ETV Bharat / state

ଯନ୍ତ୍ରଣା ଦେଲା ଜଳରେ ଯାତାୟତ, ନିଜ ଶ୍ରମରେ ସେତୁ ବାନ୍ଧିଲେ 7 ଗାଁ

author img

By

Published : Oct 17, 2020, 10:21 PM IST

ବର୍ଷ ପରେ ବର୍ଷ ବିତିଯାଇଥିଲେ ସୁଦ୍ଧା ଲୋକଙ୍କ ଦୁଃଖ ଶୁଣିଲାନି ପ୍ରଶାସନ । ଶେଷରେ ବ୍ୟବସ୍ଥା ଉପରୁ ଭରସା ତୁଟାଇ ନିଜସ୍ବ ଶ୍ରମଦାନରେ ଅସ୍ଥାୟୀ ପୋଲ ଗଢିଲେ ରାୟଗଡା କଲ୍ୟାଣପୁରସିଂହ ବ୍ଲକର 7 ଖଣ୍ଡ ଗ୍ରାମବାସୀ । ଅଧିକ ପଢନ୍ତୁ..

ଜଳରେ ଯାତାୟତ, ଶିକ୍ଷା- ସ୍ବାସ୍ଥ୍ୟ ଓ ଗମନାଗମନ ପାଇଁ ହଟହଟା 7 ଖଣ୍ଡ ଗ୍ରାମବାସୀ

ରାୟଗଡା: ଗୋଟିଏ ପଟେ ନଦୀ ଓ ଅନ୍ୟପଟେ ରହିଛି ପାହାଡ଼ । ଏହିଭଳି ସ୍ଥିତିରେ ମଝି ନଈରେ ବର୍ଷ ବର୍ଷ ଧରି ପେଶି ହେଉଛନ୍ତି ରାୟଗଡା କଲ୍ୟାଣପୁରସିଂହ ବ୍ଲକର 7 ଖଣ୍ଡ ଗ୍ରାମବାସୀ । କାଠ ପୋଲଟିଏ ପାଇଁ ଗୁହାରୀ କରି କରି ଥକିପଡିଥିଲେ ସୁଦ୍ଧା ଶୁଣିଲାନି ପ୍ରଶାସନ । ଶେଷରେ ବ୍ୟବସ୍ଥା ଉପରୁ ଭରସା ତୁଟାଇ ନିଜସ୍ବ ବଳରେ ଗ୍ରାମବାସୀ ନିର୍ମାଣ କଲେ କାଠ ପୋଲ । ଏବେ ଏହି କାଠ ପୋଲ ଭରସା ସାଜିଥିଲା ସାତଖଣ୍ଡ ଗ୍ରାମବାସୀଙ୍କର ।

3 ବର୍ଷ ପରେ ବି ଶୁଣିଲାନି ପ୍ରଶାସନା, ଭରସା ତୁଟାଇ ନିଜେ ପୋଲ ଗଢିଲେ ଗ୍ରାମବାସୀ

ସ୍ଥାୟୀ ପୋଲଟିଏ ନଥିବାରୁ ଶିକରପାଇ ପଞ୍ଚାୟତର ତଳସାଜା ଓ ଉପରସାଜା, ପୋଲମା ପଞ୍ଚାୟତର ଏରେଗେଣ୍ଡା, ମାଣ୍ଡିପଦର ଓ କୁଶବାଟି, ମାଝିଗୁଡ଼ା ପଞ୍ଚାୟର ନିମାଝଲା, କଟଲପାଡ଼ୁ ଓ ରଘୁନାଥପୁର ଗ୍ରାମର ବାସିନ୍ଦା ଭୋଗୁଛନ୍ତି ନାହିଁ ନଥିବା ସମସ୍ୟା ।

୨୦୧୭ ମସିହାରେ ନାଗାବଳୀରେ ବନ୍ୟା ଆସି ଅନେକ ବ୍ରିଜ ସାଙ୍ଗକୁ ଗାଁ ସବୁ ଧୋଇ ନେଇଥିଲା । ଏହା ପରେ ତିନି ବର୍ଷର ଅପେକ୍ଷା ପରେ ମଧ୍ୟ ପ୍ରଶାସନ ପକ୍ଷରୁ ସ୍ଥାୟୀ ପୋଲ ତ ଦୁରର କଥା କାଠ ପୋଲ ଟିଏ ମଧ୍ୟ ତିଆରି ହୋଇନି । ଶେଷରେ ନିଜ ଶ୍ରମ ଦାନ କରି ସାତ ଖଣ୍ଡ ଗ୍ରାମବାସୀ କାଠରେ ତିଆରି କଲେ ପୋଲଟିଏ । ମୁଖ୍ୟତଃ ବର୍ଷା ଦିନରେ ସମସ୍ୟା ସୃଷ୍ଟିହେବା ଏକ ସାଧାରଣ ଘଟଣା ହୋଇଥିବା ବେଳେ ଗ୍ରୀଷ୍ମ ଓ ଶୀତ ଋତୁରେ ମଧ୍ୟ ପିଛା ଛାଡ଼ି ନଥାଏ ବିପଦ । ରୋଗୀଙ୍କୁ ଗାଁରୁ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେବା ହେଉ କିମ୍ବା ଛାତ୍ରଛାତ୍ରୀଙ୍କ ସ୍କୁଲ ଓ କଲେଜ ଯିବା ସମୟରେ , ନାନା ସମସ୍ୟାର ସମ୍ମୁଖୀନ ହୁଅନ୍ତି । ଏଣେ ଜୀବନ ଜୀବିକା ପାଇଁ ଏହି 7 ଖଣ୍ଡ ଗ୍ରାମବାସୀ ଶିକରପାଇ, ମାଝିଗୁଡ଼ା, କଲ୍ୟାଣସିଂହପୁର ଓ ଜେକେପୁରକୁ ଆସିଥାଆନ୍ତି । ହେଲେ ନାଗାବଳୀ ନଦୀର ପାଣି ଏଥିରେ ବାଧକ ସାଜିଥାଏ । ଫଳରେ ଅନେକ ଦିନ ପର୍ଯ୍ୟନ୍ତ ଗ୍ରାମବାସୀମାନେ ବାହାର ଦୁନିଆ ଠାରୁ ବିଛିନ୍ନ ହୋଇ ରହନ୍ତି ।

ଏହି ସମସ୍ୟାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ବିଧାୟକ ଓ ସାଂସଦଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ବାରମ୍ବାର ଅବଗତ କରାଯାଇଛି । ହେଲେ କେହି ମଧ୍ୟ ସାତ ଖଣ୍ଡ ଗାଁ ଲୋକଙ୍କ କଥାକୁ କର୍ଣ୍ଣପାତ କରିନାହାଁନ୍ତି । ପ୍ରଶାସନ ଓ ସରକାରୀ କଳକୁ ଉପରେ ଭରଷା ତୁଟାଇ ନିଜ ଶ୍ରମ ଦାନରେ ପୋଲ ନିର୍ମାଣ କରି ଗମନା ଗମନର ସୁବିଧା କରିବାକୁ ନିଷ୍ପତି ନେଲେ ଗ୍ରାମବାସୀ ।

ତେବେ ଯିବାଆସିବା ପାଇଁ କାଠପୋଲ ତିଆରି ହୋଇଥିଲେ ସୁଦ୍ଧା ଏହା ସୁରକ୍ଷିତ ନଥିବାରୁ ଏକ ସ୍ଥାୟୀ ପୋଲ ପାଇଁ ଦାବି କରିଛନ୍ତି ଗ୍ରାମବାସୀ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.