖଣି ଖନନ ନିମନ୍ତେ ପରିବେଶ ମଞ୍ଜୁରୀ ଲାଗି ଡାକୁଲୁଗୁଡା ଠାରେ ଜନ ଶୁଣାଣି ହୋଇଛି । ଏହି ଜନ ଶୁଣାଣି ପାଇକ ଡାକୁଲୁଗୁଡା, କନ୍ଧ ଡାକୁଲୁଗୁଡା ଏବଂ ବଡଲିମା ଅଞ୍ଚଳର ଲୋକଙ୍କୁ ନେଇ ହେବାକୁ ଥିବା ବେଳେ ହାତ ଗଣତି ଲୋକଙ୍କୁ ଛାଡ଼ିଥିଲେ ଅନ୍ୟ କେହି ଏଥିରେ ସାମିଲ ହୋଇନଥିଲେ । ପାଇକ ଡାକୁଲୁଗୁଡା ଗ୍ରାମ ନିକଟରେ ଥିବା ୩୮.୩୧୬ ହେକ୍ଟର ପାହାଡ଼ ଜମିରେ ମୂଲ୍ୟବାନ ରତ୍ନ ପଥର ରହିଥିବା ବେଳେ ବାର୍ଷିକ ଉତ୍ପାଦନ କ୍ଷମତା ୪୦କେଜି ରହିଥିବା ଜନ ଶୁଣାଣିରେ ସୂଚନା ଦିଆଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ: ଗିରଫଦାରୀ ପରେ ତୀବ୍ର ହେଲା ଆନ୍ଦୋଳନ, କୋଇଲା ଖଣି କର୍ତ୍ତୃପକ୍ଷଙ୍କ ବିରୋଧରେ ପୁଣି ଗର୍ଜିଲେ କ୍ଷତିଗ୍ରସ୍ତ

ଜନ ଶୁଣାଣିରେ ରାୟଗଡ଼ା ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ଏବଂ ଜିଲ୍ଲା ପ୍ରଦୂଷଣ ଅଧିକାରୀ ଅଶୋକ କୁମାର ଭୋଇ ଉପସ୍ଥିତ ଥିଲେ । ଖଣି ଖନନର ସୁବିଧା ନେଇ ଲୋକଙ୍କୁ ବୁଝାସୁଝା କରାଯାଇଥିଲେ । ମାତ୍ର ଗ୍ରାମବାସୀ ବୁଝିବାକୁ ନାରାଜ । ତିନି ଗ୍ରାମର ଗ୍ରାମବାସୀ ପାଇକ ଡାକୁଲୁଗୁଡା ଗାଁ ନିକଟରେ ଆସି ପ୍ଲାକାର୍ଡ ଏବଂ ବ୍ୟାନର ଧରି ଖଣି ଖନନକୁ ବିରୋଧ ପ୍ରଦର୍ଶନ କରିଥିଲେ । ଗ୍ରାମବାସୀଙ୍କ କହିବା କଥା, ଜନ ଶୁଣାଣିରେ ନିଜ ମତାମତ ରଖିବା ପାଇଁ ସେମାନଙ୍କୁ ଡକାଯାଇ ନାହିଁ । ଏଠାରେ ଖଣି ଖନନ ଦ୍ୱାରା ଏହି ଅଞ୍ଚଳରେ ପରିବେଶ ପ୍ରଦୂଷିତ ହେବ । ତେଣୁ ଅଞ୍ଚଳର ପାରିପାର୍ଶ୍ବିକ ଉନ୍ନତି ଏବଂ ପରିବେଶ ପ୍ରଦୂଷଣ ରୋକିବା ପାଇଁ କୌଣସି କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରାନଯାଇ ସିଧାସଳଖ ଅନ୍ୟ ହାତକୁ ଟେକିଦେବା ପାଇଁ ସରକାର ଜଣ ଶୁଣାଣି କରୁଥିବା ଅଭିଯୋଗ କରି ଗ୍ରାମବାସୀ ଏହାକୁ ବିରୋଧ କରିଥିବା ମତ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.